ଆଶ୍ଚର୍ଯ୍ୟ ! ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ୯ ” ବର୍ଷ ” ବାଳକର ଅନୁରୋଧ ମତେ ୧୦ମ ପରୀକ୍ଷା ଦେବାର ଅନୁମତି ମିଳୁ, ଏହି ଆଶ୍ଚର୍ଯ୍ୟ ବାଳକ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ…..
ଦିନେ ଶକୁନ୍ତଳା ଦେବୀ ଥିଲେ ଖୁବ ଚର୍ଚ୍ଚାରେ ।ତାଙ୍କୁ ନେଇ ଏଇ ନିକଟରେ ଫିଲ୍ମ ଆସି ଥିଲା “ଶକୁନ୍ତଳା ଦେବୀ”।ଆଦୌ ସ୍କୁଲ ଯାଇ ନଥିବା ଝିଅ କେମିତି ଗଣିତର ହିସାବ ମୁହଁରେ ମୁହଁରେ କରୁ ଥିଲେ।ଠିକ ସେମିତି ଏବେ ସାମ୍ନା କୁ ଆସିଛନ୍ତି ଗଞ୍ଜାମ ର ଆଶିଷ ବେହେରା।ଆଶ୍ଚର୍ଯ୍ୟ କରିବା ପରି ଉତ୍ତର ଦେଉଛନ୍ତି ସେ।ଏବେ ତାଙ୍କ ଜିଦ ଶୁଣିଲେ ଆପଣ ସହଜରେ ବିଶ୍ୱାସ କରି ପାରିବେ ନାହିଁ।
ଆଶିଷ ବେହେରା,ବୟସ ମାତ୍ର ୯ ବର୍ଷ।ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି ସେ।ତାଙ୍କ ଜ୍ଞାନ ଆଗରେ ମହାଜ୍ଞାନୀ ବି ଛେପ ଢ଼ୋକି ଦେବେ।ଯୁକ୍ତ ଦୁଇ ବିଜ୍ଞାନ ପାଠ ତାଙ୍କର ମୁଖସ୍ଥ।ସାଧାରଣ ଜ୍ଞାନ ରେ ସେ ଗୁଗୁଲ ଭଳି ସ୍ମାର୍ଟ।
ଆଇନ ପାଠ ହେଉ କି ଆଧ୍ୟାତ୍ମିକ ଚେତନା କଥା,ନିର୍ଭୁଲ ଭାବେ କହି ପାରୁଛନ୍ତି ଆଶିଷ।ସେତିକି ନୁହେଁ, ଗଣିତ, ଜ୍ୟାମିତି, ବ୍ୟାକରଣ, ବିଜ୍ଞାନ, ଇଂରାଜୀ ଓ ହିନ୍ଦୀ ସବୁ କିଛି ସହଜରେ କହି ପାରନ୍ତି ଓ ଲେଖିବି ପାରନ୍ତି।ଆସ୍କାର ଏକ ଘରୋଇ ସ୍କୁଲ ରେ ପାଠ ପଢୁଛନ୍ତି ଆଶିଷ ବେହେରା।ଏବେ ଲକ ଡାଉନ,ପିଲା ସ୍କୁଲ ନଯାଇ ପାଠ ଭୁଲି ଗଲେଣି।ଆଶିଷ କିନ୍ତୁ ଘରେ ରହି ଯୁକ୍ତ ଦୁଇ ପାଠ ପଢ଼ି ସାରିଲେଣି।ଏବେ ତାଙ୍କର ଗୋଟିଏ ଜିଦ,ସେ ଏବେ ସ୍କୁଲ ଯିବେନି ଏକାଥରେ ଯୁକ୍ତ ଦୁଇ ବିଜ୍ଞାନ ରେ ପରୀକ୍ଷା ଦେବେ।କାରଣ ତାଙ୍କୁ ସବୁ ଆସୁଛି।
ଆସ୍କା ଜୋକ ବନ୍ଧ ସାହିର ବାସିନ୍ଦା ବିଜୟ କୁମାର ବେହେରା ଙ୍କ ବଡ଼ ପୁଅ ହେଉଛନ୍ତି ଆଶିଷ ବେହେରା।ବିଜୟ ନିଜେ ଟିଉସନ କରି ଘର ଚଳାନ୍ତି।ଆଉ ସେହିଥିରେ ହୁଏ ଆଶିଷ ଙ୍କ ପାଠ ପଢ଼ା।ଏମିତିକି ତାଙ୍କ ପାଖରେ ଆଣ୍ଡ୍ରଏଡ଼ ଫୋନ ବି ନଥିଲା।ତେଣୁ ପୁଅ ଅନଲାଇନ କ୍ଲାସ ମଧ୍ୟ କରି ପାରେ ନାହିଁ।ବହି କିଣିବା ପାଇଁ ସମ୍ବଳ ନାହିଁ ତାଙ୍କର।
ଆଶିଷ କେବେ ଟିଉସନ ମଧ୍ୟ ଯାଇ ନାହାନ୍ତି।ତଥାପି ଶତ ପ୍ରତିଶତ ମାର୍କ ରଖନ୍ତି ଆଶିଷ।ଏବେ ମାଆ ବାପା ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ସମ୍ମୁଖରେ ପିଲାଟିର ବିଚକ୍ଷଣ ପ୍ରତିଭା ଉପସ୍ଥାପନ କରାଇବେ।ଅଭାବ ଭିତରେ ବି ପୁଅ ପଠା ପଢ଼ାରେ କେବେ ଅବହେଳା କରି ନାହାଁନ୍ତି ବାପା ମାଆ।ଅବସ୍ଥା ଏତେ ଖରାପ ଯେ ନିଜେ ରହୁଥିବା ଘର ବି ବନ୍ଧା ପଡ଼ି ଯାଇଛି।
ତେବେ ପିଲାଟିକୁ ଉଚିତ ସୁଯୋଗ ମିଳିଲେ ଆଶିଷ କେବଳ ରାଜ୍ୟ ରେ ନୁହେଁ ବରଂ ଦେଶ ବିଦେଶରେ ଉଜ୍ଜ୍ୱଳ ପ୍ରତିଭା ଟିଏ ହୋଇ ନାମ କରି ପାରିବ।ପ୍ରତିଭା ଅଛି ହେଲେ ଉତ୍ତମ ପ୍ଲାଟଫର୍ମ ଖୋଜୁଛି ଆଶିଷ।ପଙ୍କରୁ ପଦ୍ମ ଫୁଟିଲା ପରି ପଞ୍ଚମ ଶ୍ରେଣୀ ପାଠ ପଢ଼ୁଥିବା ଆଶିଷ ଏବେ ଉଚ୍ଚ ଶ୍ରେଣୀର ପାଠ କୁ ଅତି ସହଜରେ କହି ପାରୁଛି।ଏବେ ଏହି ଆଶିଷ ପାଇଁ ସରକାରୀ ସହାୟତା ଜରୁରୀ ହୋଇ ପଡ଼ିଛି।କେବଳ ସାର୍ଟିଫିକେଟ ସଫଳତା ର ମାପକାଠି ନୁହେଁ।ଅଶିଷଙ୍କ ପାଖରେ ଥିବା ଦକ୍ଷତା ଏହାହିଁ ପ୍ରମାଣ କରୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।