ଦେଖନ୍ତୁ Shocking ଭିଡ଼ିଓ ଓଡ଼ିଆ ବନ ବାବୁଙ୍କ ଜୋତାର ଦାମ ‘୧୦୦୦ କୋଟି’ ?ଏହି ଭିଡିଓ ଟି ଭଲକରି ଦେଖନ୍ତୁ
ବନବାବୁଙ୍କ ଗୋଡ଼ରେ ଥିବା ଜୋତା ର ଦାମ୍ ବୋଧେ ୧୦୦୦ କୋଟି ଟଙ୍କା। ଆଉ ଏଇଥିପାଇଁ ବୋଧେ ବାବୁଙ୍କ ଗୋଡ଼ ଭୂଇଁ ରେ ଲାଗୁନି। ନହେଲେ ଏତେ ବଡ଼ ସମତଳ ଭୂଇଁ ପଡ଼ିଛି ମଲା ହାତୀ ଉପରେ କାହିଁକି ଗୋଡ଼ ରଖନ୍ତେ ଏହି ବନବାବୁ। ଏଇ ବନବିଭାଗ କର୍ମଚାରୀଙ୍କ ଲକ୍ଷ୍ମୀଛଡ଼ା କାମ ନୁହେଁ କି? ହାତୀ ପ୍ରତି ବନବିଭାଗର କେତେ ପ୍ରେମ ସ୍ପଷ୍ଟ କରୁଛି ଏହି ଚିତ୍ର ଦେଖିଲେ ଆପଣ ବୁଝିଯିବେ। ବନବାବୁ ଭୂଇଁରେ ଗୋଡ଼ ରଖୁଥିଲେ ଜୋତାରେ ଧୂଳି ଲାଗୁଥିଲା। ପୁଣି ତାକୁ ସଫା କରିବାକୁ ପଡ଼ୁଥିଲା। ଜଙ୍ଗଲରେ ଗୋଟିଏ ହାତୀ ମରିଥିବାର ଖବର ପାଇଲେ।
ଆଉ ସେଠାକୁ ଗଲେ , ଏଠାରେ ବି ମାଟି ଥିଲା।ଯାହାଫଳରେ ଜୋତାରେ ମାଟି ଲାଗିବ ବୋଲି ମୃତ ହାତୀର ଶବ ଉପରେ ଗୋଡ଼ ଟିକୁ ରଖିଦେଲେ। ହାତୀ ମୃତ୍ୟୁ ରେ କାହିଁକି ଯବନିକା ପଡ଼ୁନି ଏଇ ହେଉଛି ଏକ ପ୍ରମୁଖ କାରଣ।
ଯେଉଁ ଭିଡିଓ ଟି ବର୍ତ୍ତମାନ ସାମ୍ନାକୁ ଆସିଛି ତାହା ସ୍ପଷ୍ଟ କରୁଛି କି ପ୍ରତି ବନବିଭାଗର କେତେ ଦରଦ? ଆମ ସଂସ୍କୃତି କହେ ଶବ କୁ ସମ୍ମାନ ଦିଅ। ସେ ମଣିଷ ହେଉ କି ପଶୁ, ସମସ୍ତଙ୍କ ଶବ କୁ ସମ୍ମାନ ଦିଆଯାଏ। ହେଲେ ଏଠାରେ ଲକ୍ଷ୍ମୀ ଙ୍କ ବାହାନ ଗଜରାଜ ମୃତ୍ୟୁ ଉପରେ ଏହି ବନବାବୁଙ୍କ ସମ୍ମାନ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ବେତନଟୀରେ ମସିଣା କାଟି ସଂରକ୍ଷିତ ଜଙ୍ଗଲ ରେ ପୁଣି ଏକ ଦନ୍ତା ହାତୀ ର ମୃତ୍ୟୁ ହୋଇଛି।
ବିଶାଳ ଦନ୍ତା ହାତୀ କୁ ବେତନଟୀରେ ବିଭିନ୍ନ ଜଙ୍ଗଲ ରେ ବୁଲୁଥିଲା। ବିଚରଣ କରୁଥିବା ସମୟରେ ଏକ ମୋଟା ପ୍ଲାଷ୍ଟିକ୍ ଦୌଡ଼ି ବାମ ପଟେ ଆଗ ଗୋଡ଼ ରେ ଛନ୍ଦି ହୋଇ ଯାଇଥିଲା। କ୍ରମଶଃ ଏହା ଗୋଡ଼ ରେ ଚାପି ହୋଇଯିବା ଫଳରେ ଗଭୀର କ୍ଷତ ସୃଷ୍ଟି କରିଥିଲା। ଧୀରେ ଧୀରେ କ୍ଷତ ବଢ଼ିବା ସହିତ ଯନ୍ତ୍ରଣା ପାଇଁ ହାତୀ ସ୍ୱଭାବିକ ଭାବରେ ଚଳପ୍ରଚଳ କରିପାରୁ ନଥିଲା।
ପରେ କ୍ଷତରୁ ରକ୍ତ ଶ୍ରାବ ହେବା ପରେ ଘା ପାଚିଲା। ହାତୀର ଗତିବିଧି ଉପରେ ନଜର ରଖୁଥିବା ବେତନଟୀ ବିଭାଗର ଟିମ୍ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଏକ ଡାକ୍ତରୀ ଟିମ୍ ହାତୀର ଚିକିତ୍ସା କରିଥିଲେ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ହାତୀର ମୃତ୍ୟୁ ଘଟିଛି। ତେବେ ଜଙ୍ଗଲୀ ଜନ୍ତୁଙ୍କ ଶିକାର ପାଇଁ ବସା ଯାଉଥିବା ଫାସରେ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ସବୁଠାରୁ ବଡ଼ କଥା, ହାତୀ ଉପରେ ବନବିଭାଗ ଯଦି ନଜର ରଖିଥିଲା ହାତୀ ଗୁରୁତର ହେବା ପୂର୍ବରୁ କାହିଁକି କରାଗଲା ନାହିଁ ଚିକିତ୍ସା?
ବନବିଭାଗ କର୍ମଚାରୀ ତାଙ୍କ ଜୋତା ଧୋଉଥିଲେ ନା ଶୋଇ ପଡ଼ିଥିଲେ? ଶିକାରୀ ଆସି ଫାସ ଲଗାଇ ଚାଲି ଯାଉଛନ୍ତି ହେଲେ ବନବାବୁଙ୍କୁ ଜଣା ପଡ଼ୁନି କେମିତି? ସେପଟେ ହାତୀ ମୃତ୍ୟୁ ପରେ ଚିନ୍ତା ଲାଗିବା କଥା ମନ ଆନ୍ଦୋଳିତ ହେବା କଥା। ଅଥଚ ବନବାବୁ ବେଫିକର ମର ଶରୀର ଉପରେ ଗୋଡ଼ ରଖି ଛିଡ଼ା ହୋଇଛନ୍ତି। ହାତୀ ସ୍ଥାନରେ ଯଦି କେହି ମଣିଷ ଥାନ୍ତେ କେମିତି ଲାଗନ୍ତା ଥରେ ଅନୁମାନ କରନ୍ତୁ। ଏନେଇ ବନବିଭାଗ ବା ସମ୍ପୃକ୍ତ ବାବୁଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।