ଦେଖନ୍ତୁ ଭିଡ଼ିଓ । ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କ ଯାତ୍ରା ପ୍ୟାଣ୍ଡେଲ ରେ ଜବରଦସ୍ତ ଧମାକା….

ଅଭିନେତ୍ରୀ ଏଲିନା ସାମନ୍ତରାୟ ତରଙ୍ଗ ଟିଭି ଚ୍ୟାନେଲ ରେ ହେଉଥିବା ରିଏଲିଟି ଶୋ କିଏ ହେବ ମୋ ହିରୋଇନ୍ ଜରିଆରେ ଏଣ୍ଟ୍ରି ମାରିଥିଲେ ଅଭିନୟ ଜଗତକୁ।ଏହାପରେ ସେ ଅଭିନେତ୍ରୀ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ତାଙ୍କର ଅଭିନୟ ଧୀରେ ଧୀରେ ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ନିଜର ଅପୂର୍ବ ସୁନ୍ଦରତା ସାଙ୍ଗକୁ ହୃଦୟସ୍ପର୍ଶୀ ଅଭିନୟ ସତେ ଯେମିତି ଲୋକଙ୍କ ହୃଦୟରେ ଏକ ଭିନ୍ନ ଧରଣର ଛାପ ଛାଡ଼ି ଦେଇଥିଲା।

ଓଲିଉଡ ରେ ସେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କଲେ ଏବଂ ସମସ୍ତଙ୍କ ପସନ୍ଦର ନାୟିକା ମଧ୍ୟ ସାଜିଲେ। ତାଙ୍କ ଅଭିନୟ ର ଯାଦୁରେ ସମସ୍ତେ ହଜିବାକୁ ଲାଗିଲେ।

ଅନେକ ସଫଳ କଳାକାର ଏବଂ ବିଜ୍ଞ ସିନେମା ଜଗତ ର ପୁରୁଧା ମାନଙ୍କ ସହିତ କାମ କରିବାର ସୁଯୋଗ ମଧ୍ୟ ପାଇଲେ। ସୁପରଷ୍ଟାର ଅଭିନେତା ମାନଙ୍କ ବିପକ୍ଷରେ ମଧ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ଏହି ସୁନ୍ଦରୀ। ନିଜର ଟାଲେନ୍ଟ ଯୋଗୁଁ ସେ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କର ପ୍ରଥମ ଅଭିନୀତ ଫିଲ୍ମ୍ ହେଉଛି ଇସ୍କ୍ ତୁ ହିଁ ତୁ।

ଏଥିରେ ସେ ଦମଦାର ଅଭିନୟ ପ୍ରଦର୍ଶନ କରି ଓଲିଉଡ ଜଗତକୁ ଏଣ୍ଟ୍ରି ମାରିଥିଲେ।ଏହାପରେ ତାଙ୍କର ଲୋକପ୍ରିୟତା ବହୁତ୍ ବଢ଼ି ଯାଇଥିଲା।ତେବେ ଏବେ ତାଙ୍କର ଏକ ଭିଡିଓ ସାମ୍ନା କୁ ଆସିଛି। ଯେଉଁଥିରେ ସେ ଏକ ଯାତ୍ରା ପ୍ୟାଣ୍ଡେ ଲ ରେ ତାଙ୍କର କଳା ପ୍ରଦର୍ଶନ କରୁଛନ୍ତି। ଲୋକଙ୍କ ସହିତ ମଜା ମସ୍ତି କରିବା ସହିତ ଲୋକଙ୍କ ମନରେ ଉତ୍ସାହ ଭରିବା ପାଇଁ ସେ ଚେଷ୍ଟା କରୁଛନ୍ତି ଏବଂ ଏହା ସହିତ ଫିଲ୍ମ୍ ଦୁନିଆ ବିଷୟରେ ମଧ୍ୟ କଥା ହେଉଛନ୍ତି।

ତାଙ୍କର କେଉଁ ଫିଲ୍ମ୍ ଦର୍ଶକ ମାନଙ୍କୁ ବହୁତ୍ ଭଲ ଲାଗେ ସେହି ବିଷୟରେ ପଚାରୁଛନ୍ତି।ଏହା ସହିତ ତାଙ୍କର ସିନେମା ଲଭ୍ ଷ୍ଟେସନ ରେ ସେ ଅଭିନୟ କରିଥିବା ରାନୀ ଭୂମିକାର ଡ଼ାଇଲଗ୍ ମଧ୍ୟ କହିଥିଲେ।ଏଥିରେ ସମସ୍ତେ ଉତ୍ସାହିତ ମଧ୍ୟ ହୋଇଥିଲେ।ତାପରେ ଏଲିନା ଙ୍କ ଅଭିନୀତ ଫିଲ୍ମ୍ ଇସ୍କ ତୁ ହିଁ ଲୋକଙ୍କ ଅଧିକ ପସନ୍ଦ ବୋଲି କିଛି ଉପସ୍ଥିତ ସେଠାକାର ଦର୍ଶକ ମାନେ କହିଥିଲେ।

ଏହା ପରେ ଅଭିନେତ୍ରୀ ଏଲିନା ଫିଲ୍ମ୍ ଇସ୍କ ତୁ ହିଁ ତୁ ରେ ଥିବା ଏକ ସୁନ୍ଦର୍ ସିନ ର ଡାଏଲଗ୍ ମଧ୍ୟ କହିଥିଲେ। ଯେଉଁଥିରେ ପାର, ଦେବଦାସ କୁ ତାର ଅନ୍ତରର ବେଦନା କୁ ଜଣାଇବାକୁ ଯାଉଛି ଏବଂ ଦେବଦାସ କୁ କହିଛିି ଦେବଦାସ ଆଇ ଲଭ୍ ୟୁ। ଯେଉଁ ଦୃଷ୍ୟଟି ଦର୍ଶକ ମାନଙ୍କୁ ବହୁତ୍ ପସନ୍ଦ ଆସିଥିଲା ଏବଂ ଏହି ଦୃଶ୍ୟରେ ଏଲିନା ମଧ୍ୟ ବହୁତ୍ ସୁନ୍ଦର୍ ଦେଖା ଯାଉଥିଲେ।

ତେବେ ଶେଷରେ ଯାତ୍ରା ପ୍ତାନ୍ଦେଲ୍ ରେ ଏଲିନା ଦର୍ଶକ ମାନଙ୍କ ପାଇଁ ନୃତ୍ୟ ପରିବେଷଣ ମଧ୍ୟ କରିଥିଲେ। ଯାହାକୁ ଦେଖି ଦର୍ଶକ ଆହୁରି ଉତ୍ସାହିତ ହୋଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।