ollywood News – ସବ୍ୟ-ଅର୍ଚିତା ଙ୍କ ପରେ ଏବେ ପୁଣି ବିବାହ ବନ୍ଧନରେ ବାନ୍ଧି ହେଲେ ଚୁଲବୁଲି ନାୟିକା ରିୟା ଦେଖନ୍ତୁ ବିବାହ ପରେ ଶାଶୂଘରେ କ’ଣ କରୁଛନ୍ତି ରିୟା ? ଆଶ୍ଚର୍ଯ୍ୟ ହେବେ

ବର୍ତ୍ତମାନ ର ଦୁନିଆ ହେଉଛି ଇଣ୍ଟରନେଟ ର ଦୁନିଆ।ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ।ତେଣୁ ଏବେ କୌଣସି ଏକ ଘଟଣା ଘଟିଲେ ତାହା ସୋସିଆଲ ମିଡ଼ିଆ ରେ ଖୁବ ଶୀଘ୍ର ଭାଇରାଲ ହୋଇ ଯାଏ।ମାତ୍ର ଏହି ଘଟଣା ଯଦି କୌଣସି ସେଲିବ୍ରେଟି ଙ୍କ ହୋଇ ଥାଏ ତାହେଲେ ତାହା ନିଆଁ ପରି ଭାଇରାଲ ହୋଇ ଥାଏ।ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।

ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି। ଦର୍ଶକ ମାନଙ୍କ ମନକୁ ଛୁଇଁ ପାରୁଥିବା ପରି ଅଭିନୟ କରି ଅନେକ ହିରୋ ହିରୋଇନ୍ ସବୁବେଳେ ଚର୍ଚ୍ଚା ବିଷୟ ପାଲଟି ଥାଆନ୍ତି।

ତେବେ ନିକଟ ଅତୀତ ରେ ଜଣେ ଓଲିଉଡ ଅଭିନେତ୍ରୀ ଙ୍କ ର ବିବାହ ଭିଡିଓ ସୋସିଆଲ ମିଡିଆ ରେ ପ୍ରବଳ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି । ତେବେ ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହନ୍ତି ଓଲିଉଡ ର ହଟ୍ ଏବଂ ସେକ୍ସି ଗାର୍ଲ ଅଥବା ରିୟା ଦେ । ରିୟା ଦେ ବିବାହ କରିଛନ୍ତି ବୋଲି ସୋସିଆଲ ମିଡିଆରେ ଖୁବ୍ ମାତ୍ରା ରେ ଚର୍ଚ୍ଚା ଚାଲିଛି ।

ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ରିୟା ଙ୍କ ର ଏମିତି କିଛି ଫଟୋ ଓ ଭିଡିଓ ସେୟାର ହେଉଛି ଯାହାକୁ ଦେଖି ସମସ୍ତେ ବିଶ୍ୱାସ କରୁଛନ୍ତି ଯେ ରିୟା ଦେ ବିବାହ କରିଛନ୍ତି । ସେ ଏହି ଫଟୋ ରେ ସମ୍ପୂର୍ଣ ଓଡିଆ ବୋହୂ ଭାବେ ନଜର ଆସିଛନ୍ତି ଆଉ ଓଡ଼ିଆ ବୋହୂ ର ସମ୍ପୂର୍ଣ କର୍ତ୍ତବ୍ୟ କୁ ଭଲ ଭାବରେ ପାଳନ କରୁଛନ୍ତି ।

ତେବେ ଓଲିଉଡର ଏହି ଚୁଲବୁଲି ନାୟିକା ରିୟା ଦେ ହଠାତ୍ ବିବାହ କରିଥିବାର ଘଟଣା ତାଙ୍କ ଫ୍ୟାନ ମାନେ ସହଜ ରେ ବିଶ୍ୱାସ କରି ପାରୁ ନାହାଁନ୍ତି । ତେବେ ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ରିୟା ଦେ ପ୍ରକୃତ ରେ ବିବାହ କରି ନାହାନ୍ତି ଏହା ତାଙ୍କର ଆଗାମୀ ଫିଲ୍ମ୍ “ତୋ ଫ୍ୟାମିଲି ଆଉ ମୋ ଫ୍ୟାମିଲି” ର ସୁଟିଂ ସେଟ୍ ର କିଛି ସିନ ଯାହାକୁ ଦେଖି ଲୋକମାନେ ଭାବୁଛନ୍ତି ଯେ ରିୟା ଦେ ବିବାହ କରିଛନ୍ତି ।

ତେବେ ଏହି ଫିଲ୍ମ୍ ଟି ସମ୍ପୂର୍ଣ ଭାବେ ପାରିବାରିକ କାହାଣୀ ଉପରେ ନିର୍ମାଣ କରାଯାଇଛି ଯେଉଁଥିରେ ରିୟା ଦେ ଏକ ଓଡ଼ିଆ ଘର ବୋହୂ ହିସାବ ରେ ନଜର ଆସିଛନ୍ତି । ସୂଚନା ଅନୁସାରେ ଏହି ଫିଲ୍ମ୍ ର ଷ୍ଟୋରୀ ରହିଛି ଦୁଇ ପରିବାର କୁ ମିଶାଇବା । ତେବେ ରିୟା ଙ୍କ ର ଏହି ଫିଲ୍ମ୍ ଟି ରଜ ରେ କିମ୍ବା ରଥଯାତ୍ରା ରେ ପ୍ରେଖାଳୟ କୁ ଆସିବ ବୋଲି ଆଶା କରାଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।