ହେ ଭଗବାନ ! ନର୍ସ ଙ୍କ ମୋବାଇଲ ଗେମ ନେଲା ରୋଗୀଙ୍କ ଜୀବନ, ରୋଗୀଙ୍କ ଜୀବନ ଯିବା ପରେ ହସ୍ପିଟାଲ୍ ରେ…….

ପୁଣି ସାମ୍ନା କୁ ଆସିଲା ଆଉ ଏକ ଅଭାବନୀୟ ଘଟଣା। ମାଲକାନଗିରି ରେ ଘଟିଛି ଏହିଭଳି ଏକ ଅଭାବନୀୟ ଘଟଣା। ଚିକିତ୍ସା ଅବହେଳା କୁ ନେଇ ଜଣେ ରୋଗୀଙ୍କ ମୃତ୍ୟୁ ଘଟିବା ପରେ ମାଲକାନଗିରି ରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।ଏଠାରେ ଡାକ୍ତର ଏବଂ ନର୍ସ ଙ୍କ ଅବହେଳା ଏବଂ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପ୍ରଦାନ ନ କରିବା କାରଣରୁ ଭୀମ ବିଶ୍ୱାସ ନାମକ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ହୋଇଛି ।

ଲୋକମାନେ ଏଥିପାଇଁ ଡାକ୍ତର ଙ୍କୁ ଘେରାଉ କରିବା ସହ ରାସ୍ତା ମଧ୍ୟ ଘେରାଉ କରିଛନ୍ତି। ଯାହାକୁ ନେଇ ମକକାନାଗିରି ବଡ଼ ସରକାରୀ ଡାକ୍ତରଖାନା ରେ ଏକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ସୁଚନା ଅନୁସାରେ ମାଲକାନଗିରି ଜିଲ୍ଲା ର ଭୀମ ବିଶ୍ୱାସ ନାମକ ଜଣେ ବ୍ୟକ୍ତି ଯିଏକି ଜଣେ ରାଜମିସ୍ତ୍ରୀ ଅଟନ୍ତି,ସେ ଘର କାମ କରୁଥିବା ବେଳେ ଛାତ ଉପରୁ ତଳକୁ ଖସି ପଡ଼ିଥିଲେ ଏବଂ ତାଙ୍କ ଛାତିରେ ଆଘାତ ମଧ୍ୟ ଲାଗି ଥିଲା।ଏହାପରେ ତାଙ୍କୁ ସେଠାରେ ଉପସ୍ଥିତ ଥିବା ଲୋକେ ସରକାରୀ ଡାକ୍ତରଖାନା କୁ ଆଣିଥିଲେ।ସେହି ସମୟରେ ସେ ଅଚେତ୍ ହୋଇଥିଲେ।

ତେବେ ଡାକ୍ତରଖାନା ଆସିବା ପରେ ତାଙ୍କୁ ଏକ ଘଣ୍ଟା ବାହାରେ ରଖା ଯାଇଥିଲା।ପରେ ତାଙ୍କୁ ଭିତରକୁ ନେଇ ଇଞ୍ଜେକ୍ସନ ଓ ସେଲାଇନ ଦିଆ ଯାଇଥିଲା।ଏହାପରେ ତାଙ୍କର ରଞ୍ଜନରଶ୍ମି ମଧ୍ୟ କରା ଯାଇଥିଲା ଓ ସେ ସୁସ୍ଥ ବୋଲି କୁହା ଯାଇଥିଲା। ତାପରେ ଯେତେବେଳେ ତାଙ୍କୁ ୨ ଘଣ୍ଟା ପରେ ମୃତ ବୋଲି ଘୋଷଣା କରା ଯାଇଥିଲା ଏହାକୁ ନେଇ ଲୋକମାନେ ଉତ୍ତେଜିତ ହୋଇଥିଲେ ।

ଏହାକୁ ନେଇ ଅଭିଯୋଗ ମଧ୍ୟ କରିଥିଲେ।ପରେ ଚିକିତ୍ସା ଅବହେଳା କାରଣରୁ ଏବଂ ସେହି ରୋଗୀ ପ୍ରତି ଉପଯୁକ୍ତ ଧ୍ୟାନ ନ ଦିଆଯିବା କାରଣରୁ ଏହିଭଳି ଘଟଣା ଘଟିଲା ବୋଲି ଲୋକ ମାନଙ୍କର ଅଭିଯୋଗ ରହିଥିଲା।ଏହାପରେ ଉତ୍ତ୍ୟକ୍ତ ଲୋକମାନେ ଡାକ୍ତରଙ୍କୁ ମଧ୍ୟ ଅଟକ ରଖିଥିଲେ। ପରେ ପୋଲିସ୍ କୁ ଏହି ବିଷୟରେ ସୂଚନା ମିଳିବା ପରେ ପୋଲିସ୍ ଆସି ଉତ୍ତ୍ୟକ୍ତ ଲୋକ ମାନଙ୍କୁ ବୁଝାସୁଝା କରିଥିଲା।

ଲୋକଙ୍କ ଅଭିଯୋଗ ଏହା କି ଯେତେବେଳେ ସେମାନେ ତାଙ୍କୁ ହସ୍ପିଟାଲ୍ କୁ ନେଇ ଆସିଲେ ନର୍ସ ଙ୍କୁ କହିବା ପରେ ନର୍ସ ଏହା ଶୁଣି ନଥିଲେ ଏବଂ ମୋବାଇଲ୍ ରେ ଲୁଡୁ ଗେମ୍ ଖେଳିବାରେ ବ୍ୟସ୍ତ ଥିଲେ। ରୋଗୀଙ୍କ ପ୍ରତି ତତ୍ପରତା ଦେଖାଇ ନଥିଲେ।

ଏହାପରେ ଡାକ୍ତର ମଧ୍ୟ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା କରି ନଥିଲେ କାରଣ ରିପୋର୍ଟ୍ ରେ ସବୁକିଛି ଠିକ୍ ଆସିଥିବା ବେଳେ ସେ ହଠାତ୍ କିପରି ମୃତ ବୋଲି ଘୋଷଣା ହେଲେ ।

ଏହାକୁ ନେଇ ଲୋକମାନେ ଅଭିଯୋଗ କରିଛନ୍ତି। ହସ୍ପିଟାଲ୍ ପକ୍ଷରୁ ମଧ୍ୟ ଏହାର ଉପଯୁକ୍ତ ଯାଞ୍ଚ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହା ଯାଇଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।