ଅଡିସନ ଖାଲି ନାଁକୁ କରନ୍ତି କେଉଁ ମାନେ ଫିଲ୍ମ କି ସରିଏଲ ରେ ଚାନ୍ସ ପାଇବେ ସେଇଟା ଆଗରୁ ଡିସାଇଡ ହୋଇଥାଏ ।Manmay Dey….

ତେବେ ଆଜିକାଲି ଦିନରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ଲୋକେ ସେମାନଙ୍କ ପ୍ରତିଭାକୁ ଲୋକଙ୍କ ପାଖରେ ପହଁଚାଇବାରେ ସକ୍ଷମ ହୋଇ ପାରୁଛନ୍ତି।ଆପଣ ମାନେ ମନୋରଞ୍ଜନ ପାଇଁ ସୋସିଆଲ ମିଡିଆରେ ବ୍ୟବହାର ନିଶ୍ଚିତ ଭାବେ କରୁଥିବେ। ଆଉ ସୋସିଆଲ ମିଡିଆରେ ଆପଣ ବିଭିନ୍ନ ପ୍ରକାର ଭିଡିଓ ଦେଖିବାକୁ ପାଉଥିବେ।

ତେବେ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ର ସବୁଠାରୁ ଲୋକପ୍ରିୟ ଆପ୍ଲିକେସନ ହେଉଛି ୟୁଟ୍ୟୁବ।ୟୁଟ୍ୟୁବରେ ନିଜ ମନ ମୁତାବକ ଭିଡିଓ ଦେଖି ପାରିବା ଏହା ସହିତ ଆମ ମନ ମୁତାବକ ଭିଡିଓ ପୋଷ୍ଟ ମଧ୍ୟ କରି ପାରିବାତେବେ ୟୁଟ୍ୟୁବରେ ମାଧ୍ୟମରେ ଲୋକେ ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିବାରେ ସକ୍ଷମ ହୋଇ ପାରୁଛନ୍ତି ଏହା ସହିତ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇ ପାରୁଛନ୍ତି। ୟୁଟ୍ୟୁବରେ ଭିନ୍ନ ଭିନ୍ନ କଣ୍ଟେଣ୍ଟ ମାଧ୍ୟମରେ ଦର୍ଶକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାରେ ସକ୍ଷମ ହୋଇ ପାରୁଛନ୍ତି।

ତେବେ ହସିବାକୁ କିଏ ବା ପସନ୍ଦ ନକରେ। କିନ୍ତୁ ସମସ୍ତେ ସମସ୍ତଙ୍କୁ ହସାଇ ପାରନ୍ତି ନାହିଁ। କିନ୍ତୁ କିଛି ବ୍ୟକ୍ତିତ୍ଵଙ୍କ ଭିତରେ ଏମିତି କିଛି ପ୍ରତିଭା ରହିଥାଏ କି ସେମାନେ କଥା ଶୁଣିବା ମାତ୍ରେ ଆମ ଆମ ହସକୁ କଣ୍ଟ୍ରୋଲ କରି ପାରି ନଥାଉ। ଆପଣ ସିନେମା ଯାତ୍ରା ମଞ୍ଚ ରେ ଏମିତି ଅନେକ କମେଡ଼ିଆନ୍ ମାନଙ୍କ କମେଡି ଦେଖିବାକୁ ପାଇଥିବେ ଆଉ କମେଡି ଦେଖିବାକୁ ଖୁବ୍ ପସନ୍ଦ କରୁଥିବେ। ତେବେ ୟୁଟ୍ୟୁବରେ ନିଜ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିବା ସେମିତି ଜଣେ କମେଡିଆନ୍ ହେଉଛନ୍ତି ମନମେୟୀ ଦେ। ଯାହାଙ୍କ ଅନେକ ଭିଡିଓ ଆପଣ ୟୁଟ୍ୟୁବରେ ଦେଖିବାକୁ ପାଇଥିବେ ଆଉ ଏହି ଭିଡିଓ ସବୁ ଆପଣଙ୍କୁ ନିଶ୍ଚିତ ପସନ୍ଦ ମଧ୍ୟ ଆସୁଥିବ।

ସୋସିଆଲ ମିଡିଆ ମାଧ୍ୟମରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଦର୍ଶକଙ୍କ ମନୋରଞ୍ଜନ କରାଇ ଫେମସ ହେବା ସହ ଭଲ ଟଙ୍କା ଅର୍ଜନ ମଧ୍ୟ କରି ପାରୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେଭଳି ଜଣେ ଓଡିଆ ସେଲିବ୍ରେଟିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ୟୁଟ୍ୟୁବ ମାଧ୍ୟମରେ ଆଜି ଘରେ ଘରେ ପରିଚିତ ଅଛନ୍ତି । ତେବେ ଏହି ସେଲିବ୍ରେଟି ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ମନମେୟୀ ଦେ ।

ମନମେୟୀ ଦେ ନିଜ ଜୀବନର ସର୍ଘଷ ବିଷୟରେ ମିଡ଼ିଆ ସାମ୍ନାରେ ମୁହଁ ଖୋଲି କହିଛନ୍ତି ମୋ ସ୍ଵପ୍ନ ଭାଙ୍ଗିଦେଲା ଅଲିଉଡ ଇଣ୍ଡଷ୍ଟ୍ରି । କାରଣ ସେ ଗୋଟିଏ ରିୟାଲିଟି ଶୋରେ ବିଜେତା ହୋଇଥିଲେ କିନ୍ତୁ ଏହାପରେ ମଧ୍ୟ ତାଙ୍କୁ କୌଣସି ସିରିଏଲ କିମ୍ଵା ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିନଥିଲା । ତେବେ ସେ ଏହା ମଧ୍ୟ ଓଡ଼ିଆ ଇଣ୍ଡଷ୍ଟ୍ରିକୁ କହିଛନ୍ତି ଯେ ଅଡିସନ ଖାଲି ନାଁକୁ କରନ୍ତି କେଉଁ ମାନେ ଫିଲ୍ମ କି ସରିଏଲ ରେ ଚାନ୍ସ ପାଇବେ ସେଇଟା ଆଗରୁ ଡିସାଇଡ ହୋଇଥାଏ । ସେ ବହୁତ ଅପେକ୍ଷା କରିଲେ କିନ୍ତୁ କିଛି ବି ସୁଯୋଗ ମିଳିଲାନି ଶେଷରେ ସେ ବାଧ୍ଯ ହୋଇ ବାଲେଶ୍ଵରରୁ ଭୁବନେଶ୍ୱର ଆସି ନିଜ କ୍ୟାରିୟର ୟୁଟ୍ୟୁବ ରୁ ଆରମ୍ଭ କରିଲେ । ଆଉ ଏବେ ସେ ଜଣେ ଫେମସ୍ ୟୁଟ୍ୟୁବର ,ୟୁଟ୍ୟୁବ ମାଧ୍ୟମରେ ସେ ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହିତ ଲେlକମାନେ ତାଙ୍କର ଭିଡ଼ିଓ ସବୁକୁ ବହୁତ ପସନ୍ଦ ମଧ୍ୟ କରନ୍ତି ।