ନୂଆବର୍ଷ ୨୦୨୩ | ପର୍ସରେ ରଖନ୍ତୁ ଏହି ୧ ଜିନିଷ, ଧନର ବର୍ଷା ହେବ | Newyear 2023
ତେବେ ନୂଆବର୍ଷ 1 ତାରିଖ ଦିନ ପର୍ସ ରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ ପୁରା ବର୍ଷ ଆପଣଙ୍କ ପର୍ସ କେବେ ବି ଖାଲି ରହିବ ନାହିଁ | ଆପଣଙ୍କ ପର୍ସ ପଇସା ର ଭଣ୍ଡାର ରେ ସବୁବେଳେ ଭରି ହୋଇକି ରହିବ, କେଉଁଠୁ ନା କେଉଁଠୁ ଆପଣଙ୍କ ପର୍ସ କୁ ଅଚାନକ ଧନ ଆସିବାକୁ ଲାଗିବ | ଏହି ସଂସାର ରେ କିଏ ବି ଏମିତି ପ୍ରାଣୀ ନଥିବ ଯିଏ କି ଧନ ର ଇଚ୍ଛା ରଖି ନଥାଏ | ପ୍ରତେକ ବ୍ୟକ୍ତି ଏହା ଚାହିଁ ଥାଏ କି ତା ପାଖରେ ଏତେ ଧନ ଥାଉ ଯାହା ଦ୍ୱାରା ସେ ତାର ସମସ୍ତ ଇଚ୍ଛା କୁ ପୂର୍ଣ୍ଣ କରି ପାରୁ |
ଧନର ପ୍ରାପ୍ତି କରିବା ପାଇଁ କିଛି ଲୋକ କଠିନ ପରିଶ୍ରମ କରିଥାନ୍ତି ଏବଂ ଆଉ କିଛି ଲୋକ ଛଳ କପଟ କରି ଅତି ଶୀଘ୍ର ଧନ କମାଇବାର କାମନା କରିଥାନ୍ତି | ଆଉ କିଛି ଲୋକ ଏମିତି ବି ଅଛନ୍ତି ସକାଳେ ସେମାନଙ୍କର ପର୍ସ ଭରି ହୋଇକି ରହିଥାଏ ଆଉ ସନ୍ଧ୍ୟା ରେ ପର୍ସ ଫାଙ୍କା ହୋଇଯାଏ | ତେବେ ଏହି ସବୁ ସମସ୍ୟା ରୁ ଦୂର ହେବା ପାଇଁ ଶାସ୍ତ୍ର ସହିତ ଜଡ଼ିତ କିଛି ଏମିତି ଚମତ୍କାର ଉପାୟ, ଯାହାଦ୍ୱାରା ଏହାକୁ ଆପଣେଇବା ଦ୍ୱାରା ଆପଣଙ୍କ ପାଖରେ ସର୍ବଦା ଧନ ଭରି ହୋଇକି ରହିବ ଏବଂ ଆପଣଙ୍କର ପର୍ସ କେବେ ବି ଖାଲି ହେବ ନାହିଁ |
ପ୍ରଥମଟି ହେଉଛି ମା ଲକ୍ଷ୍ମୀ ଙ୍କର ଫଟୋ ଯଦି ଆପଣ ନିଜ ପର୍ସ ରେ ରଖିବେ ତେବେ ଆପଣଙ୍କୁ କେବେ ବି ପଇସା ର କମି ହେବ ନାହିଁ | ଦ୍ୱିତୀୟ ଟି ହେଉଛି ଅସ୍ତ ଗଛର ପତ୍ର, ଆମ ହିନ୍ଦୁ ଧର୍ମରେ ଅସ୍ତ ଗଛ ଓ ତୁଳସୀ ଗଛ ଦୁଇଟି କୁ ପୂଜନୀୟ ମାନି କରି ପୂଜା କରାଯାଇ ଥାଏ | ବାସ୍ତୁ ଶାସ୍ତ୍ର ରେ କୁହା ଯାଇଛି କି ପର୍ସ ରେ ସର୍ବଦା ଅସ୍ତ ଗଛର ପତ୍ର ରଖିବା ଉଚିତ ଏମିତି କରିବା ଦ୍ୱାରା ଆର୍ଥିକ ଲାଭ ପ୍ରାପ୍ତ ହୋଇଥାଏ |
ତୃତୀୟ ରେ ହେଉଛି ଲାଲ ରଙ୍ଗର କାଗଜ ଏହାଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇ ଥାଏ | ଏହାକୁ ଏକ ଅଦ୍ଭୁତ କାଗଜ ମାନା ଯାଇଥାଏ, ଆପଣ ଏକ ଲାଲ କାଗଜ ନିଅନ୍ତୁ ଆଉ ଏଥିରେ ଆପଣ ନିଜର ଇଚ୍ଛା ଲେଖି କରି ଏକ ସୂତା ରେ ବାନ୍ଧି ଦିଅନ୍ତୁ ଏହାପରେ ଏହାକୁ ପର୍ସ ରେ ରଖନ୍ତୁ ଏମିତି କରିବା ଦ୍ୱାରା ନିଶ୍ଚିତ ଆପଣ ଙ୍କର ଇଚ୍ଛା ପୂର୍ଣ୍ଣ ହୋଇଥାଏ |
ଚତୁର୍ଥ ରେ ହେଉଛି ଚାଉଳ, ତେବେ ଶାସ୍ତ୍ରରେ ଚାଉଳର ଅନେକ ମହତ୍ୱ ଅଛି ଯଦି ଆପଣଙ୍କ ପର୍ସରେ ଏକ ଚୁଟକୀ ଚାଉଳ ରଖୁଛନ୍ତି ତେବେ ଏହା ଆପଣଙ୍କର ଖର୍ଚ୍ଚ କୁ କମ କରି ଥାଏ | ପଞ୍ଚମରେ ଶାସ୍ତ୍ର ଅନୁସାରେ କାଚର କିଛି ଟୁକୁଡା କିମ୍ବା ଏକ ଛୋଟ ଛୁରୀ ପର୍ସ ରେ ରଖିବା ଉଚିତ, ଏହି ଉପାୟ ମଧ୍ୟ ଧନ ବୃଦ୍ଧିର ସହାୟକ ହୋଇଥାଏ | ଏହା ସହିତ ଆପଣ ପର୍ସ ରେ କଉଡ଼ି ମଧ୍ୟ ରଖି ପାରିବେ | ଆପଣଙ୍କ ପର୍ସ ରେ ଚାନ୍ଦିର ପଇସା ରଖିଲେ ମଧ୍ୟ ମାତା ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇ ଥାଆନ୍ତି ଏବଂ ପର୍ସ ରେ ରୁଦ୍ରାକ୍ଷ ରଖିଲେ ଏହା ଗରିବୀ କୁ ଦୂର କରିଥାଏ |