ଦେଖନ୍ତୁ ଭିଡ଼ିଓ । ଓଡ଼ିଆ ଫିଲ୍ମ୍ କଳାକାର ଙ୍କ ପ୍ରଥମାଷ୍ଟମୀ ପାଳନ ର ଭିଡିଓ ଏବଂ ସେମାନଙ୍କ ଭଲପାଇବା ଦେଖନ୍ତୁ….
ପବିତ୍ର ପ୍ରଥମାଷ୍ଟମୀ ଅବସରରେ ଘରର ବଡ ପୁଅ ଝିଅ ମାନେ ନୂତନ ପୋଷାକ ପରିଧାନ କରିବା ସହିତ ବହୁତ୍ ଖୁସି ଅନୁଭବ କରି ଥାଆନ୍ତି। କାରଣ ଏହା ସେମାନଙ୍କ ପାଇଁ ଏକ ନିଆରା ଖୁସି ନେଇ ଆସିଥାଏ। ତାଙ୍କୁ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ନୂତନ ପୋଷାକ ପରିଧାନ କରିବା ପାଇଁ ଦିଆଯାଏ। ମାଆ ମାନେ କେତେ ଶ୍ରଦ୍ଧାରେ ପିଲା ମାନ ଙ୍କୁ ଖୁଆଇ ଦିଅନ୍ତି। ପିଠା, ମିଠା ଆଦିରେ ଦିନଟି ଏକରକମ ଖୁସିରେ କଟି ଥାଏ। ଠିକ୍ ସେହିଭଳି ଓଲିଉଡ ଜଗତରୁ ମଧ୍ୟ କିଛି ଏମିତି ଘଟଣା ସାମ୍ନା କୁ ଆସିଛି।
ଯେଉଁଠି ଦେଖା ଯାଇଛି ଅଭିନେତା ବାବୁଶାନ୍ , ଅମ୍ଳାନ, ସ୍ବରାଜ, ଜ୍ୟୋତି , ଅର୍ଚ୍ଚିତା, ଆଦ୍ଵେଶା ପାରମିତା ଆଦି କଳାକାର ଖୁସି ମନାଇଛନ୍ତି ଏବଂ ତାଙ୍କର ଭିଡିଓ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି।
ଚକଲେଟ୍ ହିରୋ କୁହା ଯାଉଥିବା ବାବୁଶାନ୍ ଙ୍କ ଏକ ଭିଡିଓ ସାମ୍ନା କୁ ଆସିଛି, ଯେଉଁଥିରେ ତାଙ୍କ ମାଆ ଅପରାଜିତା ମହାନ୍ତି ତାଙ୍କୁ ଫୁଲ, ଚନ୍ଦନ ଲଗାଉ ଛନ୍ତି। ମୁଣ୍ଡରେ ଚନ୍ଦନ ଟିପା ସହିତ କାନରେ ଫୁଲ ଲଗାଉଛନ୍ତି। ବାବୁଶାନ୍ ତଳେ ବସିଛନ୍ତି। ସେହିପରି ଅଭିନେତା ଅମ୍ଳାନ ମଧ୍ୟ ପ୍ରଥମାଷ୍ଟମୀ କୁ ପାଳନ କରିଛନ୍ତି।
ଅଭିନେତା ଜ୍ୟୋତି ମଧ୍ୟ ସାମ୍ନା କୁ ଆସି ପବିତ୍ର ପ୍ରଥମାଷ୍ଟମୀ ର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି। ସମସ୍ତେ ଭଲରେ ରୁହନ୍ତୁ ଏବଂ ଖୁସିରେ ରୁହନ୍ତୁ ବୋଲି କହିଛନ୍ତି ।ତାପରେ ଏହି ଭିଡିଓ ରେ ନବାଗତ ଅଭିନେତା ସ୍ବରାଜ ମଧ୍ୟ ଅଭିନନ୍ଦନ ଏବଂ ଶୁଭେଚ୍ଛା ର ବାର୍ତ୍ତା ଦେଇଛନ୍ତି ପ୍ରଥମାଷ୍ଟମୀ ଅବସରରେ।
ସମସ୍ତେ ବହୁତ୍ ଖୁସି ନଜର ଆସୁଥିବା ବେଳେ, ନୂତନ ପୋଷାକ ପରିଧାନ କରି ମୁଣ୍ଡରେ ସିନ୍ଦୂର, ଚନ୍ଦନ ର ଟିପା ଲଗାଇ ସେ ମାନେ ତାଙ୍କର ଖୁସି କୁ ବ୍ୟକ୍ତ କରିଛନ୍ତି। କାରଣ ଏହା ବାସ୍ତବିକ ଭାବରେ ଏହିଦିନ ପ୍ରଥମାଷ୍ଟମୀ ଅବସରରେ ଘରର ବଡ ପୁଅ ଝିଅ ମାନଙ୍କ ପାଇଁ ଏହା ଏକ ପର୍ବ ସଦୃଶ ଅଟେ।
ନୂତନ ପୋଷାକ ପରିଧାନ କରିବା ସହିତ ବହୁତ୍ ଖୁସି ଅନୁଭବ କରି ଥାଆନ୍ତି ସେମାନେ। କାରଣ ଏହା ସେମାନଙ୍କ ପାଇଁ ଏକ ନିଆରା ଖୁସି ମଧ୍ୟ ନେଇ ଆସିଥାଏ। ଯାହାକୁ ସେମାନେ ଅନ୍ୟ ମାନଙ୍କ ସହିତ ସେୟାର ମଧ୍ୟ କରିଥାନ୍ତି। ଏହାସହିତ ଏହି ଭିଡିଓ ରେ ଦେଖିବାକୁ ମିଳିଛି କୁନି କଳାକାର ଆଦ୍ୱେଶା ପରମିତା ଙ୍କୁ।
ସେ ମଧ୍ୟ ପବିତ୍ର ପ୍ରଥମାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଏବଂ ତାଙ୍କର ଭଲପାଇବା ଦେଇଛନ୍ତି।ଏହାପରେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ମଧ୍ୟ ଏକ ନୂଆ ଲୁକ ରେ ଦେଖିବାକୁ ମିଳିଛି।ସେ ଏକ ସୁନ୍ଦର୍ ପୋଷାକ ପରିଧାନ କରି ସାମ୍ନାକୁ ଆସିଛନ୍ତି। ଯିଏକି ଜଣେ ପରୀ ଭଳି ଦେଖା ଯାଉଛନ୍ତି ଏହି ଭିଡିଓ ରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।