ଦେଖନ୍ତୁ ଭିଡ଼ିଓ । ଓଡ଼ିଆ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କର ଦୁର୍ଗାପୂଜା ପାଳନର ପୁରା ଭିଡ଼ିଓ ଦେଖନ୍ତୁ ……

ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ହେଉଛନ୍ତି ଦୁର୍ଗତି ନାଶିନୀ ମା ଦୁର୍ଗା। ଦୁନିଆରୁ ପାପ ରୂପୀ ରାକ୍ଷସ କୁ ଦୂର କରିବା ପାଇଁ ପ୍ରଭୁ ରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ ପୂଜା କରି ରାବଣର ବଧ କରିବାକୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଅଧର୍ମ ଉପରେ ଧର୍ମର ବିଜୟ କରିବାକୁ ମାଆ ସବୁ ବର୍ଷ ଧରାଧାମ ରେ ପାଦ ଦେଇଥାନ୍ତି।

କିନ୍ତୁ ଏବର୍ଷ କରନା ରୂପୀ ରାକ୍ଷସ କବଳରୁ ପୃଥିବୀ କୁ ରକ୍ଷା କରିବା ପାଇଁ ମାଆ ଙ୍କ ନିକଟରେ ହେଉଛି ଅନେକ ପୂଜାର୍ଚ୍ଚନା ଏବଂ ଆଳତୀ। ଦେଶ ଭାବରେ ଏବଂ ବାହାରେ ତଥା ରାଜ୍ୟର ମଣ୍ଡପରେ ମାଆ ଦୁର୍ଗାଙ୍କ ପୂଜା କରାଯାଇଛି ।

ଏହାପରେ ମାଆ ଦୁର୍ଗା ମେଲାଣି ମଧ୍ୟ ନେଇଛନ୍ତି । ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଦଶଭୂଜା ମାଆ ଦୁର୍ଗା ।ଯଦିଓ ଏବର୍ଷ କରୋନା ଯୋଗୁ ନିରାଡମ୍ବର ଭାବରେ ମାଆଙ୍କ ପୂଜାର୍ଚ୍ଚନା କରାଯାଇଛି ତଥାପି ଲୋକେ ମାଆଙ୍କ ଆଶିର୍ବାଦ ଲାଭ କରିଛନ୍ତି। କେବଳ ବିଧି ରକ୍ଷା ପାଇଁ ମଣ୍ଡପରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ପୂଜାର୍ଚ୍ଚନା କରାଯାଇଛି ।

ଏହାପରେ ଶାନ୍ତିର ସହିତ ଭକ୍ତିର ସହ ଅନୁଷ୍ଠିତ ହୋଇଛି ଭସାଣ । କରୋନା ପାଇଁ ଭସାଣ ବି ବିନା ଭକ୍ତରେ ଅନୁଷ୍ଠିତ ହୋଇଛି। ଏହାରି ଭିତରେ ସାଧାରଣ ଜନତାଙ୍କ ପାଖରୁ ଆରମ୍ଭ କରି ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ମାଆ ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପ କୁ ଯାଇ କିଛି ସମୟ ଅତିବାହିତ କରିଛନ୍ତି।

ତେବେ ଏହି ଅଭିନେତ୍ରୀ ଓ ଅଭିନେତା ମାନେ ହେଲେ ଝିଲିକ୍ ଯିଏକି ନିକଟରେ ଜଣେ ବିଧାୟକ କୁ ବିବାହ କରିଛନ୍ତି।ସେ ମାଆ ଙ୍କ ପୂଜା ଭଳି ପବିତ୍ର ଉତ୍ସବରେ ସମସ୍ତ ଓଡ଼ିଆ ଭାଇ ଭଉଣୀ ମାନଙ୍କ ପାଇଁ ଝିଲିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି।ଏହାପରେ ଅଭିନେତ୍ରୀ ଏଲିନା ଙ୍କ ଫଟୋ ମଧ୍ୟ ମଣ୍ଡପରେ ଦେଖିବାକୁ ମିଳିଛି।

ଅନୁ ଚୌଧୁରୀ, ପୁନମ ମିଶ୍ର, ରଚନା ବାନାର୍ଜୀ ଏବଂ ଅର୍ଚ୍ଚିତା, ଯିଏକି ଏକ ପାରମ୍ପରିକ ପୋଷାକ ରେ ନଜର ଆସିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀ ମାନଙ୍କର ଭିନ୍ନ ରୂପ ଓ ବେଶଭୂଷା ଦେଖିବାକୁ ମିଳିଛି। ଯେମିତି କି ଅଭିନେତ୍ରୀ ସୂର୍ଯ୍ୟମୟୀ, ତମନା, ବର୍ଷା ପ୍ରିୟଦର୍ଶିନୀ ଆଦି ଅଭେନେତ୍ରି ମାନେ।

ସେହିପରି ଓଡ଼ିଶାର ଲୋକପ୍ରିୟ ଅଭିନେତା ମାନେ ମଧ୍ୟ ମଣ୍ଡପରେ ଯାଇ ସମୟ ଅତିବାହିତ କରୁଥିବାର ଝଲକ ଦେଖିବାକୁ ମିଳିଛି। ଲୋକପ୍ରିୟ ଅଭିନେତା ବାବୁଶାନ୍ ମଧ୍ୟ ପବିତ୍ର ଦୂର୍ଗାପୂଜା ଓ ନବରାତ୍ରି ଉପଲକ୍ଷେ ଦର୍ଶକ ଓ ପ୍ରଶଂସକ ମାନଙ୍କୁ ଅନେକ ଅଭିନନ୍ଦନ ଜଣାଇଛନ୍ତି।

ତାଙ୍କ ବ୍ୟତୀତ ଅଭିନେତା ସବ୍ୟସାଚୀ ଏବଂ ଅରିନ୍ଦମ ରାୟ ମଧ୍ୟ ମାଆ ଙ୍କ ମଣ୍ଡପ କୁ ଯାଇ ପ୍ରଣାମ କରିଥିଲେ। ଆଉ ମଧ୍ୟ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଅନେକ ଲୋକପ୍ରିୟ ଚେହେରା ମାନେ ମଧ୍ୟ ପବିତ୍ର ଦୂର୍ଗାପୂଜା କୁ ବହୁତ୍ ଉପଭୋଗ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।