ଦେଖନ୍ତୁ ଭିଡ଼ିଓ । ଓଡ଼ିଶାରେ ଭଣ୍ଡ ବାବାଙ୍କ ରାସଲୀଳା । ଝଡ଼ାଫୁଙ୍କା ବାହାନାରେ ଯୁବତୀ ଙ୍କ ସହ କରୁଥିଲେ ଏମିତି……

ଯୁଗ ଏତେ ଆଗେଇଲାନି ତଥାପି ଲୋକ ମାନଙ୍କୁ ମନରୁ ଅନ୍ଧବିଶ୍ୱାସ ଦୂର ହୋଇନି। ବାରମ୍ବାର ସେମାନେ ଅନ୍ଧବିଶ୍ୱାସ କୁ ବିଶ୍ୱାସ କରି ହଇରାଣ ହରକତ ହେବା ପରେ ବି ସଚେତନ ହୋଇ ପାରୁ ନାହାଁନ୍ତି।ଆଉ ଏହାର ଫାଇଦା ନେଉଛନ୍ତି ଭଣ୍ଡ ବାବା ମାନେ। ସରଳ ନିରୀହ ଲୋକମାନଙ୍କ ର ବିଶ୍ୱାସ ସହିତ ଖେଳୁଛନ୍ତି ଏହି ଭଳି ଆତ୍ମଘୋଷିତ ବାବା ମାନେ। ଆଜିର ଏହି ଅତ୍ୟାଧୁନିକ ଯୁଗରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ର ଏତେ ମାତ୍ରା ରେ ଉନ୍ନତି ଏବଂ ଉଦ୍ଭାବନ ପରେ ମଧ୍ୟ ଲୋକଙ୍କ ନିକଟରେ ଝାଡାଫୁଙ୍କା, ଗୁଣି ଗାରେଡ଼ି କୁ ନେଇ ଅନେକ ବିଶ୍ୱାସ ଭରି ରହିଛି।

କିନ୍ତୁ ବେଳେବେଳେ ଏହାର ପରିଣତି ସ୍ୱରୂପ କାହାର ଜୀବନ ଯାଉଛି ତ ପୁଣି କିଏ ଦୁଷ୍କର୍ମ ର ଶିକାର ହେଉଛି।

ବାରମ୍ବାର ଏହିଭଳି ଭଣ୍ଡ ବାବା ଙ୍କ ବିରୋଧରେ ପୋଲିସ୍ ର କାର୍ଯ୍ୟାନୁଷ୍ଠନ ପରେ ମଧ୍ୟ ଏମାନଙ୍କ ସଂଖ୍ୟା କମୁନାହିଁ। ସେହିପରି ଏବେ ବଲାଙ୍ଗୀର ର ଜଣେ ଭଣ୍ଡ ବାବା ସାମ୍ନା କୁ ଆସିଛନ୍ତି। ତାଙ୍କ ନାମରେ ଅଭିଯୋଗ ପରେ ସେ ଗିରଫ ହୋଇଛନ୍ତି।ତେବେ ଆସନ୍ତୁ ଜାଣିବା କଣ ପାଇଁ ଗିରଫ ହେଲେ ଏହି ଭଣ୍ଡବାବା ।

ତେବେ ଏହି ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା ଘୁଟୁପାଲି ଗାଁ ରେ।ଏହି ଗାଁର ଭଣ୍ଡବାବା ବସନ୍ତ ବାଗଙ୍କୁ ଗିରଫ କରିଛି ସେଠାକାର ଖଡିଆଳ ପୋଲିସ । ଯାହା ଜଣା ପଡିଛି ଯୁବତୀକୁ ଅସଦାଚରଣ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଖଡିଆଳ ପୋଲିସ ।

ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି ଏହି ଘଟଣାର ପ୍ରକୃତ ଘଟଣା ଅନୁଯାୟୀ ଲାଂଜି କଟାପଡ଼ା ଗାଁର ଜଣେ ନାବାଳିକା ଅସୁସ୍ଥ ଥିଲେ।ଏହା ପରେ ପରିବାର ଲୋକେ ଅନ୍ଧବିଶ୍ୱାସ ର ଶିକାର ହୋଇ ତାଙ୍କୁ ଝଡାଫୁଙ୍କା କରିବା ପାଇଁ ଘରକୁ ବସନ୍ତ କୁମାର ବାଗ ନାମକ ବାବାଙ୍କୁ ଡାକିଥିଲେ ଯିଏକି ସେହି ଅଞ୍ଚଳର ପ୍ରତିଷ୍ଠିତ ବାବା।ଏହା ପରେ ବାବା ନାବାଳିକାଙ୍କୁ ଭଲ କରିବା ପାଇଁ ସମସ୍ତଙ୍କୁ ଘରୁ ବାହାରି ଯିବାକୁ କହି ଝଡାଫୁଙ୍କା ନାଁରେ ଅସଦାଚାରଣ କରିଥିଲେ।

ତାପରେ ନାବାଳିକା ଜଣକ ଅଧିକ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ସେମାନେ ଜାଣିବାକୁ ପାଇଥିଲେ ଯେ ବାବା ଜଣଙ୍କ ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି। ଏହା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଉକ୍ତ ଘଟଣାକୁ ଜାଣିବା ପରେ ଏହାପରେ ବାବାଙ୍କ ନାଁରେ ପରିବାର ଲୋକେ ଥାନାରେ ଅସାଦାଚାରଣ ଅଭିଯୋଗ କରିଥିଲେ।

ଚିକିତ୍ସା ସ୍ୱରୂପ ଝାଡାଫୁଙ୍କା ବାହାନାରେ ବା ଆଳରେ ଭଣ୍ଡବାବା ବସନ୍ତ ବାଗଙ୍କ ଏହି ନିନ୍ଦନୀୟ, ଘୃଣ୍ୟ କାମର ଅଭିଯୋଗ ପରେ ପୋଲିସ ଏହି ଭାଣ୍ଡବାବା ଙ୍କୁ ଗିରଫ କରିଥିଲା ଏବଂ ପରେ ତାଙ୍କୁ କୋର୍ଟ ଚାଲାଣ କରିଛି ଖଡିଆଳ ପୋଲିସ। ବାବାଙ୍କ ଏହି କାରନାମା କୁ ସାଧାରଣରେ ନିନ୍ଦା କରାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।