ପ୍ରଥମ ଥର ପାଇଁ ଦେଖନ୍ତୁ ନୃସିଙ୍ଘ ନାଥ ( Nrushingh Nath ) ଙ୍କ ଆତ୍ମା କାହାଣୀ , ହୋସ ଉଡେଇଦେଲା ଭଳି ଘଟଣା…
ନୃସିଂହନାଥ କିଏ? ସତରେ କଣ ପ୍ରଭୁ ନୃସିଂହନାଥ ଙ୍କ ଦେହରୁ ଝରୁଥିଲା ଧାର ଧାର ରକ୍ତ। ସତରେ କଣ ପ୍ରଭୁ ଗୋଲକ ବିହାରୀ ବିଷ୍ଣୁ ଏକ ବିରାଡ଼ି ରୂପରେ ପୂଜା ପାଉଛନ୍ତି ନୃସିଂହନାଥ ମନ୍ଦିରରେ। ତେବେ ଆଜି ଜାଣିବା ନୃସିଂହନାଥ ଙ୍କ ଗୁପ୍ତ ରହସ୍ୟ ବିଷୟରେ। ଓଡ଼ିଶା ରାଜ୍ୟ ବରଗଡ଼ ଜିଲ୍ଲା ପାଇକମାଲା ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତ ନିକଟରେ ଅବସ୍ଥିତ ଏହି ଐତିହାସିକ ପ୍ରଭୁ ନୃସିଂହନାଥ ଙ୍କ ଭବ୍ୟ ମନ୍ଦିର। ଏହି ମନ୍ଦିରଟି ୧୩୦୦ ମସିହାର। ପାଟଣାଗଡ଼ ର ରାଜା ବୈଜଲ ସିଂଙ୍କ ଦ୍ୱାରା ନିର୍ମାଣ ହୋଇଥିଲା। ମନ୍ଦିର ଉଚ୍ଚତା ୪୫ ଫୁଟ ଥିବାବେଳେ ମନ୍ଦିର ଦୁଇ ଭାଗରେ ବିଭକ୍ତ ହୋଇଛି। ଗୋଟିଏ ଭାଗରେ ପ୍ରଭୁ ନୃସିଂହନାଥ ପୂଜା ପାଉଥିବା ବେଳେ ଅନ୍ୟ ଭାଗରେ ଜଗମୋହନ ପୂଜା ପାଉଛନ୍ତି।
କିମ୍ବଦନ୍ତୀ ଅନୁସାରେ ସେହି ଅଞ୍ଚଳରେ ଜଣେ ଭୟଙ୍କର ଅସୁର ଥିଲା ଯାହାର ନାମ ଥିଲା ମୁଷିକ ଦୈତ୍ୟ। ଯିଏକି ମନୁଷ୍ୟ ସମାଜ ଉପରେ ଅତ୍ୟାଚାର କରୁଥିଲା। ମଣିଷ ହତ୍ୟା, ନାରୀ ନିର୍ଯ୍ୟାତନା ଇତ୍ୟାଦି ସମାଜରେ ବଡ଼ ବଡ଼ ଆତଙ୍କର ଉଦାହରଣ ଥିଲା। ଠିକ୍ ଏହି ସମୟରେ ମୁଷିକ ଦୈତ୍ୟର ଅତ୍ୟାଚାରକୁ ସହ୍ୟ କରି ନପାରି ପ୍ରଭୁ ଗୋଲକ ବିହାରୀ ବିଷ୍ଣୁ ଧରା ଉପରେ ଅବତରଣ କଲେ। ଏହା ଦେଖି ମୁଷିକ ଦୈତ୍ୟ ଏକ ମୂଷାର ରୂପ ଧାରଣ କଲା।
କିନ୍ତୁ ଗୋଲକ ବିହାରୀ ବିଷ୍ଣୁ ଅତି ଚତୁରତାର ସହିତ ଏକ ବିରାଡ଼ି ରୂପ ଧାରଣ କରି ସେହି ମୂଷାକୁ ଆକ୍ରମଣ କଲେ। ଯେତେବେଳେ ସେ ମୂଷାଟି ଗୁମ୍ଫା ଭିତରେ ପ୍ରବେଶ କଲା ବିରାଡ଼ିଟି ଗୁମ୍ଫା ଭିତରେ ପ୍ରବେଶ କରିପାରିଲା ନାହିଁ। ବିରାଡ଼ିଟି ବାଟରେ ପହଁରା ଦେବାକୁ ଲାଗିଲା। କିନ୍ତୁ ସେହି ମୂଷା ରୂପୀ ମୂଷିକ ଦୈତ୍ୟ ଆଉ ସେ ଗୁମ୍ଫା ଭିତରୁ ବାହାରକୁ ଆସିଲା ନାହିଁ।
ଆଉ ବାହାରେ ବିରାଡ଼ି ରୂପରେ ଗୋଲକ ବିହାରୀ ବିଷ୍ଣୁ ସଦା ସର୍ବଦା ଆଜି ପର୍ଯ୍ୟନ୍ତ ପୂଜା ପାଇ ଆସୁଛନ୍ତି। ଏ ତ ଥିଲା ପୌରାଣିକ ମତ। ଐତିହାସିକ ମତରେ ଆଜକୁ ପ୍ରାୟ ୭୦୦ ରୁ ୮୦୦ ବର୍ଷ ପୂର୍ବରୁ ମନଭଁଅର ଗାଁ ର ହରି ଏବଂ ଯମୁନା ନାମକ ଦୁଇ ଜଣ ପତି ପତ୍ନୀ ଜଙ୍ଗଲକୁ କନ୍ଦା ଖୋଦିବାକୁ ଯାଇଥିଲେ। ଯେତେବେଳେ କୁରାଢ଼ି ଚୋଟ ମାରି ମାଟିରୁ କନ୍ଦା ଖୋଦିବାକୁ ଚେଷ୍ଟା କରୁଥିଲେ ମାଟିରୁ ପ୍ରଭୁ ନୃସିଂହନାଥ ଙ୍କର ଏକ ପ୍ରତିମୂର୍ତ୍ତି ରୁ ରକ୍ତ ବାହାରାଲା। ଏହିସବୁ ଦେଖି ହରି ଏବଂ ଯମୁନା ଦୌଡ଼ି ଦୌଡ଼ି ନିଜ ଗାଁ କୁ ଫେରି ଆସିଲେ। ଏମିତି କିଛି ଦିନ ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଗଲା। ଶେଷରେ ଏହି ଖବଧ ରାଜା ବୈଜଲ ସିଂଙ୍କ ପାଖକୁ ଗଲା।ତାପରେ ରାଜା ହରି ଓ ଯମୁନାକୁ ଡାକି ସବୁ କଥା ବୁଝିଲେ। ଆଉ ତାପରେ ରାଜା ସେହି ସ୍ଥାନକୁ ଯାଇ ଦେଖି କିଛି ବୁଝିପାରି ନଥିଲେ।
ତାପରେ ରାଜା ପ୍ରାସାଦ କୁ ଫେରି ରାତ୍ରଭଜନ ସାରି ଶୟନ କରୁଥିଲେ। ଆଉ ରାଜାଙ୍କ ସ୍ୱପ୍ନରେ ପ୍ରଭୁ ନୃସିଂହନାଥ ଆସି କହିଲେ କି ମୋତେ ତୁ ସେହି ସ୍ଥାନରେ ପୂଜା କରିବୁ ଏବଂ ଓଡ଼ିଶା କଳା ଭାସ୍କର୍ଯ୍ୟ ଶୈଳୀରେ ମୋର ଏକ ଭବ୍ୟ ମନ୍ଦିର ନିର୍ମାଣ କରିବୁ। ଏତିକି କହି ପ୍ରଭୁ ଗୋଲକ ବିହାରୀ ବିଷ୍ଣୁ ସ୍ୱପ୍ନରୁ ଚାଲିଗଲେ। ସେହିଦିନ ଠାରୁ ଏହି ମନ୍ଦିରରେ ଏହିପରି ଭାବରେ ନୃସିଂହନାଥ ଙ୍କ ପୂଜାର୍ଚ୍ଚନା ହୋଇଆସୁଛି। ଏହି ମନ୍ଦିରରେ ଅନେକ ରୋଚକ ତଥ୍ୟ ଲୁଚି ରହିଛି। ରହସ୍ଯ ମାନଙ୍କ ମଧ୍ୟରୁ ଯେମିତିକି ଏହି ମନ୍ଦିରରେ କୌଣସି ପ୍ରକାର ଅପରିଷ୍କାର ପରିବେଶ ସୃଷ୍ଟି ହୁଏ ,ମନ୍ଦିର ଚାରିପଟେ ବିରାଡ଼ି ମାନେ ବିଚରଣ କରୁଥିବା ଦେଖାଯାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।