ଓଡିଶା ବାସୀ ଙ୍କ ପାଇଁ ଖୁସି ଖବର ! ପୁଣି ଭୁବନେଶ୍ୱର ସାଂସଦ ଅପରାଜିତା ଙ୍କୁ ମିଳିଲା ବଡ ଦାୟିତ୍ୱ….କଣ ସତରେ ନବୀନ ସରକାର…..

IAS ରୁ ସାଂସଦ ବନିଥିବା ଅପରାଜିତା ଷଡ଼ଙ୍ଗୀ ଙ୍କ ରାଜନୈତିକ ଜୀବନ ଯାତ୍ରା ବେଶ୍ ରୋଚକ ଅଟେ। ସେ ନିଜକୁ ସବୁ କ୍ଷେତ୍ରରେ ଶ୍ରେଷ୍ଠ ପ୍ରମାଣିତ କରିବାକୁ ଚେଷ୍ଟା କରିଥାନ୍ତି। ତାଙ୍କର ଜୀବନ ଯାତ୍ରାରେ ରାଜନୈତିକ ସଂପୃକ୍ତି କେବଳ ଲୋକ ମାନଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କ ନିକଟତର ହୋଇ ସେମାନଙ୍କ ସୁଖ ଦୁଃଖ ରେ ଭାଗୀଦାର ହେବାର ସୁଯୋଗ ପାଇବା ପାଇଁ ଉଦ୍ଦିଷ୍ଟ।ତେବେ ଅପରାଜିତା ଷଡ଼ଙ୍ଗୀ ଙ୍କ ଯଦିଓ ରାଜନୈତିକ ପୃଷ୍ଠ ଭୂମି ଏତେ ସୁଦୃଢ ନଥିଲା

ତଥାପି ରାଜନୀତି କୁ ଆସିବା ପରେ ସେ ରାଜନୈତିକ ଆକାଶରେ ବନି ଯାଇଛନ୍ତି ଏକ ତୀବ୍ର ଚଞ୍ଚଳ ବିହଙ୍ଗ। ଯାହାଙ୍କର ତୀକ୍ଷ୍ଣ, ପ୍ରଖର ବୁଦ୍ଧି ଓ ଚତୁରତା ସବୁବେଳେ ରାଜନୈତିକ ମହଲକୁ ସରଗରମ କରି ରଖିଛି।

ତେବେ ଆମେ ସମସ୍ତେ ଜାଣିଛୁ ତାଙ୍କର ପାରଦର୍ଶିତା ବିଷୟରେ।ଆଉ ସେଥିପାଇଁ ପୁଣି ଥରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ମିଳିଛି ଏକ ବଡ ଦାୟିତ୍ୱ । ସେ ପୂର୍ବରୁ ରାଷ୍ଟ୍ରୀୟ ପ୍ରବକ୍ତା ଭାବରେ ନିଯୁକ୍ତ ପାଇଥିବା ବେଳେ ଏବେ ପୁଣି ସେ ଏକ ବଡ଼ ଦାୟିତ୍ୱ ଲିଭାଇବାକୁ ଯାଉଛନ୍ତି।ସେ ଏବେ ୩ ଟି ରାଜ୍ୟର ମିଡ଼ିଆ ପ୍ରଭାରୀ ଦାୟିତ୍ୱ କୁ ତୁଲାଇବେ।ଓଡିଶା, ଆଣ୍ଡାମାନ-ନିକୋବର ଏବଂ ପାଣ୍ଡିଚେରୀର ମିଡ଼ିଆ ପ୍ରଭାରୀ ଭାବେ କେନ୍ଦ୍ର ବିଜେପି ଦ୍ୱାରା ଅପରାଜିତା ଙ୍କୁ ନିଯୁକ୍ତ କରା ଯାଇଛି।

ଏହାକୁ ନେଇ ଏବେ ତାଙ୍କ ପ୍ରଶଂସକ,ଫ୍ୟାନ ଫଲୋୟର ଙ୍କ ମଧ୍ୟରେ ଏକ ଆନନ୍ଦ ଏବଂ ଉତ୍ସାହ ର ଲହରୀ ଖେଳି ଯାଇଛି।ବାରମ୍ବାର ତାଙ୍କୁ ଏଭଳି ଗୁରୁ ଦାୟିତ୍ବ ଦେଇ ବିଜେପି ତାଙ୍କ ଉପରେ ଆସ୍ଥା ପ୍ରକଟ କରିବାରେ ଲାଗିଛି। କାରଣ ରାଜ୍ୟ ବିଜେପି ର ଆଗାମୀ ଚେହେରା ଭାବେ ଅପରାଜିତା ଙ୍କୁ ଚର୍ଚା ହେଉଥିବା ବେଳେ ଧୀରେ ଧୀରେ ଅପରାଜିତା ଙ୍କ କ୍ଷମତା ବି ବୃଦ୍ଧି କରା ଯାଉଛି ତାଙ୍କର ଦକ୍ଷତା କୁ ଦେଖି।ଯାହାକୁ ନେଇ ଏବେ ସବୁଆଡେ ଗୋଟିଏ ଚର୍ଚା ଆଗାମୀ ଦିନରେ ହୁଏତ ଖୁବ ଶୀଘ୍ର ଓଡିଶା ବିଜେପିର ମଙ୍ଗ ଧରିପାରନ୍ତି ଅପରାଜିତା ଷଡ଼ଙ୍ଗୀ।

ସେହିପରି କିଛିଦିନ ତଳେ ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ମହାପାତ୍ର ଙ୍କୁ ଦଳରୁ ବହିଷ୍କାର କରିବାର ମାତ୍ର ୭ ଦିନରେ ସମସ୍ତଙ୍କୁ ଚେକ୍ ଦେଇ ପୁନର୍ବାର ତାଙ୍କ ସମର୍ଥକ ରଶ୍ମି ପୁଣି ଜିଲ୍ଲା ସଭାପତି ଭାବେ କାର୍ଯ୍ୟରତ ହୋଇଛନ୍ତି।ତେବେ ଓଡିଶାରେ ଏବେ ବେଶ୍ ପରିଚିତ ଅପରାଜିତା ଙ୍କ ଲୋକପ୍ରିୟତା ବୃଦ୍ଧି ହେଉଥିବା ବେଳେ ଏପଟେ ତାଙ୍କ କ୍ଷମତା କୁ ବି ମଧ୍ୟ ଭାରତୀୟ ଜନତା ପାର୍ଟି ପକ୍ଷରୁ ଧୀରେ ଧୀରେ ବୃଦ୍ଧି କରା ଯାଉଛି।

ଯାହା ଫଳରେ ଏହି ଆଶା ଅଧିକ ମାତ୍ରାରେ ସଞ୍ଚାର ହେଉଛି ଏବଂ ଲୋକଙ୍କ ମନରେ ଧାରଣା ଅଧିକ ସ୍ପଷ୍ଟ ହେବାରେ ଲାଗିଲାଣି ଯେ ଆଗାମୀ ଦିନରେ ଓଡିଶା ବିଜେପିର ମଙ୍ଗ ଧରିପାରନ୍ତି ଅପରାଜିତା ଷଡ଼ଙ୍ଗୀ।  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।