ଓଡ଼ିଆ ଅଭିନେତା Swaraj Barik ଙ୍କର ଏମିତି କିଛି ଫୋଟୋ, ଜୀବନରେ କେବେ ଦେଖି ନଥିବେ…
ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନାଁ କିଛି ନୂଆ ନୂଆ ଘଟଣା ମାନ ଭାଇରାଲ ହେଉଥିବାର ଆପଣ ମାନେ ଶୁଣିବାକୁ ପାଉଥିବେ । ତେବେ ବେଳେ ବେଳେ ଅଭିନେତା ଆଉ ଅଭୁନେତ୍ରୀ ମାନଙ୍କର ଲାଇଫ ଷ୍ଟାଇଲ ସହିତ ସେମାନଙ୍କ ବିଷୟରେ ଅନେକ କିଛି କଥା ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ।ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ମଧ୍ୟ ସେହିଭଳି କିଛି ଘଟଣା
ଦେଖିବାକୁ ମିଳିଛି ଆଉ ଯେଉଁଠି କୁହାଯାଉଛି କି ଓଲିଉଡ୍ ଅଭିନେତା ସ୍ୱରାଜ ବାରିକ ଙ୍କ ବିଷୟରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତାହେଲେ ସେହି ସ୍ୱରାଜ ବାରିକ ଙ୍କର ଲାଇଫ ଷ୍ଟାଇଲ ସହିତ ଏକ୍ଟିଂ କେରିୟର ବିଷୟରେ ନଜର ପକାଇବା ।
ଆପଣ ମାନେ ଜାଣିଥିବେ ସମସ୍ତେ ସ୍ୱରାଜ ବାରିକ ଙ୍କ ବିଷୟରେ ଆଉ ଯିଏ କି ଅଭିନୟ ଜଗତରେ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଉ ତାହା ସହିତ କୁହାଯାଉଛି କି ସେ ପ୍ରଥମେ ଅନେକ ଟିଭି ସିରିଏଲ ସହିତ ଅନେକ ଫିଲ୍ମ ରେ ମଧ୍ୟ ଅଭିନୟ ର ଝଲକ ଦେଖାଇଛନ୍ତି ସ୍ୱରାଜ । ଆଉ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ଏହି କଳାକାର ଜଣଙ୍କ । ଆଉ ସିନେମା ରେ ଅଭିନୟ କରି ଓଡ଼ିଆ ଦର୍ଶକ ମାନଙ୍କର ହୃଦୟ ରେ ଘର କରି ପାରିଛନ୍ତି ବୋଲି କୁହାଯାଉଛି ।
ସ୍ୱରାଜ ବାରିକ ଙ୍କର ଜନ୍ମ ଆଉ ଫେମିଲି –
ଯାହା କୁହାଯାଉଛି କି ସ୍ୱରାଜ ବାରିକ ଙ୍କର ଡାକ ନାଁ ହେଉଛି ଯୁମୁଲ ।ତେବେ ସ୍ୱରାଜ ବାରିକ 24 ଜାନୁଆରୀ 1997 ରେ ଜନ୍ମ ହୋଇଥିଲେ ବୋଲି କୁହାଯାଉଛି ।ଆଉ ତାଙ୍କର ଘର ବାରିପଦା ରେ କିନ୍ତୁ ଭୁବନେଶ୍ୱର ରେ ମଧ୍ୟ ତାଙ୍କର ଘର ରହିଛି ଆଉ ସେଠାରେ ସେ ଏବେ ରହୁଛନ୍ତି ତାଙ୍କର ଫେମିଲି ଙ୍କ ସହିତ ।
ତାହା ଛଡା ସ୍ୱରାଜ ଙ୍କର ହାଇଟ 5 ଫୁଟ 7 ଇଞ୍ଚ ହୋଇଥିବା ବେଳେ ତାଙ୍କର ୱେଟ 62 ବୋଲି କୁହାଯାଉଛି ।ତେବେ ସ୍ୱରାଜ ତାଙ୍କର ସ୍କୁଲ ଲାଇଫ mkg ସ୍କୁଲ ରେ କଟାଇଥିବା ବେଳେ ତାଙ୍କର କଲେଜ ଲାଇକ mpc କଲେଜ ରେ ବୋଲି କୁହାଯାଉଛି ।
ତେବେ ତାଙ୍କର ପିଲା ଦିନରୁ ଅଭିନୟ ପ୍ରତି ପ୍ରବଳ ଇଚ୍ଛା ଥିଲା ଆଉ ଯେଉଁଥିପାଇଁ 2007 ମସିହାରେ ସେ ଶିଶୁ କଳାକାର ଭାବେ ପାଗଳ ପ୍ରେମୀ ଫିଲ୍ମ ରେ ଅଭିନୟ କରିଥିଲେ ଆଉ ତାହା ପରେ ଶିଶୁ କଳାକାର ଭାବରେ ଅନେକ ଫିଲ୍ମ ରେ କାମ କରିବା ପରେ 2017 ରେ ସେ ତୁ ମୋ ଲଭ ଷ୍ଟୋରି ଫିଲ୍ମ କରିଥିଲେ ।ଆଉ ସେ ଦର୍ଶକ ମାନଙ୍କର ପ୍ରିୟ ମଧ୍ୟ ହୋଇ ପାରିଥିଲେ, ସେ ଷ୍ଟେଟ ଫିଲ୍ମ ଆୱାର୍ଡ ମଧ୍ୟ ପାଇଛନ୍ତି ।ତେବେ ଏହା ଥିଲା ସ୍ୱରାଜ ବାରିକ ଙ୍କ ବିଷୟରେ କିଛି ସୂଚନା