ଓଡ଼ିଶା ଛାଡ଼ିବା ପରେ ହୋଟେଲରେ ଜବରଦସ୍ତ ଡ୍ୟାନ୍ସ କଲେ ରାନୀ ପଣ୍ଡା।ତାଙ୍କ ଡ୍ୟାନ୍ସ ଦେଖିଲେ ଆପଣ ବି………
ଓଡ଼ିଶା ଯାତ୍ରା ଜଗତର ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ କିଏ ବା ନଜାଣେ।ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ର ବିବାଦୀୟ ମନ୍ତବ୍ୟ ଦେଇ ରାନୀ ପଣ୍ଡା ଚର୍ଚ୍ଚା ରେ ଥାଆନ୍ତି।ଯାତ୍ରା ରେ ଅର୍ଦ୍ଧ ଲଗ୍ନ ହୋଇ ନୃତ୍ୟ ପରିବେଷଣ ହେଉ କି ଯାତ୍ରାରେ ଦର୍ଶକଙ୍କ କାନ କାମୁଡିବା ହେଉ ସବୁଥିରେ ରାନୀ ପଣ୍ଡା ଚର୍ଚ୍ଚା ରେ ଥାଆନ୍ତି।
ଏଥିପାଇଁ ରାନୀ ଙ୍କୁ ଖଣ୍ଡଗିରି ଯାତ୍ରା ମହୋତ୍ସବ ରେ ନିଷେଧ କରା ଯାଇ ଥିଲା।ଏହା ପରେ ରାନୀ ଚଳଚିତ୍ରରେ ଆଇଟମ ଗାର୍ଲ ଭାବେ ନୃତ୍ୟ କରି ଥିଲେ।ଏବେ ରାନୀ ଏକ ଆଇଟମ ଗୀତ ମଧ୍ୟ ଗାଇଥିଲେ,ଯାହା କୁ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି।ଏହା ସହିତ ରାନୀ ତାଙ୍କ ରୋକଠକ ମନ୍ତବ୍ୟ ଯୋଗୁଁ ମଧ୍ୟ ବିବାଦରେ ରହି ଥାନ୍ତି।ତେଣୁ କିଛି ଲୋକ ରାନୀ ପଣ୍ଡା ଙ୍କୁ ପସନ୍ଦ କରନ୍ତି ନାହିଁ। ମାତ୍ର ରାନୀ ପଣ୍ଡା ଙ୍କର କିଛି ଭଲ ଗୁଣ ମଧ୍ୟ ରହିଛି।
ସେ ଜଣେ ସମାଜ ସେବୀ ମଧ୍ୟ ଅଟନ୍ତି।ଅନେକ ଲୋକଙ୍କୁ ତାଙ୍କ ବିପଦ ସମୟରେ ରାନୀ ସାହାଯ୍ୟ ର ହାତ ବଢ଼େଇ ଦେଇଥାନ୍ତି।କରୋନା ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ସାହାଯ୍ୟ କରି ଥିଲେ ରାନୀ।ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୫୦ ହଜାର ଟଙ୍କା ଦାନ କରି ଥିଲେ।
କରୋନା ସମୟରେ ରାନୀ ଗରିବ ଲୋକଙ୍କୁ ଖାଦ୍ୟ ଦେବା ସହିତ ଯାତ୍ରା ଜଗତର ଛୋଟ କଳାକାର ମାନଙ୍କୁ ସାହାଯ୍ୟ କରି ଥିଲେ।ଯାଜପୁର ଜିଲ୍ଲାରେ ଯେତେବେଳେ ବନ୍ୟା ଆସି ଥିଲା ସେତେବେଳେ ମଧ୍ୟ ସେ ସେଠାରେ ରିଲିଫ ବାଣ୍ଟି ଥିଲେ।ବିଜୟ ମହାନ୍ତି ହସ୍ପିଟାଲରେ ଥିବା ବେଳେ ରାନୀ ତାଙ୍କୁ ସାହାଯ୍ୟ କରି ଥିଲେ।ସେହି ପରି ଅଭିନେତ୍ରୀ ଦୀପା ସାହୁଙ୍କୁ ମଧ୍ୟ ରାନୀ ସାହାଯ୍ୟ କରି ଥିଲେ।
ନିକଟରେ ବାଲେଶ୍ଵର ଉପନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ଓରଫ ବେଣୁ ମଉସା ଙ୍କୁ ମଧ୍ୟ ରାନୀ ସାହାଯ୍ୟ କରି ଥିଲେ ଓ ତାଙ୍କ ପାଇଁ ପ୍ରଚାର ମଧ୍ୟ କରି ଥିଲେ।ବେଣୁ ମଉସା ଙ୍କୁ ସେ ଏକ ସାଇକେଲ ମଧ୍ୟ ଦେଇ ଥିଲେ ।ତେଣୁ ସେ ପୁଣି ଥରେ ଚର୍ଚ୍ଚା ରେ ଆସି ଥିଲେ।
ଏହିପରି ମହାନ କାମ କରି ସେ ସମସ୍ତଙ୍କ ପ୍ରଶଂସା ସାଉଁଟିଛନ୍ତି।ତେବେ ରାନୀ ପଣ୍ଡା ବାରମ୍ବାର ବିଭିନ୍ନ ପ୍ରକାର ବିବାଦରେ ଛନ୍ଦି ହେବା ପରେ ଓ ବାରମ୍ବାର ସମାଲୋଚନା ର ପାତ୍ର ହେବା ପରେ ସେ ଓଡ଼ିଶା ଛାଡ଼ି ଥିଲେ।ଏବେ ସେ ସୋସିଆଲ ମିଡ଼ିଆରେ ତାଙ୍କର ଏକ ଭିଡ଼ିଓ ଅପଲୋଡ଼ କରିଛନ୍ତି।ଯେଉଁଥିରେ ଦେଖିବା ପାଇଁ ମିଳୁଛି କି ଓଡ଼ିଶା ବାହାରେ ଏକ ହୋଟେଲରେ ରାନୀ ବୁଲୁଛନ୍ତି।ସେ ସେହି ହୋଟେଲ ର ଭିତର ସୌନ୍ଦର୍ଯ୍ୟ କୁ ରେକର୍ଡ କରିଛନ୍ତି।
ଏହା ପରେ ରାନୀ ସେଠାରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି।ରାନୀ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି।ତାଙ୍କର ଜବରଦସ୍ତ ଡ୍ୟାନ୍ସ କୁ ସେଠାରେ ଲୋକ ମାନେ ଖୁବ ପସନ୍ଦ ଓ ଉପଭୋଗ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।ତେବେ ନୂତନ ବର୍ଷ ପାଇଁ ସେହି ହୋଟେଲରେ ଏକ ପାର୍ଟି ଚାଲି ଥିଲା ଓ ସେଥିରେ ରାନୀ ଡ୍ୟାନ୍ସ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।