ଓଡିଶା ସରକାର ଜାରି କଲେ ଡିସେମ୍ବର ଗାଇଡଲାଇନ୍ । ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ…..

ପୁଣି ରାଜ୍ୟ ସରକାରଙ୍କ ତରଫରୁ କରନା ମହାମାରୀ ର ପ୍ରବାହ କୁ ରୋକିବା ପାଇଁ ପ୍ରୟାସ ଆରମ୍ଭ। ତିଆରି ହେଲା ନୂତନ ଗାଇଡଲାଇନ୍। କରନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ସରକାର ପୂର୍ବରୁ ଅନେକ ଦୃଢ଼ ଏବଂ ବିହିତ ପଦକ୍ଷେପ ଆଦି ଗ୍ରହଣ କରିଛନ୍ତି ଯାହା ସ୍ବାଗତଯୋଗ୍ୟ ରହିଛି। ସେହିପରି ଏବେ ମଧ୍ୟ ପୁଣି ସରକାରଙ୍କ ପକ୍ଷରୁ ଜାରି କରା ଯାଇଚି କିଛି ନିୟମ।ଯାହା ହେଉଛି ଅନ୍‌ଲକ୍‌-୭ ର ଗାଇଡଲାଇନ୍‌।

ଏହା ଡିସେମ୍ବର ୧ରୁ ଡିସେମ୍ବର ୩୧ ଯାଏଁ ବଳବତ୍ତର ରହିବ। ଅନ୍‌ଲକ୍‌-୭ ଗାଇଡଲାଇନ୍‌ସ ଜାରି କରି ଏଥିରେ କିଛି କଟକଣା ଏବଂ ସାମାନ୍ୟ କୋହଳ ମଧ୍ୟ କିଛି କ୍ଷେତ୍ରରେ କରା ଯାଇଛି।

ତେବେ ଆସନ୍ତୁ ଜାଣିବା ଯେଉଁ ନୂଆ ଗାଇଡଲାଇନ୍‌ ଜାରି କଲେ ଓଡ଼ିଶା ସରକାର, ସେଥିରେ କେଉଁ ସବୁ କଟକଣା ଆଦି ରହିଛି।ତେବେ ଏହି ନିୟମ ଅନୁସାରେ ଡିସେମ୍ବର ୧ ଠାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ। ଏହାଛଡା ନବମରୁ ଯୁକ୍ତ ୨ ଯାଏ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବ ସ୍କୁଲ ଓ ଗଣଶିକ୍ଷା ବିଭାଗ।

ଏହା ବିଭାଗ ଉପରେ ନ୍ୟସ୍ତ କରିଛନ୍ତି ସରକାର୍। ଏହାଛଡା କୌଣସି ବଡ଼ ଧରଣର ସାମାଜିକ, ରାଜନୈତିକ, ସାଂସ୍କୃତିକ କିମ୍ବା ଧାର୍ମିକ ସମାବେଶ ହେଉ, ଏ ସମସ୍ତ ଉପରେ କଟକଣା ଲାଗୁ କରାଯାଇଛି।ଏହା ବ୍ୟତୀତ ରାଜ୍ୟର ସମସ୍ତ ସିନେମା ହଲ୍‌, ଥିଏଟର୍‌, ସୁଇମିଂ ପୁଲ୍‌ ଆଦି ବନ୍ଦ ରହିବ ବୋଲି କୁହାଯାଇଛି।

ଏହା ବ୍ୟତୀତ ସର୍ବସାଧାରଣ ମାନଙ୍କରେ ପୂଜା ପଦ୍ଧତି ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତି ପାଇ ଏସବୁ ହୋଇ ପାରିବ। ଯଦି ସେହି ଅଞ୍ଚଳରେ ସ୍ଥିତି ଭଲ ରହିଥିବ,ତେବେ ସ୍ଥିତି ଅନୁଧ୍ୟାନ କରି କଟକଣା ଭିତରେ ଅନୁମତି ଦିଆଯିବ ବୋଲି ଉଲ୍ଲେଖ କରାଯାଇଛି। ଏହାଛଡା ବ୍ୟବସାୟିକ ପ୍ରଦର୍ଶନୀ ପାଇଁ ମଧ୍ୟ ଅନୁମତି ମିଳିଛି।

ଏହି ପ୍ରଦର୍ଶନୀ ହଲ୍‌ରେ ମାତ୍ର ୫୦% କ୍ଷମତାରେ ପ୍ରଦର୍ଶନୀ ପାଇଁ ଅନୁମତି ମିଳିଛି। କଲେଜ୍ ଖୋଲିବାର ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ନେବେ ବୋଲି କୁହା ଯାଇଛି।କୌଣସି ବିବାହ ଉତ୍ସବରେ ୨୦୦ ଲୋକ ସାମିଲ ହୋଇ ପାରିବାର ନିୟମ ରହିଛି। ଆଗରୁ ଏହା ୧୦୦ ଜଣଙ୍କ ଭିତରେ ସୀମିତ ରହିଥିଲା।

ଏହାଛଡା ଶେଷକୃତ୍ୟ ବେଳେ ୫୦ ଜଣ ରହି ପାରିବେ ବୋଲି ଗାଇଡ୍ ଲାଇନ୍ ରେ କୁହା ଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା କଣ୍ଟେନମେଣ୍ଟ ଜୋନରେ ଲକ୍ ଡାଉନ ସମ୍ପର୍ଣ୍ଣ କରା ଯାଇ ପାରିବାର ନିୟମ ରହିଛି ଏବଂ, ସ୍ଥାନୀୟ ପ୍ରଶାସନ ଏହି କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିବେ ବୋଲି କୁହାଯାଇଛି। କଣ୍ଟାକ୍ତ ଟେଷ୍ଟିଂ, ଟ୍ରେସିଂ ଏବଂ ଆଇସୋଲେସନ ଉପରେ  ଗୁରୁତ୍ୱ ଦିଆଯିବ ଏବଂ ଡିସେମ୍ବର ୩୧ ଯାଏ ଦେଶ ବାହାରକୁ ବିମାନରେ ଯାତ୍ରା କରିବାକୁ ମନା କରାଯାଇଛି। ଏସବୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ନିର୍ଦେଶ ଦିଆ ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।