ଓଡିଶା ସରକାରଙ୍କର ବଡ ନିଷ୍ପତ୍ତି ! ପୁଣି ବନ୍ଦ ହେବ ସ୍କୁଲ, କଲେଜ କାରଣ ଜାଣିଲେ ଆପଣ ବି ହୋଇଯିବେ ତାଯୁବ

ବିଷ ବଳୟ ରେ ଘେରି ରହିଛି ଷ୍ଟିଲ ସିଟି ରାଉରକେଲା। ଦିନକୁ ଦିନ ବୃଦ୍ଧି ପାଉଛି ଷ୍ଟିଲ ସିଟି ର ପ୍ରଦୂଷଣ । ତେବେ ଷ୍ଟିଲ ସିଟି ରାଉରକେଲା ର ଏହି ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ ବୋଡ଼ । ତେବେ କଣ ରହିଛି ଏହି ବିଷୟ ରେ ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

ଦିନକୁ ଦିନ ବୃଦ୍ଧି ପାଉଛି ଷ୍ଟିଲ ସିଟି ରାଉରକେଲା ର ପ୍ରଦୂଷଣ। କଳ କାରଖାନା ନିର୍ଗତ ହେଉଥିବା ଗ୍ୟାସ ଓ ଅବଶେଷ ଯୋଗୁଁ ଏମିତି ପ୍ରଦୂଷଣ ବଢ଼ି ଚାଲିଛି ବୋଲି ସୂଚନା ମିଳିଛି । ତେବେ ଏହି ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଚିଠି ଲେଖା ଯାଇଛି ବୋଲି ସୂଚନା ମିଳିଛି। ତେବେ ପ୍ରଦୂଷଣ ସୃଷ୍ଟି କରୁଥିବା କାରଖାନା ମାନଙ୍କୁ ବନ୍ଦ କରାଯିବା ଭଳି ନିଷ୍ପତି ନିଆ ଯାଇପାରେ ବୋଲି ସୂଚନା ମିଳିଛି ।

ଏହା ସହିତ ସହର କୁ ଯାତାୟାତ କରୁଥିବା ଭାରି ଯାନ ବହନ ଉପରେ ମଧ୍ୟ ରୋକ୍ ଠୋକ୍ ଲଗାଯାଇ ପାରେ । ତେବେ ରେଳ ଯଦି ଏହି ପ୍ରଦୂଷଣ ର ସ୍ଥିତି ନ ସୁଧୁରିବ ତେବେ ସ୍କୁଲ୍ କଲେଜ ପରି ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟ ବନ୍ଦ କରାଯାଇ ପାରେ ।

ତେବେ ପ୍ରଦୂଷଣ ର ସ୍ଥିତି ଦିନକୁ ଦିନ ରାଉରକେଲା ରେ ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ଥିବା ସ୍ଥାନୀୟ ବାସିନ୍ଦା ଙ୍କୁ ଏହି ପ୍ରଦୂଷଣ ଯୋଗୁ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ଏମିତି କି ନିଶ୍ବାସ ପ୍ରସ୍ୱାସ ନେବାରେ ମଧ୍ୟ ବାଧା ଉପୁଜି ଅଛି। ଏହା ସହିତ ଆଖି ସମସ୍ୟା , ଛାତି ଯନ୍ତ୍ରଣା ଓ ନାକ ପୋଡ଼ା ଜଳା ପରି ସମସ୍ୟା ମଧ୍ୟ ଦେଖାଯାଇ ଅଛି।

ପ୍ରଦୂଷଣ ମାତ୍ରା ଖୁବ୍ ମାତ୍ରା ରେ ବଢ଼ି ଯାଇଛି ଯାହା ଫଳରେ ୧୦୦ ମିଟର ଦୂର ରେ ଥିବା ରାସ୍ତା ମଧ୍ୟ ଦେଖା ଯାଉନାହିଁ। ଧୂଳି ଧୂଆଁ ରେ ଭରି ରହିଛି ସମ୍ପୂର୍ଣ ସହର। ତେବେ ଅଧିକ କାରଖାନା ରାଉରକେଲା ରେ ଦେଖିବାକୁ ମିଳିଥାଏ । ଏଠାରେ ଥିବା କାରଖାନା ରୁ ନିର୍ଗତ ହେଉଥିବା ଦୂଷିତ ବାୟୁ , ଜଳ ଯୋଗୁ ଅଧିକ ମାତ୍ରା ରେ ପ୍ରଦୂଷଣ ଦେଖିବାକୁ ମିଳିଛି ।

ତେବେ ଏହି ପ୍ରଦୂଷଣ ପ୍ରଭାବ ରେ ସହରବାସୀ ଙ୍କ ର ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଛି। ପ୍ରଦୂଷଣ ଯୋଗୁ ଆଖି ସମସ୍ୟା ବଢ଼ିବାରେ ଲାଗିଛି ଯେଉଁଥିପାଇଁ ଆଖି ହସ୍ପିଟାଲ୍ ରେ ମଧ୍ୟ ଲୋକ ମାନଙ୍କ ର ବେଶ୍ ଭିଡ ଦେଖିବାକୁ ମିଳିଛି। ତେବେ ଡାକ୍ତର ଙ୍କ କହିବା ଅନୁସାରେ ଦୂଷିତ ବାୟୁ ଓ ଧୂଆଁ ଯୋଗୁଁ ଲୋକ ମାନଙ୍କ ର ପ୍ରବଳ ମାତ୍ରା ରେ ଆଖି ସମସ୍ୟା ଦେଖା ଦେଇଛି । ତେବେ ସୂଚନା ଅନୁସାରେ ଏମିତି ପରିସ୍ଥିତି ଦୀର୍ଘ ତିନି ଦିନ ଧରି ଲାଗି ରହିଛି ।

ତେବେ ଏହି ପ୍ରଦୂଷଣ କୁ ଯଦି ନିୟନ୍ତ୍ରଣ କରାଯାଏ ନାହିଁ ତେବେ ଏହା ଆହୁରି ସାଙ୍ଘାତିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରି ପାରେ ବୋଲି ସୂଚନା ମିଳିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।