ଓଡିଶାର ଲୋକପ୍ରିୟ ଅଭିନେତା Sabyasachi ଙ୍କ ସମ୍ପତ୍ତି କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ, କ’ଣ ସତରେ ଏତେ….
ଆପଣମାନେ ସମସ୍ତେ ପ୍ରାୟତଃ ଜାଣିଥିବେ ଓଡ଼ିଶାର ଜଣେ ଆଗଧାଡିର କଳାକାର ଏବଂ ବଳିଷ୍ଠ ବ୍ୟକ୍ତିତ୍ବ ର ଅଧିକାରୀ ହୋଇ ଜଣେ ସମାଜସେବୀ ଭାବରେ ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ତେବେ ଅଭିନେତା ସବ୍ୟସାଚୀ ମିଶ୍ର ଯିଏକି ଏବେ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଜଣେ ଲୋକପ୍ରିୟ ଚେହେରା ପାଲଟି ଯାଇଛନ୍ତି । ରିଲ୍ ଲାଇଫ ଭଳି ରିଏଲ୍ ଲାଇଫ ରେ ମଧ୍ୟ ସେ ଲୋକମାନଙ୍କ ପାଇଁ ସାଜିଛନ୍ତି ପ୍ରକୃତ ହିରୋ। ତାଙ୍କ ପାଇଁ ଓଡ଼ିଶା ବାସୀ ଆଜି ଗର୍ବ ଅନୁଭବ କରୁଛନ୍ତି। ମହାମାରୀ ସମୟରେ ସବୁ ବର୍ଗର ବ୍ୟକ୍ତି ବିଶେଷ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି।
ଏହି ମହାବିପତ୍ତି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ସହାୟତା ପ୍ରଦାନ କରିଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର।ତାଙ୍କର ଏଭଳି ପଦକ୍ଷେପ ପାଇଁ ଅନେକ ଅସହାୟ ଲୋକ ଆଜି ସହାୟତା ପାଇ ତାଙ୍କୁ ଅନେକ ଆଶିର୍ବାଦ ଏବଂ ଅନେକ ଭଲପାଇବା ମଧ୍ୟ ଦେଉଛନ୍ତି।ତେବେ ଆମେ ଆଜି ଆପଣଙ୍କୁ କହିବୁ ସବ୍ୟସାଚୀ ଙ୍କ ଘର ଏବଂ ସମ୍ପତ୍ତି ଏବଂ ତାଙ୍କ ବିଷୟରେ କିଛି ଅଜଣା କଥା।ତେବେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଜନ୍ମ ସମ୍ବଲପୁରର ବୁର୍ଲାରେ ହୋଇଥିବା ବେଳେ ସବ୍ୟସାଚୀ ମିଶ୍ରଙ୍କ ପିତା ସୁରେନ୍ଦ୍ର ପ୍ରସାଦ ମିଶ୍ର ଜଣେ ଆଇଏଏସ ଅଫିସର ଅଟନ୍ତି।
ଏହାଛଡା ସବ୍ୟସାଚୀ ଙ୍କ ମାଆ ଡା. ସୁଷମା ମିଶ୍ର ଏକାଧାର ରେ ଜଣେ କବି ଓ ଗୀତ ମଧ୍ୟ ଲେଖନ୍ତି। ତାଙ୍କର ଜଣେ ଭାଇ ମଧ୍ୟ ଅଛନ୍ତି, ଯିଏକି ଜଣେ ଟେଲିକମ ଇଞ୍ଜିନିୟର ଅଟନ୍ତି। ସବ୍ୟସାଚୀ ସମ୍ବଲପୁରର ଏକ କଲେଜରୁ ଇଞ୍ଜିନିୟରିଂ ପାସ୍ କରିବା ପରେ ସେ ଇନ୍ଫୋସିସରେ ଚାକିରି କରିଥିଲେ।ପରେ ସିନେମା ଜଗତରେ ପାଦ ରଖିଥିଲେ।
୨୦୦୭ରେ ଓଡ଼ିଆ ଚଳଚ୍ଚିତ୍ର ‘ପାଗଳପ୍ରେମୀ’ ଜରିଆରେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ଅଭିନେତା ସବ୍ୟସାଚୀ। ଏହା ପୂର୍ବରୁ ସେ ଆଲ୍ବମ୍ ଜଗତର ଜଣେ ପରିଚିତ ଚେହେରା ଥିଲେ। ହର ପଟ୍ଟନାୟକଙ୍କ ଜରିଆରେ ସେ ସିନେମା ଜଗତରେ ପାଦ ରଖିଥିଲେ।ତେବେ ତାଙ୍କ ରୋଜଗାରର ମୁଖ୍ୟ ମାଧ୍ୟମ ହୋଇଛି ବ୍ରାଣ୍ଡ ପ୍ରୋମୋଶନ।
ଏହି ଜରିଆରେ ସେ ଓଡିଶାର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଠାରୁ ଅଧିକ ବ୍ରାଣ୍ଡ ପ୍ରମୋଟ କରି ସବୁଠୁ ଅଧିକ ଟଙ୍କା ରୋଜଗାର କରିଥାନ୍ତି। ଆପଣଙ୍କୁ କହି ରଖୁଛୁ କି ସେ ଗୋଟିଏ ବ୍ରାଂଡ ପ୍ରମୋଶନ ପାଇଁ ୫ ଲକ୍ଷ ରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି।ଆଇପିଏଲ ଟିମ ଡେକାନ ଚାର୍ଜଶର ସେ ବ୍ରାଂଡ ଏମ୍ବେସଡର ରହି ସାରିଥିବା ବେଳେ ଏବେ ଓଡିଆ ଟେନିସ ପ୍ରିମିୟର ଲିଗ ଓ କ୍ରିକେଟ ଫର ବ୍ଳାଇଣ୍ଡ ଇନ ଇଣ୍ଡିଆର ବ୍ରାଂଡ ଏମ୍ବେସଡର ରହିଛନ୍ତି।
ତାଙ୍କ ପାଖରେ ମହଙ୍ଗା ବାଇକ୍ ସାଙ୍ଗକୁ ବିଏମଡବ୍ଲ୍ୟୁ, ମର୍ଶିଦିଜ୍ ଭଳି ଦାମୀ କାର୍ ରହିଛି।ସେ ଗୋଟିଏ ଫିଲ୍ମ୍ ପାଇଁ ୪୦-୫୦ ଲକ୍ଷ ଟଙ୍କା ନେଇଥାନ୍ତି। ତାଙ୍କର ମୋଟ ସମ୍ପତ୍ତି ପାଖାପାଖି ୨୫-୩୦ କୋଟି ହେବ ବୋଲି ଅନୁମାନ କରାଯାଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।