ଅନଲାଇନ୍ ରେ ମିଳୁଛି ଚୁଲି ପାଉଁଶ । ଦାମ୍ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଯୁଗ ବଦଳୁଛି ମଣିଷ ବି ବଦଳୁଛି ଆଉ ପଛରେ ଛାଡ଼ି ଯାଇଥିବା ଜିନିଷ ବର୍ତ୍ତମାନ ମହଙ୍ଗା ହେବାରେ ଲାଗିଛି । ଆପଣ ମାନେ ନିଶ୍ଚିତ ଭାବରେ ଚୁଲି ପାଉଁଶ ଓ ଅଙ୍ଗାର ବିଷୟ ରେ ଜାଣିଥିବେ କିଛି ବର୍ଷ ପୂର୍ବେ ଗାଁ ଗହଳି ର ଲୋକ ମାନେ ଏହାକୁ ବାସନ ମାଜିବା ଓ ଦାନ୍ତ ଘଷିବା ରେ ବ୍ୟବହାର କରୁଥିଲେ। ଆଉ ବାକି ବଳିଥିବା ପାଉଁଶ କୁ ସାର ଆକାର ରେ ବ୍ୟବହାର କରାଯାଏ । କିନ୍ତୁ ସମୟ ସହିତ ଲୋକ ମାନଙ୍କ ର ଚାହିଦା ବଦଳି ଥିବାରୁ ଲୋକ ମାନେ ଏହି ପାଉଁଶ ବ୍ୟବହାର ବନ୍ଦ କରି ଦେଇଥିଲେ ।
ତେବେ ଗାଁ ଗହଳି ରେ ଲୋକ ମାନେ ଏହାକୁ ବ୍ୟବହାର କରୁଥିଲେ ମଧ୍ୟ ସହର ର ଲୋକ ମାନେ ଏହାକୁ ବ୍ୟବହାର କରୁ ନଥିଲେ। କିନ୍ତୁ ଆଜି କାଲି ର ଏହି ଡିଜିଟାଲ ଯୁଗରେ ସବୁ ଜିନିଷ ର ଚାହିଦା ବୃଦ୍ଧି ପାଇଛି ଓ ଏହା ସହିତ ଏହି ଘରୋଇ ପାଉଁଶ ର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ଇ କମର୍ସ କମ୍ପାନୀ ମାନେ ଏହାକୁ ସୁନ୍ଦର୍ ଭାବେ ପ୍ୟକିଂ କରି ଡିସ ୱାସିଂ ଉଡ ୱାଶ ଭାବରେ ବିକ୍ରି କରୁଛନ୍ତି । ବିଭିନ୍ନ କମ୍ପାନୀ ମାନେ ଏହାକୁ ଖୁବ୍ ସୁନ୍ଦର୍ ଭାବେ ପ୍ୟାକିଂ କରି ଏହାକୁ ବହୁ ମୂଲ୍ୟ ରେ ବିକ୍ରି କରୁଛନ୍ତି। 205 ଗ୍ରାମ ପାଉଁଶ ର ମୂଲ୍ୟ ରହିଛି 399 ଟଙ୍କା କିନ୍ତୁ କମ୍ପାନୀ ମାନେ ଏହା ଉପରେ ରିହାତି ଦେଉଛନ୍ତି ।
ରିହାତି ପରେ 250 ଗ୍ରାମ ପାଉଁଶ ର ମୂଲ୍ୟ ରହିଛି 160 ଟଙ୍କା ଅର୍ଥାତ୍ ଗୋଟିଏ କିଲୋ ପାଉଁଶ କିଣିବାକୁ ହେଲେ ଆପଣ ଙ୍କୁ 650 ଟଙ୍କା ଦେବାକୁ ହେବ । ଇ କମର୍ସ କମ୍ପାନୀ ମାନଙ୍କ ର କହିବା ଅନୁସାରେ ଏହି ପାଉଁଶ କୁ ବାସନ ମାଜିବା ନିମନ୍ତେ ବ୍ୟବହାର କରିବା ସହିତ ଏହାକୁ ସାର ଆକାର ରେ ଗଛ ମାନଙ୍କ ରେ ଦେବା ଦ୍ଵାରା ଆପଣ ଙ୍କୁ ଭଲ ଫଳ ମିଳିବ । ଅନ୍ୟ ପକ୍ଷରେ ବୈଜ୍ଞାନିକ ମାନଙ୍କ ମତରେ ପାଉଁଶ ରେ ବାସନ ମାଜିବା ଖୁବ୍ ଭଲ ଅଟେ।
ଏଥିରେ କାର୍ବନ ର ମାତ୍ରା ରହିଛି ଯାହା ବାସନ ରୁ ମଇଳା ଓ ତେଲ ଅତି ସହଜ ରେ ବାହାର କରିଥାଏ । ଏହା ସହିତ ଏଥିରେ କେମିକାଲ ପୋଟାସିୟମ ର ମାତ୍ରା ମଧ୍ୟ ଅଧିକ ରହି ଅଛି ଯାହା କୃଷି ପାଇଁ ଅତି ଉପୋଜୋଗି ଅଟେ। ତେଣୁ ଏହାକୁ ଆପଣ କୃଷି କ୍ଷେତ୍ର ରେ ଜମି ମାନଙ୍କ ରେ ପ୍ରୟୋଗ କରିବା ଦ୍ୱାରା ଫସଲ ଜମି ବେଶ୍ ଅଧିକ ଉର୍ବର ହୋଇଥାଏ ଓ ଏହାକୁ ଜମି ରେ ପ୍ରୟୋଗ କରିବା ଦ୍ୱାରା ଭଲ ଫସଲ ହୋଇଥାଏ । ତେବେ ବର୍ତ୍ତମାନ ଏହି ପାଉଁଶ ଅନଲାଇନ୍ ରେ ମିଳୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।