ଜରୁରୀ ଖବର – ଓଡିଶା ସରକାର ଙ୍କର ବଡ ଘୋଷଣା ! ବାଲ୍ୟ ବିବାହ ରେ ହାତ ଗଣ୍ଠି ପକାଇଲେ ବନ୍ଧା ହେବେ ପୁରୋହିତ, ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ….

ମନ ଇଚ୍ଛା ବାହାଘର କୁ ନାଁ । ପୁରୋହିତ କୁ ମହଙ୍ଗା ପଡ଼ିବ ମନ୍ତ୍ର ପଢ଼ିବା । ହାତ ଗଣ୍ଠି ପକାଇଲେ ପଡ଼ିବ ହାତ କଡ଼ି । ସାବଧାନ ହେଇ ଯାଆନ୍ତୁ ପୁରୋହିତ , ମଣ୍ଡପ ମାଲିକ , ବ୍ୟାଣ୍ଡ ବାଜା ମାଲିକ । ବେଆଇନ ବାଲ୍ୟ ବିବାହ ରେ ମନ୍ତ୍ର ପଢିଲେ କି ହାତ ଗଣ୍ଠି ପକାଇଲେ ବନ୍ଧା ହୋଇ ପାରନ୍ତି ପୁରୋହିତ। ସମାନ ନିୟମ ମଣ୍ଡପ ମାଲିକ , ବ୍ୟାଣ୍ଡ ବାଜା ମାଲିକ ଙ୍କ ଉପରେ ବି ଲାଗୁ ରହିବ। ବାଲ୍ୟ ବିବାହ ବେଆଇନ । ୧୮ ବର୍ଷ ରୁ କମ ବୟସ ର ଝିଅ କୁ ଓ ୨୧ ବର୍ଷ ରୁ କମ ବୟସ ର ପୁଅ ଉପରେ ସଂସାର ଦାୟିତ୍ଵ ଲଦି ଦେବା ହେଉଛି ବେଆଇନ।

୨୦୦୬ ମସିହା ରୁ ଏମିତି ଆଇନ୍ ଅଛି ତେବେ ଆଇନ୍ କୁ ବର୍ତ୍ତମାନ କଡ଼ା କଡ଼ି ଭାବେ ପାଳନ କରିବା ପାଇଁ ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳ ସବୁ ଜିଲ୍ଲା ର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି । ଦର୍ଶାଇ ଅଛନ୍ତି ଯେ ନାବାଳିକା ବିବାହ ପାଇଁ ତାର ବାପା ମା ଯେତିକି ମାତ୍ରା ରେ ଦାୟୀ ଏହି ବାହାଘର ରେ ହାତ ଗଣ୍ଠି ପକାଉ ଥିବା ପୁରୋହିତ ମଧ୍ୟ ଅନୁରୂପ ମାତ୍ରା ରେ ଦୋଷୀ ଅଟେ ।

ତେଣୁ ବାହାଘର କରିବା ପୂର୍ବରୁ ବର କନିଆଁ ମାନେ ଝିଅ ପୁଅ ଙ୍କ ବୟସ ଜାଣି ନିଅନ୍ତୁ। ବେଦୀ ରେ ବସିବା ପୂର୍ବରୁ ବର କନିଆଁ ଙ୍କ ବୟସ କେତେ ତାହା ଜାଣିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କେବଳ ପୁରୋହିତ ମାନଙ୍କୁ ନୁହେଁ ବିବାହ ପାଇଁ ଅନୁମତି ଦେଉଥିବା କଲ୍ୟାଣ ମଣ୍ଡପ ମାଲିକ ଙ୍କୁ ବି ଜିଲ୍ଲାପାଳ ସତର୍କ କରାଇ ଦେଇଛନ୍ତି ।

ବାହାଘର ରେ ସାମିଲ ଗାଡି ର ମାଲିକ ଓ ବ୍ୟାଣ୍ଡ ବାଜା କୁ ବି ଜିଲ୍ଲାପାଳ ସତର୍କ କରାଇ ପରକ୍ଷ ରେ ଅନୁଗୁଳ ଜିଲ୍ଲା କେମିତି ବାଲ୍ୟ ବିବାହ ରୁ ମୁକ୍ତ ହେବ ତାର ଉତ୍ତର ଦାୟିତ୍ଵ ମୁଣ୍ଡାଇ ଅଛନ୍ତି । ବାଲ୍ୟ ବିବାହ ବିରୋଧ ଆଇନ୍ ୨୦୦୬ ମସିହା କହୁଛି ଝିଅ କୁ ୧୮ ବର୍ଷ ନହେଲେ ତାକୁ ବିବାହ ବନ୍ଧନ ରେ ବାନ୍ଧି ହେବ ନାହିଁ । ବର ପାଇଁ ମଧ୍ୟ ଅନୁରୂପ ବୟସ ଧାର୍ଯ୍ୟ କରାଯାଇ ଅଛି । ପୁଅ କୁ ୨୧ ବର୍ଷ ବୟସ ରୁ କମ ହେଲେ ସେ ମଧ୍ୟ ବିବାହ ପାଇଁ ଅନୁପଯୁକ୍ତ ଅଟେ । ସରକାର ଏପ୍ରକାର ଆଇନ୍ କୁ ଯଦିଓ ଲାଗୁ କରିଛନ୍ତି ତଥାପି ଗାଁ ଗହଳ ରେ ଏହାର ପାଳନ ହେଉନାହିଁ ।

ତେବେ ଗତ ଲକ୍ ଡାଉନ୍ ରେ ଅନୁଗୁଳ ଜିଲ୍ଲାରେ ଗୋଟିଏ ସିରିଜ୍ ରେ ଚାଲିଥିବା ବାଲ୍ୟ ବିବାହ କୁ ନେଇ ସଚେତନତା ଅଭିଯାନ ଆରମ୍ଭ ହୋଇଥିଲା । ଗତ ଦୁଇ ମାସ ମଧ୍ୟରେ ୧୩ ବାଲ୍ୟ ବିବାହ କଥା ପ୍ରଶାସନ ସାମ୍ନା କୁ ଆସିଥିଲା । ପୋଲିସ ସମନୱ ରେ ଯଦିଓ ଏହି ବାଲ୍ୟ ବିବାହ କୁ ବନ୍ଦ କରାଯାଇଛି ତଥାପି ଲୁଚା ଛପା ରେ ଅନେକ ବାଲ୍ୟ ବିବାହ ହୋଇଥିବାର ଖବର ସାମ୍ନା କୁ ଆସିଛି। ଯେଉଁ ବିବାହ ରେ କୌଣସି ବିରୋଧ ହୋଇନାହିଁ ତାହା ଖୁବ୍ ଧୁମଧାମରେ ହୋଇଛି।

ତେଣୁ ଏମିତି ଏକ ନିଷ୍ପତି ନେଇଛନ୍ତି ଅନୁଗୁଳ ଜିଲ୍ଲା ର ଜିଲ୍ଲାପାଳ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।