ଜରୁରୀ ସୂଚନା – ଆଜିଠୁ ପୁଣି କାଳ ବୈଶାଖୀ ରେ ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାର ଏହି ୧୧ ଟି ଜିଲ୍ଲା କୁ ସତର୍କ କଲା ଓଡିଶା ପାଣିପାଗ ବିଭାଗ, ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ….

ପ୍ରଚଣ୍ଡ ତାତି ପରେ ଆଜି ସାମାନ୍ୟ ଥଣ୍ଡା ଅନୁଭୂତ ହେବା ପରେ ଲୋକେ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଅଞ୍ଚଳରେ ଘଡ଼ଘଡ଼ି ସହିତ ବର୍ଷା ହୋଇଛି। କିଛିଦିନ ଧରି ପ୍ରବଳ ଗରମ ବା ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଏବେ ବର୍ଷା ହେବା କାରଣରୁ ପରିବେଶ ଟିକେ ଶାନ୍ତ ରହିଛି ଏବଂ ଲୋକେ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରୁଛନ୍ତି।ଏହା ସହିତ ବର୍ଷା ପ୍ରବାହରେ ମଧ୍ୟ ଜଙ୍ଗଲ ନିଆଁ କିଛି ପରିମାଣରେ କମିଛି।ଏହା ଏକ ଶୁଭ ଖବର ନିଶ୍ଚିତ ଭାବରେ। ପ୍ରକୃତି ତାର ଦୟା ଭାବ ପ୍ରଦର୍ଶନ କରିଛି। ଏହାଛଡା ଯାହା ସୂଚନା ମିଳିଛି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ର ସମ୍ଭାବନା ରହିଛି।

ଆପଣଙ୍କୁ କହି ରଖୁଛୁ କି ମିଳିଥିବା ସୂଚନା ଅନୁସାରେ ଉତ୍ତର ଉପକୂଳ ଓଡ଼ିଶା, ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ ଏବଂ ଗଞ୍ଜାମ ଜିଲ୍ଲାରେ ଗୋଟିଏ କି ଦୁଇଟି ସ୍ଥାନରେ କାଳ ବୈଶାଖୀ ସହିତ ବଜ୍ରପାତ ର ସମ୍ଭାବନା ମଧ୍ୟ ରହିଛି।

ଆଉ ଏନେଇ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣଂ ଜାରି କରା ଯାଇଛି ଓ ସତର୍କ ସୂଚନା ମଧ୍ୟ ଦିଆ ଯାଇଛି।ତେବେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେଉଁଝର, ଅନୁଗୁଳ, ମୟୂରଭଞ୍ଜ ଏବଂ ଢେ଼ଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଯାହା ପାଣିପାଗ ବିଭାଗ ସୂଚନା ଦେଇଛି।

ତେବେ ସେହି ସବୁ ଜିଲ୍ଲା ମାନଙ୍କରେ, ସେଠାରେ କାଳ ବୈଶାଖୀ ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣିଂ ମଧ୍ୟ ଜାରି କରା ଯାଇଛି।ଆଉ ସ୍ଥିତି ଉପରେ ନଜର ରଖିବାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର।ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଏହି ସବୁ ତଥ୍ୟ ବିଷୟରେ କୁହା ଯାଇଛି।

ତେବେ କିଛି ଦିନ ପରେ ହେଉଥିବା ଅସହ୍ୟ ତାତିରୁ ସାମାନ୍ୟ ଆଶ୍ବସ୍ତି ଆଣିଲା ଏହି ଅଦିନିଆ ବର୍ଷା। କେନ୍ଦୁଝର ସହରରେ ଆଜି ସକାଳୁ ସକାଳୁ ପବନ ଓ ଘଡଘଡି ସହ ବର୍ଷା ହୋଇଥିଲା। ହତାଠ୍‌ ପବନ ସହ ଘୋଟି ଆସିଥିଲା କଳା ହାଣ୍ଡିଆ ମେଘ। ଶାନ୍ତ ଆଉ ଥଣ୍ଡା ପଡି ଯାଇଥିଲା ପରିବେଶ।

ପ୍ରବଳ ବର୍ଷାରେ ରାସ୍ତାଘାଟ ସବୁ ଶୁନ୍‌ଶାନ୍‌ ହୋଇ ଯାଇଥିଲା। କିଛି ସମୟ ପରେ ରାସ୍ତା ଘାଟ ପାଣିରେ ଭରି ଯାଇଥିଲା। କିଛି ସମୟ ବର୍ଷାରେ ସହରରେ ଆଜି ଥଣ୍ଡା ଅନୁଭୂତ ହେଉଛି।ଏହି କାରଣରୁ ଆଜି ସକାଳ ପାଖରୁ ନିକଟବର୍ତ୍ତୀ ଅଞ୍ଚଳ ଓ ଜିଲ୍ଲା ମାନଙ୍କରେ ଥଣ୍ଡା ଅନୁଭୂତ ହେଉଛି।ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାକୁ ଥିବାରୁ ଏହା ସମସ୍ତଙ୍କ ମନରେ ଏକ ଆଶ୍ୱସ୍ତି ଆଣିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।