ଓଡିଶା ସରକାର ଙ୍କର ଐତିହାସିକ ନିଷ୍ପତ୍ତି । ଦୁର୍ନୀତିଗ୍ରସ୍ତ ଓ ଅପାରଗ ପୋଲିସ ବାବୁ ଏବେ ହେବେ ଆଉଟ୍, ବାଧ୍ୟତାମୂଳକ ଅବସର ତାଲିକାରେ ୨୨୮ ଇନ୍ସପେକ୍ଟର…

ଏବେ ବିଦା ହେବେ ଆଉ ସାବାଡ୍ ବି ହେବେ ଦୁର୍ନୀତି ଗ୍ରସ୍ତ ପୋଲିସ୍ କର୍ମଚାରୀ। ସେମାନଙ୍କୁ ଦିଆଯିବ ବାଧ୍ୟତା ମୂଳକ ଅବସର ଆଉ ଏହାକୁ ସେମାନେ ଗ୍ରହଣ କରିବା ପାଇଁ ମଧ୍ୟ ବାଧ୍ୟ। ଏନେଇ ଆରମ୍ଭ ହୋଇଛି ଦୁର୍ନୀତି ମୁକ୍ତ ପୋଲିସ୍ ସେବା ଅଭିଯାନ। ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ଏବେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ତେବେ ଆପଣ ମାନଙ୍କୁ ଜଣାଇ ଦେଉଛୁ କି ନିଜର କର୍ତ୍ତବ୍ୟ ରେ ଅବହେଳା କରୁଥିବା ଏବଂ ନିଜ ବୃତ୍ତି ପ୍ରତି ନିଷ୍ଠା ନରଖି ଦୁର୍ନୀତିଖୋର୍‌ ମନୋଭାବ ପୋଷଣ କରୁଥିବା ପୋଲିସ କର୍ମଚାରୀଙ୍କୁ ଏବେ ମିଳିବ ପାନେ।ଏବେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ବୋଲି ସୂଚନା ମିଳିଛି।

ଯାହାକୁ ନେଇ ଏବେ ଦୁର୍ନୀତି ରେ ବୁଡି ରଖିଥିବା ପୋଲିସ କର୍ମଚାରୀଙ୍କ ମନରେ ଛେନକା ପହଞ୍ଚିଛି।ଆଉ ଏହି ପ୍ରକ୍ରିୟା ପ୍ରଥମେ ଆରମ୍ଭ ହୋଇଛି ପୋଲିସ ବିଭାଗର ଉପର ସ୍ତରରୁ। ଏଥିପାଇଁ ପୋଲିସ୍ ବିଭାଗର ଉଚ୍ଚ ପଦବୀରେ ଥିବା ଇନ୍ସପେକ୍ଟରଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। କାରଣ ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା

ଆରମ୍ଭ ହୋଇଛି। ତେବେ ଏଥିପାଇଁ ଥିବା ନିୟାମକ ଅନୁସାରେ ୫୦ ରୁ ୫୫ ବର୍ଷ ବୟସ୍କ ଯେଉଁ ପୁଲିସ ଇନ୍ସପେକ୍ଟର ଙ୍କ ବିରୋଧରେ କୌଣସି ବି ଆଇନଗତ ବିବାଦ ଥିବ କିମ୍ବା ସେମାନେ ଯଦି କୌଣସି ବି ଅପରାଧିକ ମାମଲାରେ ଜଡିତ ଥିବେ ତେବେ ସେମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିବ।

ତେବେ ପ୍ରଭାବ ସ୍ୱରୂପ ଏହି ବୟସର ପୋଲିସ୍ ଇନ୍ସପେକ୍ଟର ମାନଙ୍କର ଯଦି ଚାକିରିରେ ସେମାନଙ୍କର ୩୦ ବର୍ଷ କାର୍ଯ୍ୟକାଳ ପୂରଣ ହୋଇ ସାରିଥିବ ତେବେ ଏମାନଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଦିଆଯିବ।ତେବେ ପ୍ରଥମେ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ୨୨୮ ଜଣ ଇନ୍ସପେକ୍ଟର ଙ୍କ ନାମ ରହିଛି।ଅଯୋଗ୍ୟ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଏଥିପାଇଁ ଅବସର ଦିଆଯିବ।

ତେବେ ଓଡ଼ିଶା ସର୍ଭିସ୍‌ କୋଡ୍‌ ରୁଲ୍‌-୭୧, ଧାରା (କ) ଅନୁସାରେ ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ସମୀକ୍ଷା କରାଯିବ।ଏଥିପାଇଁ ନିଷ୍ପତି ଅନୁସାରେ ପ୍ରଥମେ ଏହି ୨୨୭ ଜଣ ଇନ୍ସପେକ୍ଟର ଙ୍କ ତାଲିକା କରି ଏହାକୁ ବିଭିନ୍ନ ପୋଲିସ ପ୍ରତିଷ୍ଠାନର ମୁଖ୍ୟ ଏବଂ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିକଟକୁ ପଠା ସରିଛି।

ଏହାପରେ ପୋଲିସ୍ ପ୍ରତିଷ୍ଠାନ ର ମୁଖ୍ୟ ବିଭାଗୀୟ ପୋଲିସ୍ ଇନ୍ସପେକ୍ଟର ଙ୍କ ସମସ୍ତ ପ୍ରଶଂସନୀୟ ଏବଂ ଅପରାଧିକ ଘଟଣାକୁ ବିଚାରକୁ ନେଇ ସେମାନେ ଏକ ରିପୋର୍ଟ୍ ପ୍ରସ୍ତୁତ କରି ଏହାର ସୂଚନା ଦେବେ।ଏହାପରେ ଯଦି କିଛି ଇନ୍ସପେକ୍ଟର ସେମାନଙ୍କ ମୂଳ ସ୍ଥାନରୁ ଡେପୁଟେସନ୍‌ରେ ଅନ୍ୟ ପୋଲିସ୍‌ ସଂସ୍ଥାକୁ ଯାଇଥିବେ ସେମାନଙ୍କ ବାବଦରେ ମଧ୍ୟ ରେକର୍ଡ ଅତିରିକ୍ତ ଡିଜି କ୍ରାଇମବ୍ରାଞ୍ଚଙ୍କ ନିକଟକୁ ପଠାଯିବ ।

ଏହାପରେ ରିଭ୍ୟୁ ଟିମ୍ ଏହାର ଯାଞ୍ଚ କରିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ ବୋଲି କୁହା ଯାଇଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।