ଓଡିଶା ସରକାର ଙ୍କ ତରଫରୁ ଅଷ୍ଟମ ପାସ କରିଥିବା ପିଲାଙ୍କ ପାଇଁ ଆସିଲା ଖୁସି ଖବର । ଶୀଘ୍ର ଆବେଦନ କରନ୍ତୁ…

ଓଡ଼ିଶାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପୁଣି ଆସିଲା ଏକ ଖୁସି ଖବର। ଏବେ ସମ୍ୱଲପୁର ଜିଲ୍ଲା ତରଫରୁ ଆସିଛି ଏକ ବଡ଼ ଧରଣର ନିଯୁକ୍ତି ସୁଯୋଗ ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର। କରନା ସମୟରେ ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ନିଶ୍ଚିତ ଏକ ବଡ଼ ନିଯୁକ୍ତି ସୁଯୋଗ ଅଟେ। ଭିନ୍ନ ଭିନ୍ନ ପଦବୀ ବିଶିଷ୍ଟ ଏହି ଚାକିରି ରେ ଆବେଦନ କରି ଆପଣ ମାନେ ତାର ଫାଇଦା ମଧ୍ୟ ପାଇ ପାରିବେ। ଏହାକୁ ଉଭୟ ପୁରୁଷ ଓ ମହିଳା ଆଶାୟୀ ଆବେଦନ କରି ପାରିବେ।

ତେବେ ଯଦି ଆପଣ ଅଷ୍ଟମ ପାସ୍, ବି ଏସ ସି ଇନ୍ ନର୍ସିଂ କିମ୍ବା ଗ୍ରାଯୁଏସନ କରିଛନ୍ତି ତେବେ ଆପଣ ଆଦୌ ବିଳମ୍ବ ନକରି ଏହି ପଦବୀ ପାଇଁ ଆବେଦନ କରି ପାରିବେ।ଏଥିରେ ଆପଣଙ୍କୁ ଭଲ ଦରମା ମଧ୍ୟ ମିଳିବ ଏହା ଏକ ସରକାରୀ ଚାକିରୀ ମଧ୍ୟ ଅଟେ ।

ଓଡ଼ିଶା ସରକାରଙ୍କ ତରଫରୁ ଆବେଦନ ପାଇଁ ହେଉଥିବା ଏହି ପଦବୀ ଗୁଡ଼ିକରେ ଆପଣ ସରକାରଙ୍କ ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଏହାର ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ।ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏବଂ ଏଥିପାଇଁ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସମ୍ବନ୍ଧରେ।

ପଦ ନାମ- ଆୟା, ନର୍ସ, ପାରା ମେଡିକାଲ୍ ଷ୍ଟାଫ୍, ହାଉସ୍ ଫାଦର୍।

ଆବେଦନ ମାଧ୍ୟମ- ଉଭୟ ଅନଲାଇନ ଏବଂ ଅଫ୍ ଲାଇନ ରେ ଆବେଦନ କରି ପାରିବେ ସ୍ପିଡ ପୋଷ୍ଟ ବା ରେଜିଷ୍ଟ୍ରେଡ ପୋଷ୍ଟ ମାଧ୍ୟମରେ।

ଆପ୍ଲିକେସନ୍ ଫି- ୧୦୦ ଟଙ୍କା ସାଧାରଣ ବର୍ଗର ପିଲାଙ୍କ ପାଇଁ। ଆଉ ସମସ୍ତଙ୍କ ପାଇଁ ମାଗଣା ଆବେଦନ ସୁବିଧା ରହିଛି।

ଜବ ଲୋକେଶନ- ଓଡ଼ିଶା ଭିତରେ।

ଶିକ୍ଷାଗତ ଯୋଗ୍ୟତା- ସର୍ବନିମ୍ନ ଅଷ୍ଟମ ପାସ୍, ବି ଏସ ସି ନର୍ସିଂ, ଫାର୍ମାସିଷ୍ଟ, ଗ୍ରାଯୁଏସନ୍,ଏହି ଶିକ୍ଷାଗତ ଯୋଗ୍ୟତା ରହିଥିବା ଦରକାର୍।

ଆବେଦନ ତାରିଖ- ଏହି ଚାକିରି ପାଇଁ ଆବେଦନ ର ଶେଷ ତାରିଖ ରହିଛି ୦୭/୦୧/୨୦୨୧

ଆପ୍ଲିକେସନ୍ ପଠାଇବାର ଶେଷ ତାରିଖ- ୧୨/୦୧/୨୦୨୧

ବୟସ ସୀମା- ଏଥିରେ ଆବେଦନ କରିବା ପାଇଁ ଆପଣଙ୍କ ବୟସ ୨୧ ବର୍ଷ ସର୍ବନିମ୍ନ ଓ ୪୫ ବର୍ଷ ସର୍ବାଧିକ ହୋଇଥିବା ଦରକାର।

ଦରମା- ୬୦୦୦ ରୁ ୧୧୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ରହିଛି। ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଦରମା ରହିଛି।

ଆବେଦନ ପ୍ରକ୍ରିୟା- ଏହି ବିଭାଗରେ ବାହାରିଥିବା ପଦବୀରେ ଆବେଦନ କରିବା ପାଇଁ ଆପଣ ଏହାର ୱେବ୍ ସାଇଟ୍ କୁ ଯାଇ ସରକାରୀ ବିଭାଗର ଜାରି ହୋଇଥିବା ତାର ଅଫିସିଆଲ୍ ୱେବ୍ ସାଇଟ୍ (www.sambalpur.nic.in) ରେ କ୍ଲିକ୍ କରି ଏହାର ଆବେଦନ ବିଷୟରେ ଜାଣିବା ସହିତ apply online କ୍ଲିକ କରି ପାରିବେ ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ୧୨ ଜାନୁଆରୀ ସନ୍ଧ୍ୟା ୫.୩୦ ପୂର୍ବରୁ ଆପଣଙ୍କୁ ଏଥିପାଇଁ ଆବେଦନ କରିବାକୁ ପଡ଼ିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।