ଦେଖନ୍ତୁ EXCLUSIVE :ଭିଡିଓ ଅକ୍ଲାନ୍ତ ଦାସଙ୍କ ମୃତ୍ୟୁଙ୍କୁ ନେଇ ଡାକ୍ତରଙ୍କ ବଡ ବୟାନ ,କଣ ପାଇଁ ସେ ବଞ୍ଚିଲେନି ସବୁ ସତ କହିଲେ….AIIMS ରେ ଚିକିତ୍ସା ସମୟର ପୂରା ଘଟଣା

ଓଡିଆ ଇଣ୍ଡଷ୍ଟ୍ରିର ସ୍ଵର୍ଗତ ଅଭିନେତା ମିହିର ଦାସଙ୍କ ପୁଅ ଅକ୍ଲାନ୍ତ ଦାସଙ୍କ ମୃତ୍ୟୁ ଆଜିକୁ 4 ଦିନ ହେଇ ଗଲା । ଆଉ ଏ ପର୍ଯ୍ୟନ୍ତ ବି ଅକ୍ଲାନ୍ତଙ୍କ ମୃତ୍ୟୁକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ମିହିର ଯିବା ପରେ ଅକ୍ଲାନ୍ତ ନିଜ ବାପାକୁ ଝୁରି ଝୁରି ଡିପ୍ରେସନରେ ରହୁ ଥିଲା । ଏହା ପରେ ହଠାତ ଲିଭର ଜନିତ ସମସ୍ୟା ହେବାରୁ ତାକୁ ଭୁବନେଶ୍ଵର ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା ।ସେଠାରେ ଆଇସିୟୁରେ ତାଙ୍କୁ ରଖାଯାଇଥିଲା । ହେଲେ ଗତ ଚାରି ଦିନ ତଳେ ରାତିରେ ହଠାତ ଅକ୍ଲାନ୍ତ ନିଜର ଶେଷ ନିଶ୍ଵାସ ତ୍ୟାଗ କରି ଥିଲେ ।

କଟକ ସତୀଚଉରାରେ ଅମ୍ଳାନ ନିଜ ସାନ ଭାଇକୁ ମୁଖାଗ୍ନି ଦେଇ ଥିଲେ । ବର୍ତ୍ତମାନ ଏହି ଘଟଣାକୁ ନେଇ ସାରା ଓଡିଆ ଇଣ୍ଡଷ୍ଟ୍ରି ମର୍ମାହତ । ତେବେ ଏହାରି ମଧ୍ୟରେ ଅମ୍ଳାନଙ୍କୁ ଯିଏ ଚିକିତ୍ସା କରିଥିଲେ ସେହି ଡାକ୍ତର ଜଣକ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ମତ ରଖିଛନ୍ତି ।ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଏମ୍ସ ଡାକ୍ତରଙ୍କ କହିବା ମୁତାବକ-‘ମିହିର ଦାସ ଗତ କିଛି ଦିନ ତଳେ ଆମ ମାନଙ୍କୁ ଛାଡି ଚାଲି ଯାଇଥିଲେ । ଆଉ ଏବେ ତାଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ଆଉ ନାହାନ୍ତି । ସେ ଯେତେବେଳେ ଏମ୍ସ ମେଡିକାଲକୁ ଆସିଲେ ସେ ଲିଭର ଜନିତ ସମସ୍ୟାରେ ପୀଡିତ ଥିଲେ ।

 ତାଙ୍କର ଜାଗୃତ ସମସ୍ୟା ଆଉ ରିକୋଭରି ହେବା ସ୍ଟେଜରେ ନଥିଲା ତାହା ରିକୋଭରି ସ୍ଟେଜ ବାହାରେ ଥିଲା ।ତେଣୁ ଯେତେବେଳେ ସେ ଏମ୍ସ ମେଡିକାଲ ଆସିଥିଲେ ତାଙ୍କର ଲିଭର ସମସ୍ୟା ସହ ନିମୋନିଆ ବି ଥିଲା ତାଙ୍କ ଫୁସଫୁସରେ ଦୁଇ ପଟେ ଇନଫେକସନ ହୋଇ ସାରି ଥିଲା । ଏହା ସହ ତାଙ୍କର ସେଫସୀସ ଥିଲା ସେଫସୀସ ମାନେ ଯେମିତି ରକ୍ତରେ ଇନଫେକସନ ହୋଇ ଯାଇଥିଲା ।

ତାଙ୍କର ଭଲ ଚିକିତ୍ସା ଚାଲି ଥିଲା ଆମର ସଂପୂର୍ଣ୍ଣ ଟିମ ଭଲ ଚିକିତ୍ସା ଭଲ ମେଡ଼ିସିନ ସବୁ ନର୍ସିଙ୍ଗ ଷ୍ଟାଫ ସମସ୍ତେ ସଂପୂର୍ଣ୍ଣ ଚେଷ୍ଟା କରିଥିଲେ । ତାଙ୍କୁ ଯେତେ ହାୟର ଏନ୍ଟିବାୟୋଟିକ ଦରକାର ଥିଲା ସବୁ ଦିଆ ହେଇ ଥିଲା ।

ହେଲେ ତାଙ୍କୁ ବଞ୍ଚେଇ ହେଲା ନାହିଁ । ଯଦି ଲିଭର ଅଳ୍ପକେ ଡାମେଜ ହେଇଥିବ ତା ହେଲେ ଭଲ ଡାଏଟ ଏବଂ ବାୟାମ ଦ୍ଵାରା ତାହା ଠିକ ହୋଇ ପାରିବ । ଏହା ପରେ ଯଦି ଲିଭର ସମସ୍ୟା ଫାର୍ସିଆଲ ଥିବ ତା ହେଲେ ତାକୁ ବି କଣ୍ଟ୍ରୋଲ କରି ହେବ । ଯଦି ଲିଭରର ବହୁତ ଅଂଶ ଆକ୍ରାନ୍ତ ହେଇଥିବ ତା ହେଲେ ସେଇଟା ଭଲ ହେବା ବହୁତ କଷ୍ଟକର’ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।