ଆଜି କାଲି ସମସ୍ତେ କିଛି ନା କିଛି ରୋଗ ରେ ଆକ୍ରାନ୍ତ ଅଟନ୍ତି। କେତେବେଳେ କିଏ କେଉଁ ରୋଗ ରେ ପୀଡ଼ିତ ହୋଇଯିବ କାହାକୁ ଜଣା ନାହିଁ । ତେବେ ଆଜି ଆମେ ଆପଣଙ୍କୁ ସେମିତି ଏକ ଅଜିବ ବେମାର ବିଷୟ ରେ କହିବାକୁ ଯାଉଛୁ। ଏମିତି ରେ ତ ପ୍ରତିଦିନ ଆମେ ଏମିତି ସବୁ ରୋଗ ବିଷୟ ରେ ଜାଣିବାକୁ ଯାହା ବିଷୟ ରେ ଆମେ ଭାବିବା ପାଇଁ ବାଧ୍ୟ ହେଇ ଯାଉ ଆଉ କିଛି ଏମିତି ରୋଗ ଯାହା ବିଷୟ ରେ ଆମେ ସମ୍ପୂର୍ଣ ଭାବେ ଅଜ୍ଞାତ ଥାଉ ।
କିନ୍ତୁ ଏହି ଛୋଟ ଛୁଆ ଟିକୁ ଏମିତି ଏକ ରୋଗ ହୋଇଛି ଯେଉଁ ରୋଗ ବିଷୟ ରେ ଜାଣିଲେ ଆପଣ ମଧ୍ୟ ଚିନ୍ତା ରେ ପଡ଼ିଯିବେ। ତେବେ ଫିଲିପାଇନ୍ସ ର ଦୁଇ ବର୍ଷ ଶିଶୁ ଏମିତି ଏକ ଆଶ୍ଚର୍ଯ୍ୟ ଜନକ ରୋଗ ରେ ଆକ୍ରାନ୍ତ ହୋଇଛି ।
ଏହି ଶିଶୁ ଟିକୁ ଏକ ଏମିତି ରୋଗ ହୋଇଛି ଯାହା ଦ୍ଵାରା ତାର ଜିଭ ଅଯିବ ଭାବେ ଫୁଲି ବଢ଼ିବାରେ ଲାଗିଛି ଆଉ ମୁଁହ ବାହାରକୁ ମଧ୍ୟ ଆସି ଯାଉଛି। ଏମିତି ରେ ଛୁଆ ଟି କୁ ନିଶ୍ବାସ ନେବାରେ ସମସ୍ୟା ହେଉଛି ଓ ଏହା ସହିତ ସେ ଠିକ୍ ରୂପେ ଖାଦ୍ୟ ମଧ୍ୟ ଖାଇ ପାରୁ ନାହିଁ। ବର୍ତ୍ତମାନ ଏହି ଛୁଆ ଟି ଜୀବନ ମୃତ୍ୟୁ ର ଲଢେଇ କରୁଛି ଆଉ ଏମିତି ଏକ ରୋଗ ପାଇଁ ନିଜ ଭାଗ୍ୟ କୁ ନିନ୍ଦୁଛି । ଡାକ୍ତର ମାନଙ୍କ କହିବା ଅନୁସାରେ ଏହି ଛୁଆ ଟିକୁ ଏକ ବିରଳ ରୋଗ Lymphangioma ହୋଇଛି ।
ଯେଉଁ କାରଣ ରୁ ଏହି ଛୁଆ ର ଜିଭ ଅସ୍ବାଭାବିକ ଭାବେ ବଢ଼ି ଚାଲିଛି ଆଉ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ୟ୍ଯ ଅଟନ୍ତି। ଝିଅ ର ଏମିତି ଅବସ୍ଥା ଦେଖି ଗରିବ ବାପା ମା ଚିନ୍ତା ରେ ଅଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ଝିଅ ଜନ୍ମ ହୋଇଥିଲା ତା ଜିଭ ସାମାନ୍ୟ ବାହାରକୁ ବାହାରି ଥିଲା କିନ୍ତୁ ସମୟ ସହିତ ଏହା ଠିକ୍ ହୋଇଯିବ ବୋଲି ଡାକ୍ତର ମାନେ କହିଥିଲେ । ତେବେ ବର୍ତ୍ତମାନ ଝିଅ ଟିକୁ ଡାକ୍ତର ମାନଙ୍କ ଏକ ଟିମ୍ ଦ୍ଵାରା ଫ୍ରି ଟ୍ରିଟମେଣ୍ଟ କରା ଯାଉଛି ଓ ତାଙ୍କୁ ଫ୍ରି କେମୋ ଥେରାପି ଦିଆ ଯାଇଛି।
ତେବେ ଯଦି ଏହି କେମୋ ଥେରାପୀ ଦ୍ଵାରା ଜିଭ ଆକାର ଟିକେ କମ୍ ହୁଏ ତେବେ ଛୁଆ ଟି ଠିକ୍ ହୋଇ ପାରିବ। ନହେଲେ କୌଣସି ମଧ୍ୟ ଫାଇଦା ହେବ ନାହିଁ । ଆଉ ଜିଭ ର ଅପରେସନ କରାଯିବ ଓ ଅପରେସନ ପରେ ହିଁ ସେ ସମ୍ପୂର୍ଣ ସୁସ୍ଥ ହୋଇ ପାରିବେ। କିନ୍ତୁ ଯଦି ଏହି ଅପରେସନ ସଫଳ ହେବ ନାହିଁ ତେବେ ସେ ଝିଅ ର ଜୀବନ ପ୍ରତି ମଧ୍ୟ ବିପଦ ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।