ନୂଆ ବର୍ଷରେ ବଦଳିବ ମନ୍ତ୍ରୀମଣ୍ଡଳ ! ବିଦା ହେଇପାରନ୍ତି ଏହି ୭ ଜଣ ମନ୍ତ୍ରୀ, ଆପଣଙ୍କ ମତାମତ କମେଣ୍ଟ କରନ୍ତୁ…

ନୂଆ ବର୍ଷ ରେ ମନ୍ତ୍ରୀ ମାନଙ୍କୁ ଲାଗିଲା ବଡ଼ ଝଟକା । ବର୍ତ୍ତମାନ ନୂତନ ମନ୍ତ୍ରୀ ମଣ୍ଡଳ ଗଠନ କୁ ନେଇ ବର୍ତ୍ତମାନ ଜୋରଦାର ଚର୍ଚା ଆରମ୍ଭ ହୋଇଛି । ତେବେ କେଉଁ କେଉଁ ମନ୍ତ୍ରୀ ମାନଙ୍କ ର ବଦଳି ହେବାର ଆଶଙ୍କା ରହିଛି ଆଉ ଏନେଇ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ; ଆମ ଦେଶ ଭାରତ ହେଉଛି ଏକ ଗଣତାନ୍ତ୍ରିକ ରାଷ୍ଟ୍ର।ଏଠାରେ ଲୋକ ମାନେ ତାଙ୍କର ଶାସନ କର୍ତ୍ତାଙ୍କୁ ନିଜେ ଚୟନ କରି ଥାନ୍ତି।

୧୫୦ କୋଟି ଜନ ସଂଖ୍ୟା ବିଶିଷ୍ଟ ଆମ ଦେଶ ଭାରତ ହେଉଛି ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର।ଏଠାରେ ଏତେ ସଂଖ୍ୟକ ଲୋକଙ୍କୁ ଶାସନ କରିବା ପାଇଁ ଓ ସେମାନଙ୍କର ଦୁଃଖ ସୁଖ ବୁଝିବା ପାଇଁ ଏବଂ ସେମାନଙ୍କୁ ସରକାର ଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଆମ ସମ୍ବିଧାନ ରେ ଲୋକ ପ୍ରତିନିଧିର ବ୍ୟବସ୍ଥା ରହିଛି।

ତେବେ ରାଜ୍ୟର କୋଣ ଅନୁକୋଣରେ ଉନ୍ନତି କରିବା ପାଇଁ ଓ ଲୋକଙ୍କ ସୁଖ ଦୁଃଖ ବୁଝିବା ପାଇଁ ବିଧାୟକ ଙ୍କୁ ଚୟନ କରା ଯାଇ ଥାଏ।ବିଧାୟକ ମାନେ ଶାସକ ଦଳର ହୋଇ ଥିଲେ ଏମାନଙ୍କ ମଧ୍ୟରୁ କିଛି ଜଣ ମନ୍ତ୍ରୀ ମଧ୍ୟ ବନି ଥାନ୍ତି।ଆଉ ଏହି ବିଧାୟକ ଓ ମନ୍ତ୍ରୀ ମାନେ ବିଧାନସଭା ରେ ଆଇନ ପ୍ରଣୟନ କରିଥାନ୍ତି।ତେବେ ଏମାନଙ୍କ କାର୍ଯ୍ୟ କାଳ ମଧ୍ୟ ୫ ବର୍ଷ ରହି ଥାଏ।

ତେବେ ଆମ ରାଜ୍ୟରେ ଏମିତି କିଛି ମନ୍ତ୍ରୀ ଅଛନ୍ତି ଯେଉଁ ମାନେ ଲୋକଙ୍କ କଥା,ଲୋକଙ୍କ ସୁବିଧା, ଅସୁବିଧା କିଛି ବୁଝନ୍ତି ନାହିଁ।ସେମାନେ କେବଳ ନିର୍ବାଚନ ସମୟରେ ନିଜ ପାଇଁ ଭୋଟ୍ ମାଗିବା ପାଇଁ ଲୋକଙ୍କ ପାଖକୁ ଆସନ୍ତି ଏବଂ ଲୋକଙ୍କୁ ବିଭିନ୍ନ ପ୍ରକାର ର ଲୋଭର ଆଳ ଦେଖାନ୍ତି।କିନ୍ତୁ ଥରେ ନିର୍ବାଚନ ରେ ଜିତି ଗଲା ପରେ ସେମାନେ ଲୋକଙ୍କୁ ଭୁଲି ଯାଆନ୍ତି।ଲୋକଙ୍କୁ ଦେଇ ଥିବା ସମସ୍ତ ପ୍ରତିଶୃତି ମଧ୍ୟ ଭୁଲି ଯାଆନ୍ତି।ଲୋକଙ୍କ ଦୁଃଖ ବୁଝିବା ତ ଦୂରର କଥା ସେମାନେ କେବେବି ଲୋକଙ୍କ ପାଖକୁ ଆସନ୍ତି ନାହିଁ ଆଉ ନିଜ ସ୍ବାର୍ଥ ରେ ଲାଗି ରହି ଥାଆନ୍ତି ।

ତେବେ ନବୀନ ଙ୍କ ପଞ୍ଚମ ପାଳିର ମନ୍ତ୍ରୀମଣ୍ଡଳ ଦୀର୍ଘ ଦେଢ ବର୍ଷ ଧରି ଚାଲିଥିବା ବେଳେ ପ୍ରତି ବର୍ଷକରେ ଥରେ ମନ୍ତ୍ରୀମାନଙ୍କ ପରଫରମାନ୍ସ ଚେକ କରାଯିବ ବୋଲି ପ୍ରଥମରୁ କୁହାଯାଇଥିଲା । ଏବେ ସେମାନଙ୍କ ପରଫରମାନ୍ସ ପାଇଁ ହିଁ ତାଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବାଦ୍ ଦିଆ ଯିବ । ଏହି ଲିଷ୍ଟ ରେ ପ୍ରଥମ ସ୍ଥାନ ରେ ଆସନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ,ନୟାଗଡ଼ ପରି ହତ୍ୟାକାଣ୍ଡ ରେ ଚର୍ଚ୍ଚିତ ଅଛନ୍ତି।

ତାଙ୍କ ସହିତ ଏହି ଲିଷ୍ଟ ରେ ଆସନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା,ପଦ୍ମିନୀ ଦିଆନ,ପ୍ରେମାନନ୍ଦ ନାୟକ ଏମାନେ ମଧ୍ୟ ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଇ ନାହାନ୍ତି ବୋଲି କୁହା ଯାଉଛି । ରଣେନ୍ଦ୍ରପ୍ରତାପ ସ୍ୱାଇଁ, ତୁଷାରକାନ୍ତି ବେହେରା, ରଘୁନନ୍ଦନ ଦାସ , ବିକ୍ରମ କେଶରୀ ଆରୁଖ,ମନ୍ତ୍ରୀ ପ୍ରତାପ ଜେନା ଏବଂ ପ୍ରଫୁଲ୍ଲ ମଲ୍ଲିକ ଙ୍କୁ ଅଦଳ ବଦଳ କରାଯିବ ବୋଲି ସୂଚନା ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।