Breking News – ଏବେ ଏବେ ଓଡିଶା କଳାକାର ଜଗତକୁ ବଡ ଦୁଖଦ ଖବର । ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଏହି ପ୍ରସିଦ୍ଧ ଅଭିନେତା, ଚାରିଆଡେ ଖେଳିଗଲା ଶୋକର ଛାୟା…

ବିଶିଷ୍ଟ ଚଳଚିତ୍ର ଅଭିନେତା ଶାନ୍ତି ସ୍ୱରୂପ ମିଶ୍ରଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 72 ବର୍ଷ ହୋଇଥିଲା । ପରିବାର ଲୋକଙ୍କ ସୂଚନା ଅନୁଯାୟୀ ଗତକାଲି ସେ ଗାଧୁଆ ଘରେ ପଡ଼ିଯିବାରୁ ଆହତ ହୋଇ ଯାଇ ଥିଲେ । ତାଙ୍କୁ ସମ୍ବଲପୁରର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଆଜି ତାଙ୍କର ଦେହାନ୍ତ ହୋଇ ଯାଇଛି । ସଂଖ୍ୟାଧୀକ ଓଡିଆ ଚଳଚିତ୍ର ରେ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ତେବେ ବିଶିଷ୍ଠ ଅଭିନେତା ଶାନ୍ତି ସ୍ୱରୂପ ମିଶ୍ର ଙ୍କ ର ବିୟୋଗ ଓଡିଆ ଚଳଚିତ୍ର ଜଗତ ପାଇଁ ଏକ ବହୁତ ବଡ କ୍ଷତି ଆଣି ଦେଇଛି ।

ତେବେ ପରିବାର ଲୋକ ଙ୍କ କହିବା ଅନୁଯାୟୀ ଗତ କାଲି ଅଭିନେତା ଶାନ୍ତି ସ୍ବରୂପ ମିଶ୍ର ଟିକିଏ ଅସୁସ୍ଥତା ଅନୁଭବ କରି ବାର୍ଥରୁମ୍ ରେ ପଡି ଯାଇଥିଲେ । ଏହାପରେ ତାଙ୍କୁ ନେଇ ନର୍ସିଂହୋମରେ ଏଡମିଟ୍ କରିବା ପାଇଂ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କୁ ରୁମ୍ କୋଉଠି ବି ମିଳିଲାନି ଏବଂ ଜେନେରାଲ୍ ୱାର୍ଡ ବି ମିଳୁନଥିଲା , ଏହାସହିତ କରୋନା ପାଇଁ ମଧ୍ୟ ପରିବାର ଲୋକ ଟିକିଏ ଭୟ କରିଥିଲେ ।

ଆଉ ବହୁତ ଚେଷ୍ଟା ପରେ ଆଜି ତାଙ୍କୁ ରୁମ୍ ମିଳିଥିଲା । ତେବେ ଏହା ଭିତରେ ତାଙ୍କର ଇଣ୍ଟରନାଲ୍ ବ୍ଲିଡିଂ ହୋଇଯାଇଥିବା ଡକ୍ଟର କହିଛନ୍ତି ଏବଂ ନର୍ସିଂହୋମରେ ହିଁ ତାଙ୍କର ହାର୍ଟଷ୍ଟୋକ ହୋଇ ଯାଇଥିଲା । ଆଉ ତାଙ୍କର ମୃତ୍ୟୁ ପରିବାର ଲୋକଙ୍କୁ ଶୋକର ଶାଗର ରେ ଭସାଇ ଦେଇ ଯାଇଛି ।

ତେବେ ଅଭିନେତା ଶାନ୍ତି ସ୍ବରୂପ ମିଶ୍ର ଓଡିଆ ଚଳଚିତ୍ର ମନ ଆକାଶ, କୃଷ୍ଣ ସୁଦାମା ଏବଂ ବନ୍ଧୁ ମହାନ୍ତି ଭଳି ଅନେକ ଫିଲ୍ମ ରେ ଅଙିନୟ କରି ଦର୍ଶକ ଙ୍କ ମନ ଜିଣି ପାରି ଥିଲେ । ଅଭିନେତା ଶାନ୍ତି ସ୍ବପୂର ଉଭୟ ମଞ୍ଚ ନାଟକ ଏବଂ ଅଭିନୟ ସହିତ ଜଡିତ ଥିଲେ । ତେବେ ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ସମ୍ବଲପୁର ସ୍ଥିତ ଘରେ ପହଞ୍ଚି ଶେଷ ଦର୍ଶନ କରି ଥିଲେ ।

ତେବେ ଏହା କେବଳ ଓଡିଆ ଚଳଚିତ୍ର ଜଗତର କାମ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଶୋକର ଖବର ନୁହେଁ ବରଂ ତାଙ୍କୁ ଭଲ ପାଉଥିବା ଅଗଣିତ ଦର୍ଶକ ଏବଂ ଶ୍ରୋତା ମାନଙ୍କ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଦୁଃଖ ଦାୟକ ଏବଂ ମର୍ମାହତ କରିଦେବା ଭଳି ଖବର । ତେବେ ବିଶି୍ଷ୍ଠ ଅଭିନେତା ଶାନ୍ତି ସ୍ବରୂପ ମିଶ୍ର ଙ୍କ ର ପରଲୋକ ରେ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ର ଉପାଧ୍ୟକ୍ଷ ବୈଜୟନ୍ତିି ପଣ୍ଡା ।

 ଏହାସହିତ ଓଡିଶାର ବହୁ ବିଶିଷ୍ଠ ବ୍ୟକ୍ତିମାନେ ମଧ୍ୟ ଶୋକ ପ୍ରକାଶ କରିଛି । ତାଙ୍କର ଦେହାନ୍ତ ଚଳଚିତ୍ର ଜଗତକୁ ବହୁତ ବଡ କ୍ଷତି ପହଞ୍ଚାଇବା ସହିତ ଶୋକର ଲହରୀର ଭସାଇ ଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।