ଓଡ଼ିଶାର ଚୁଲବୁଲି ନାୟିକା ଭୂମିକା ଦାସ ଙ୍କ ସମ୍ପତ୍ତି ଏବଂ ପରିବାର ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…..

ଆପଣମାନେ ଜାଣିଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରି ବା ଓଡ଼ିଆ ସିନେମା ଜଗତର ସବୁଠାରୁ କନିଷ୍ଠ ନାୟିକା ହେଉଛନ୍ତି ଭୂମିକା ଦାସ୍। ଯାହାଙ୍କର ବୟସ ମାତ୍ର ୧୭ ବର୍ଷ। ଅଭିନୟ ଜଗତରେ ପାଦ ଦେବା ପାଖରୁ ସେ ଅନେକ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି ଓଡ଼ିଆ ଫିଲ୍ମ୍ ଜଗତକୁ। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ। ସାନ ସିନା କିନ୍ତୁ ତାଙ୍କ ଅଭିନୟରେ ଯେମିତି ଯାଦୁ ରହିଛି।

ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରୀ।

ରୁମକୁ ଝୁମାନା ଫିଲ୍ମ୍ ମାଧ୍ୟମରେ ଓଲିଉଡ ଜଗତରେ ପାଦ ଦେଇଥିଲେ ଏହି ଅଭିନେତ୍ରୀ ମାତ୍ର ୧୧ ବର୍ଷ ବୟସରେ।ତେବେ ଓଲିଉଡ ର ସୁଇଟ ଆଣ୍ଡ ହଟ କୁହା ଯାଉଥିବା ଚୁଲବୁଲି, ସୁନ୍ଦରୀ ନାୟିକା ହେଉଛନ୍ତି ୧୭ ବର୍ଷୀୟା ଭୂମିକା ଦାସ୍। ଯିଏକି ୨୦୦୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ।ତେବେ ଜାଣି ରଖନ୍ତୁ ତାଙ୍କ ବାପାଙ୍କ ନାମ ହେଲା ପ୍ରଶାନ୍ତ କୁମାର ଦାଶ ଓ ମା ଙ୍କ ନାମ ତୃପ୍ତି ଦାଶ।

ତାଙ୍କର ଗୋଟିଏ ଛୋଟ ଭାଇ ମଧ୍ୟ ଅଛି।ସେ ନିଜର ସଫଳତାର ଶ୍ରେୟ ସବୁବେଳେ ନିଜ ବାପା ମା ଙ୍କୁ ଦେଇ ଆସିଛନ୍ତି।ସେ ଦୁଇଟି ଫିଲ୍ମ୍ ରେ ଶିଶୁ କଳାକାର ଭାବରେ ଅଭିନୟ କରିବା ପରେ ୨୦୧୭ ମସିହାରେ ଅଭିନେତ୍ରୀ ଭାବରେ ସ୍ବରାଜ ଙ୍କ ନାୟିକା ଭୂମିକାରେ ଅଭିନୟ କରିଥିଲେ ଫିଲ୍ମ୍ ‘ତୁ ମୋ ଲଭ୍ ଷ୍ଟୋରି’ ରେ।

ଯଦି ତାଙ୍କର ପ୍ରତିଭା ଓ ସଫଳତା କଥା କହିବା ତେବେ ଭୂମିକା ଓଡିଆ ଇଣ୍ଡଷ୍ଟ୍ରି କୁ ଆସିବା ପୂର୍ବରୁ ଅର୍ଚ୍ଚିତା ଓ ଏଲିନାଙ୍କ ପରି ଏକ ଓଡିଶୀ ଡ୍ୟାନ୍ସର ଥିଲେ।ସେ ଏତେ କମ ବୟସରୁ ବହୁ ଗୁଡିଏ ଆୱାର୍ଡ ମଧ୍ୟ ହାସଲ କରିଛନ୍ତି।ତେବେ ତରଙ୍ଗ ସିନେ ଆୱାର୍ଡ, ଓଡିଶା ଷ୍ଟେଟ ଫିଲ୍ମ ଆୱାର୍ଡ୍ସ ଭଳି ଅନେକ ପୁରସ୍କାର ସେ ଗ୍ରହଣ କରିଛନ୍ତି।ସେ ଜଣେ ମେଧାବୀ ଛାତ୍ରୀ ମଧ୍ୟ ଅଟନ୍ତି।ସେ ଦେଇଥିବା ମ୍ୟାଟ୍ରିକ ପରୀକ୍ଷାରେ ରେ ୯୭ ପ୍ରତିଶତ ମାର୍କ ରଖି ପାସ କରିଥିଲେ।ସେ ଅଭିନୟ ରେ ଯେମିତି ଯାଦୁ ଦେଖାନ୍ତି ପାଠ ରେ ବି ସେମିତି ନମ୍ୱର୍ ୱାନ ଅଟନ୍ତି।

ତାଙ୍କର ଏକ ସୁନ୍ଦର ଘର ଭୁବନେଶ୍ୱର ରେ ରହିଥିବା ବେଳେ ଏକ କାର ମଧ୍ୟ ନିଜର ରହିଛି। ଭୂମିକା ଗୋଟିଏ ଫିଲ୍ମ୍ ବାବଦରେ ୫ରୁ ୧୦ ଲକ୍ଷ ଟଙ୍କା ନେଇଥାନ୍ତି ଜଣେ ଅଭିନେତ୍ରୀ ଭାବରେ। ତାଙ୍କର ସର୍ବମୋଟ ସମ୍ପତ୍ତି ହେଉଛି ୫୦ ରୁ ୭୦ ଲକ୍ଷ ଟଙ୍କା।ଏହା ସହ ସେ ଗୋଟିଏ ବ୍ରାଣ୍ଡ ପ୍ରମୋଶନ କରିବା ପାଇଁ ୨ ରୁ ୩ ଲକ୍ଷ ଟଙ୍କା ନେଇଥାନ୍ତି।ସେ ଏବେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ହାସଲ କରିବାରେ ସଫଳ ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।