ଦେଖନ୍ତୁ ଭିଡ଼ିଓ । ଓଡ଼ିଆ ସିରିଏଲ ଅଭିନେତା ତୁଷାର ଚନ୍ଦନ ହେଲେ ବାପା ।। ସୋସିଆଲ ମିଡ଼ିଆ ରେ ଫଟୋ ସେୟାର କରି ନିଜ ଫ୍ୟାନ ମାନଙ୍କୁ ଜଣାଇଲେ ଖୁସି ଖବର….

ଏବେ ଏବେ ଅଲିଉଡ୍ ରୁ ଆସିଛି ଏକ ଖୁସି ଖବର ।।ତେବେ ଆପଣ ମାନେ ତ ତୋ ଅଗଣା ର ତୁଳସୀ ମୁଁ ଧାରାବାହିକ ରେ ଚନ୍ଦନ ଚରିତ୍ର ଅଭିନୟ କରୁଥିବା ତୁଷାର କୁ ନିଶ୍ଚୟ ଜନି ଥିବେ । ସେ ଗତ ବର୍ଷ ମାହୀ ଙ୍କୁ ବିବାହ କରି ଥିଲେ। ତେବେ ସେହି ଲୋକପ୍ରିୟ ଅଭିନେତା ବର୍ତ୍ତମାନ ବାପା ହୋଇଛନ୍ତି ।

ଆଜି ସକାଳେ ତୁଷାର ଚନ୍ଦନ ଙ୍କ ଧର୍ମ ପତ୍ନୀ ମାହି ଗୋଟିଏ ଶିଶୁ କନ୍ୟା କୁ ଜନ୍ମ ଦେଇଛନ୍ତି । ତେବେ ଶିଶୁ କନ୍ୟା ଟି ଜନ୍ମ ଗ୍ରହଣ କରିବା ପରେ ଉଭୟ ତୁଷାର ଙ୍କ ପରିବାର ଓ ମାହି ଙ୍କ ପରିବାର ରେ ଖୁସି ର ଲହରୀ ଖେଳି ଯାଇଛି ।

ଏହା ସହିତ ସେ ନିଜ ଶିଶୁ କନ୍ୟା ଫଟୋ ସୋସିଆଲ ମିଡ଼ିଆ ରେ ମଧ୍ୟ ଅପଲୋଡ଼ କରିଛନ୍ତି। ତେବେ ତୁଷାର ଚନ୍ଦନ ଙ୍କ ଫ୍ୟାନ ମାନେ ଏହି କଥା ରେ ଅତ୍ୟନ୍ତ ଖୁସି ହୋଇଛନ୍ତି ।ତୁଷାର ଙ୍କ ଫ୍ୟାନ ମାନେ ତାଙ୍କୁ ସୋସିଆଲ ମିଡ଼ିଆ ରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଅଛନ୍ତି।

ତେବେ ଯେମିତି ଆପଣ ମାନେ ଜାଣି ଥିବେ ଗତ ବର୍ଷ ତୁଷାର ଓ ମାହି ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ । ବର୍ତ୍ତମାନ ସେ ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଛନ୍ତି। ତେବେ ତୁଷାର ଓ ମାହି ଉଭୟ ନିଜର କନ୍ୟା ସନ୍ତାନ ପାଇଁ ବହୁତ୍ ଖୁସି ଅଛନ୍ତି । ଏହା ସହିତ ସେ ନିଜର ଖୁସି କୁ ମଧ୍ୟ ନିଜ ଫ୍ୟାନ ମାନଙ୍କ ସହିତ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ।

ଯଦି ତୁଷାର ଙ୍କ ବିଷୟ ରେ କହିବା ତେବେ ସେ ପ୍ରଥମ ଥର ପାଇଁ ସାର୍ଥକ ଟିଭି ରେ ପ୍ରସାରିତ ହେଉ ଥିବା ତୋ ଅଗଣା ରେ ତୁଳସୀ ମୁଁ ଧାରାବାହିକ ରେ ପ୍ରଥମ ଥର ପାଇଁ ମୁଖ୍ୟ ନାୟକ ଭାବେ ନଜର ଆସି ଥିଲେ । ସେ ସେହି ଧାରାବାହିକ ରେ ହିଁ ଲୋକ ମାନଙ୍କ ମନକୁ ଖୁବ୍ ଜିଣି ଥିଲେ । ବର୍ତ୍ତମାନ ସେ ଆହୁରି ଅନେକ ଧାରାବାହିକ କରି ସାରିଲେଣି । ତାଙ୍କ ର ଅଭିନୟ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସି ଥାଏ । ତେବେ ତାଙ୍କର ମଧ୍ୟ ସୋସିଆଲ ମିଡ଼ିଆ ରେ ଅନେକ ଫ୍ୟାନ ମାନେ ରହିଛନ୍ତି ।

ଏହା ସହିତ ତାଙ୍କ ଧର୍ମ ପତ୍ନୀ ମାହି ମଧ୍ୟ ଜଣେ ବହୁତ୍ ଭଲ ଅଭିନେତ୍ରୀ ଅଟନ୍ତି। ସେ ମଧ୍ୟ ଜି ସାର୍ଥକ ରେ ପ୍ରସାରିତ ହେଉଥିବା ସିରିଏଲ ମୁ ହେବି ଅର୍ଦ୍ଧାଙ୍ଗିନୀ ରେ ସବୁଠୁ ଲୋକ ପ୍ରିୟ ଅଭିନେତ୍ରୀ ଭାବେ କାମ କରିଛନ୍ତି। ଲୋକ ମାନଙ୍କୁ ମଧ୍ୟ ତାଙ୍କ ର ଅଭିନୟ ଓ ତାଙ୍କ ଚରିତ୍ର ଖୁବ୍ ପସନ୍ଦ ଆସିଥାଏ। ତେବେ ବର୍ତ୍ତମାନ ଉଭୟ ନିଜ ଡାମ୍ପଦ୍ୟ ଜୀବନ ରେ ଖୁବ୍ ଖୁସିରେ ଅଛନ୍ତି ଆଉ ନିଜର କନ୍ୟା ସନ୍ତାନ ପାଇଁ ମଧ୍ୟ ଖୁବ୍ ଖୁସି ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।