ଓଡିଶା ସରକାର ଙ୍କର କଡା ଚେତାବନୀ ! ନଦୀରେ ଡଙ୍ଗା ଭାସାଇଲେ ଦେବାକୁ ପଡ଼ିବ ଫାଇନ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର…..
କାର୍ତ୍ତିକ ମାସ କୁ ପୁଣ୍ୟ ର ମାସ ବୋଲି କୁହାଯାଏ । ବହୁ ପୁରାତନ କାଳ ରୁ ଲୋକ ମାନେ କାର୍ତ୍ତିକ ମାସ କୁ ବହୁତ୍ ଭଲ ଭାବରେ ଓ ନିୟମ ଅନୁସାରେ ପାଳନ କରି ଆସୁଛନ୍ତି । ଏହି ମାସ ରେ ସମସ୍ତେ ଆମିଷ ବ୍ୟଞ୍ଜନ ସେବନ କରିବା ଛାଡ଼ି ଦେଇ ଥାଆନ୍ତି , ଓ ମାସ ସାରା ହବିଷ ପାଳନ କରି ଥାଆନ୍ତି। ତେବେ ଏହି କାର୍ତ୍ତିକ ମାସ ର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ପଡ଼ିଥାଏ । ଏହି ଦିନ ଲୋକ ମାନେ ନିଜ ପୂର୍ବ ପୁରୁଷ ମାନଙ୍କୁ ମନେ ପକାଇ ଥାଆନ୍ତି ।
ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ ଲୋକ ମାନେ ସକାଳୁ ସ୍ନାନ କରି ସମୁଦ୍ର ନଦୀ ପାଣି ରେ ଡଙ୍ଗା ଭସାଇ ଥାଆନ୍ତି । ତେବେ ଏହି ଦିନକୁ ଲୋକ ମାନେ ବର୍ଷ ସାରା ରୁ ଅପେକ୍ଷା କରି ଥାଆନ୍ତି କାରଣ ଏହି ସେମାନେ ନିଜ ପୂର୍ବ ପୁରୁଷ ମାନଙ୍କ ନାମ ରେ ଡଙ୍ଗା ଭସାଇ ଥାଆନ୍ତି।
ତେବେ ବର୍ତ୍ତମାନ ସମଗ୍ର ବିଶ୍ବ ବର୍ତ୍ତମାନ କୋରୋନା ଭାଇରସ ସହିତ ଲଢେଇ କରୁ ଅଛି । ତେବେ ଏହି ଭାଇରସ ଟି ଚୀନ୍ ଦେଶ ରୁ ଆସି ସମସ୍ତ ବିଶ୍ଵ କୁ ବ୍ୟାପି ଯାଇ ଅଛି । ଏହି ଭାଇରସ ରେ ଭାରତ ବହୁତ୍ ପରିମାଣ ରେ ମଧ୍ୟ ସଂକ୍ରମିତ ହୋଇ ରହିଛି। ଏହି ଭାଇରସ ଟି ମାର୍ଚ୍ଚ ମାସ ରୁ ଚିହ୍ନଟ ହେବା ସତ୍ୱେ ମଧ୍ୟ ଆଜି ଯାଏ ଏହାର କୌଣସି ପ୍ରତିଷେଧକ ଟୀକା ପ୍ରସ୍ତୁତ ହୋଇ ପାରି ନାହିଁ । ଅନେକ ଲୋକ ଏହି ଭାଇରସ ରେ ମୃତ୍ୟୁ ବରଣ କରି ସାରିଲେଣି।
ସରକାର ଏହି ଭାଇରସ ର ସଂକ୍ରମଣ କୁ ରୋକିବା ପାଇଁ ସରକାର ଦେଶ ଲକ୍ ଡାଉନ୍ ମଧ୍ୟ ଜାରି କରିଥିଲେ । ତେବେ ଅଧିକ ଦିନ ଜାଏ ଲୋକ ମାନେ ନିଜ କାର୍ଯ୍ୟ ନକରି ପାରି ହଇରାଣ ହେଉ ଥିବା ରୁ ସରକାର ଲୋକ ମାନଙ୍କୁ ବଜାର ସହର ଯିବା ପାଇଁ ଅନୁମତି ଦେଇଛନ୍ତି କେବଳ ଅତି ଆବଶ୍ୟକ କ୍ଷେତ୍ର ରେ ।
ତେଣୁ ସରକାର କାର୍ତ୍ତିକ ପୂର୍ଣ୍ଣିମା ର ଡଙ୍ଗା ଭସା ଉପରେ ମଧ୍ୟ କଟକଣା ଜାରି କରିଛନ୍ତି । ଯାହା ଫଳରେ କେହି ବି କୌଣସି ନଦୀ ସମୁଦ୍ର ରେ ଡଙ୍ଗା ଭସାଇ ପାରିବେ ନାହିଁ। କରନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ସରକାର ଏମିତି କିଛି ନିଷ୍ପତି ନେଇ ଅଛି । ଡଙ୍ଗା ଭସାଇବା ଦ୍ଵାରା ଲୋକ ମାନେ ନଦୀ ଓ ସମିଦ୍ର କୂଳ ରେ ଏକତ୍ର ହେବେ ଓ ଲୋକ ମାନେ ସାମାଜିକ ଦୂରତା ମଧ୍ୟ ଅବଲମ୍ବନ କରିବେ ନାହିଁ ।
ତେଣୁ ସଂକ୍ରମଣ ବଢିବାର ଆଶଙ୍କା ବହୁତ୍ ଅଧିକ ରହିଛି। ତେବେ ଗାଇଡ ଲାଇନ ଅନୁସାରେ ୩୦ ତାରିଖ ପୂର୍ଣ୍ଣିମା ଦିନ ନଦୀ ଘାଟରେ ଗହଳି, ଗାଧୋଇବା ବାରଣ କରାଯାଇଛି। ତେବେ ବିଶ୍ବ ପ୍ରସିଧ ବାଲିଯାତ୍ରା ମଧ୍ୟ ଏଥର ବନ୍ଦ ରହିବ ହେବ ନାହିଁ । ତେବେ ଏହି କଟକଣା କୁ ସ୍ଵତନ୍ତ୍ର ରିଲିଫ କମିଶନର ଏନେଇ ନିର୍ଦ୍ଦେଶ ମାନା ଜାରି କରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।