ଓଡ଼ିଶା ପୋଷ୍ଟାଲ ସର୍କିଲ ତରଫରୁ ପୁଣି ଆସିଲା ନୂତନ ନିଯୁକ୍ତି ସୁଯୋଗ । ଆଜି ହିଁ ଶୀଘ୍ର ଆବେଦନ କରନ୍ତୁ

ଓଡ଼ିଶା ପୋଷ୍ଟାଲ ସର୍କିଲ ଭାରତ ସରକାରଙ୍କ ତରଫରୁ ଆସିଛି ନିଯୁକ୍ତି ସୁଯୋଗ। ଏହା ଏକ ରାଜ୍ୟ ସ୍ତରୀୟ ନିଯୁକ୍ତି ସୁଯୋଗ।ଏଥିପାଇଁ ତିନିଟି ନୂଆ ନିଯୁକ୍ତି ନୋଟିଫିକେସନ୍ ୧୦/୧୧/୨୦୨୦ ରେ ଜାରି ହୋଇଛି। ଓଡ଼ିଶା ପୋଷ୍ଟାଲ ସର୍କିଲ ଭାରତ ସରକାରଙ୍କ ତରଫରୁ ଏକ ଭଲ ନିଯୁକ୍ତି ସୃଷ୍ଟି ହୋଇଛି ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର ଅଟେ।ଏଥିରେ ୧୧୯ ଟି ପଦବୀ ରହିଛି।

ତେବେ ଓଡ଼ିଶାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ଆଣିଛି ଖୁସି ଖବର ଯେଉଁମାନେ ପୂର୍ବରୁ ପୋଷ୍ଟାଲ୍ ଚାକିରି ରେ ଅଛନ୍ତି। ସେମାନଙ୍କ ପ୍ରୋମସନ୍ ପାଇଁ ଏହିସବୁ ନିଯୁକ୍ତି ସୃଷ୍ଟି ହୋଇଛି।

ଫ୍ରେଶର୍ ମାନେ ଏହାକୁ ଆବେଦନ କରି ପାରିବେ ନାହିଁ।ଏହି ପଦବୀରେ ଉଭୟ ପୁରୁଷ ଏବଂ ମହିଳା ପରୀକ୍ଷାର୍ଥୀ ଆବେଦନ କରି ପାରିବେ।ଏହା ଏକ ସରକାରୀ ଚାକିରି ଅଟେ। ପୋଷ୍ଟଲ୍ ରେ ପୂର୍ବରୁ ଯେ କୌଣସି ପଦବୀରେ ଚାକିରି କରିଥିବା ପିଲା ଏଥିରେ ଆବେଦନ କରି ପାରିବେ ଏବଂ ଏହି ଚାକିରି ରେ ଆବେଦନ କରି ଆପଣ ମାନେ ତାର ଫାଇଦା ପାଇ ପାରିବେ। ତେବେ ଆପଣ ଆଦୌ ବିଳମ୍ବ ନକରି ଏହି ପଦବୀ ପାଇଁ ଆବେଦନ କରି ପାରିବେ।ଏଥିରେ ଆପଣଙ୍କୁ ଭଲ ଦରମା ମଧ୍ୟ ମିଳିବ ଏହା ଏକ ସରକାରୀ ଚାକିରୀ ମଧ୍ୟ ଅଟେ।

ଓଡ଼ିଶା ପୋଷ୍ଟାଲ ସର୍କିଲ ଭାରତ ସରକାରଙ୍କ ତରଫରୁ ଏଥିପାଇଁ ଦିଆଯାଇଥିବା ବିଜ୍ଞପ୍ତି ରେ ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ।ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏବଂ ଏଥିପାଇଁ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସମ୍ବନ୍ଧରେ।

ପଦବୀ ସଂଖ୍ୟା- ୧୧୯

ପଦବୀ– LGO,LCE,LDCE ନିଯୁକ୍ତି ପାଇଁ ପୋଷ୍ଟାଲ ଆସିଷ୍ଟାଣ୍ଟ ଏବଂ ସୋର୍ଟୀଙ୍ଗ ଆସିଷ୍ଟାଣ୍ଟ।

ଚୟନ ପ୍ରକ୍ରିୟା– ଅନଲାଇନ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।

ଶିକ୍ଷାଗତ ଯୋଗ୍ୟତା- ଦ୍ୱାଦଶ ଶ୍ରେଣୀ ପାସ୍ ହୋଇଥିବା ଦରକାର୍।

ଆବେଦନ ମାଧ୍ୟମ- ଅନଲାଇନ୍ ମାଧ୍ୟମରେ ଆବେଦନ କରି ପାରିବେ।

ଆବେଦନ ତାରିଖ- ଏହି ଚାକିରି ପାଇଁ ଆବେଦନ ର ଶେଷ ତାରିଖ ରହିଛି ୩୦ ନଭେମ୍ବର ୨୦୨୦ ରହିଛି।

ବୟସ ସୀମା- ଏହି ପଦବୀ ପାଇଁ ଆବେଦନ ପାଇଁ ସର୍ବାଧିକ ୩୦ ବର୍ଷ ହୋଇଥିବା ଦରକାର।

ଦରମା- ଭଲ ଦରମା ରହିଛି ପଦବୀ ଅନୁସାରେ।

ଆବେଦନ ପ୍ରକ୍ରିୟା- ଏହି ପଦବୀ ଗୁଡିକରେ ବାହାରିଥିବା ପଦବୀରେ ଆବେଦନ କରିବା ପାଇଁ ଆପଣ ଅଫିସିଆଲ୍ ୱେବ୍ ସାଇଟ୍ ( www.odishapostal.gov.in) କୁ ଯାଇ ସରକାରୀ ବିଭାଗର ଜାରି ହୋଇଥିବା ଏହି ୱେବ୍ ସାଇଟ୍ ରେ କ୍ଲିକ୍ କରି ଏହାର ଆବେଦନ କରି ପାରିବେ ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ଆପଣ ଏହାକୁ ନଭେମ୍ବର ୩୦ ଅଥବା ପୂର୍ବରୁ ନିଶ୍ଚିତ ଭାବରେ ଆବେଦନ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।