Breaking News – ନଭେମ୍ବର 1 ରୁ ଆସିଲା ଏହି ସବୁ ଜିନିଷ ରେ ବଡ଼ ପରିଵର୍ତନ ,ଆଉ ଶସ୍ତା ହେଲା ଏହି ସବୁ ଜିନିଷ …ଦେଖନ୍ତୁ video
ନଭେମ୍ବର 1 ରୁ ନୂଆ ନିୟମ ବଦଳିବ ଗ୍ୟାସ ଦର ଆଉ ଆସିବ ନୂଆ ଇନ୍ସୁରାନ୍ସ ନୀତି | ତେବେ ଆଜିଠୁ ଆରମ୍ଭ ହେଉଛି ନଭେମ୍ବର ମାସ ପ୍ରତି ମାସ ଆରମ୍ଭ ରୁ କିଛି ନିୟମ ବଦଳିବା ଭଳି ନଭେମ୍ବର ମାସ ରେ ମଧ୍ୟ କିଛି ନୂଆ ନିୟମ ଆସିବାକୁ ଯାଉଛି | ଯାହାର ସିଧା ସଳଖ ପ୍ରଭାବ ଲୋକ ଙ୍କ ପକେଟ ଉପରେ ପଡିବାକୁ ଯାଉଛି | ଗ୍ୟାସ ସିଲିଣ୍ଡର ର ଦର ବଦଳିବା ହେଉ ଅବା ଇନ୍ସୁରାନ୍ସ ନିୟମ ରେ ପରିବର୍ତ୍ତନ ହେଉ ନଭେମ୍ବର ପହିଲା ରୁ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି ଯାହା ବିଷୟ ରେ ଆପଣ ଜାଣି ରଖିବା ନିହାତି ଆବଶ୍ୟକ, ତେବେ ଆସନ୍ତୁ ଜାଣିବା ନଭେମ୍ବର 1 ତାରିଖ ରେ କେଉଁ କେଉଁ କ୍ଷେତ୍ରରେ କଣ କଣ ସବୁ ପରିବର୍ତ୍ତନ ହେବା ପାଇଁ ଯାଉଛି |
ବଦଳିବ ଗ୍ୟାସ ସିଲିଣ୍ଡର ର ଦାମ, ପ୍ରତି ମାସ ଆରମ୍ଭ ରୁ ପେଟ୍ରୋଲିୟମ କମ୍ପାନୀ ମାନେ ନୂଆ ଦର ଘୋଷଣା କରି ଥାଆନ୍ତି | ଏହି କ୍ରମରେ ନଭେମ୍ବର ମାସ ଆରମ୍ଭ ରୁ ମଧ୍ୟ ଗ୍ୟାସ ଦର ରେ ପରିବର୍ତ୍ତନ ହେବ, ତେବେ ଗ୍ୟାସ ଦର ରେ ବଦଳିବା ଫଳରେ ଏହାର ସିଧା ସଳଖ ପ୍ରଭାବ ଲୋକ ଙ୍କ ପକେଟ ଉପରେ ପଡ଼ି ପାରେ | ଆଉ ଯଦି ଗ୍ୟାସ ଦର ଶସ୍ତା ହୁଏ ତେବେ ଲୋକ ମାନେ ପୂର୍ବ ଅପେକ୍ଷା ଅଧିକ ଆଶ୍ବସ୍ତି ଅନୁଭବ କରି ପାରନ୍ତି | ତେବେ ମିଳିଥିବା ସୂଚନା ମୁତାବକ ଅକ୍ଟୋବର ମାସ ଅପେକ୍ଷା ନଭେମ୍ବର ମାସରେ ଗ୍ୟାସ ଦର ଅଧିକ ମହଙ୍ଗା ହୋଇ ପାରେ |
ଇନ୍ସୁରାନ୍ସ ନିୟମ ରେ ଆସିବ ପରିବର୍ତ୍ତନ, ନଭେମ୍ବର ପହିଲା ରୁ ଇନ୍ସୁରାନ୍ସ ନୟମ ରେ ମଧ୍ୟ କିଛି ଟା ପରିବର୍ତ୍ତନ ହେବାକୁ ଯାଉଛି | ପୂର୍ବରୁ ନନ ଲାଇଫ ଇନ୍ସୁରାନ୍ସ ପଲିସି କରିବା ସମୟରେ ବୀମା କର୍ତ୍ତା ଙ୍କୁ କୌଣସି KYC ଡିଟେଲସ ଦେବାକୁ ପଡ଼ୁ ନଥିଲା ହେଲେ ନଭେମ୍ବର ମାସରୁ ଏହି ନିୟମ ବଦଳିବାକୁ ଯାଉଛି | ପୁରୁଣା ବୀମା ଧାରୀ ଙ୍କ ସହ ଏବେ ନୂଆ ବୀମା ଧାରୀ ବି ନନ ଲାଇଫ ଇନ୍ସୁରାନ୍ସ ପାଇଁ KYC ଦାଖଲ କରିବେ | ତେବେ ଯଦି କୌଣସି ବୀମା ଧାରୀ KYC ଦାଖଲ ନକରିବେ ତେବେ ଇନ୍ସୁରାନ୍ସ କ୍ଲିକ କରିବା ସମୟରେ ତାଙ୍କ କ୍ଲେମ ରଦ୍ଧ କରି ଦିଆଯାଇ ପାରେ |
ନଭେମ୍ବର ରୁ ବଦଳିବ ଟ୍ରେନ ଟାଇମ, ନଭେମ୍ବର ମାସ ପହିଲାରୁ ହଜାର ହଜାର ଟ୍ରେନ ର ଟାଇମ ବଦଳିବାକୁ ଯାଉଛି | ଗଣମାଧ୍ୟମ ଖବର ପ୍ରକାଶ ଅନୁଯାଇ ଭାରତୀୟ ରେଳ ଏକାଧିକ ଟ୍ରେନ ଯିବା ଆସିବା ରେ ପରିବର୍ତ୍ତନ କରି ପାରେ | ତେଣୁ ଆପଣ ଯଦି ଟ୍ରେନ ରେ ଯାତ୍ରା କରିବା ପାଇଁ ପ୍ଲାନ କରୁଛନ୍ତି ତେବେ ନୂଆ ଲିଷ୍ଟ ଜାରିବା ପରେ ଏହା ଉପରେ ଥରେ ନଜର ପକାଇ ଦିଅନ୍ତୁ ନଚେତ ଟ୍ରେନ ଯାତ୍ରା କରିବାରେ ଆପଣ ଅସୁବିଧା ର ସମ୍ମୁଖୀନ ହୋଇ ପାରନ୍ତି | ଅକ୍ଟୋବର 1 ରେ ଏହି ନିୟମ ଲାଘୁ ହେବାକୁ ଥିବା ବେଳେ ଏବେ ଏହାକୁ ନଭେମ୍ବର 1 ରେ ଘୁଞ୍ଚାଇ ଦିଆଯାଇ ଥିଲା |
ଅଟିପି ଦେଲେ ମିଳିବ ଗ୍ୟାସ ସିଲିଣ୍ଡର, ନୂଆ ମାସ ଆରମ୍ଭ ରୁ ଘରୋଇ ଗ୍ୟାସ କିଣିବାରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି, ଏଣିକି ଗ୍ୟାସ ଡେଲିଭରି ଓ ଅଟିପି ବାଧ୍ୟତାମୂଳକ ହେବ | ବିନା ଅଟିପି ରେ କୌଣସି ଗ୍ରାହକ ଙ୍କୁ ଗ୍ୟାସ ଡେଲିଭରି କରାଯିବ ନାହିଁ | ତେବେ ଏହି ନିୟମ ପୂର୍ବରୁ ଥିବା ବେଳେ ନଭେମ୍ବର ମାସରୁ ଏହାକୁ କଡାକଡି ଭାବେ ପାଳନ କରାଯିବ | ତେଣୁ ଆପଣ ଗ୍ୟାସ ବୁକ କରି ଗ୍ୟାସ ଆଣିବା ପାଇଁ ଯିବା ବେଳେ ନିଜର ରେଜିଷ୍ଟର ମୋବାଇଲ ନମ୍ବର ନେବାକୁ ଆଦୌ ଭୁଲନ୍ତୁ ନାହିଁ |
ନଭେମ୍ବରରେ ବଦଳିବ ଜିଏସ୍ଟି ନିୟମ, ଜିଏସ୍ଟି ରିଟର୍ନ ନିୟମ ରେ ମଧ୍ୟ ନଭେମ୍ବର ରୁ ପରିବର୍ତ୍ତନ ହେବାକୁ ଯାଉଛି, ଏଣିକି 5 କୋଟି ଟଙ୍କା ରୁ କମ ଟଙ୍କା ଡନ ଓଭର ରେ କରଦାତା ଙ୍କୁ 4 ଅଙ୍କ ବିଶିଷ୍ଟ ଏଚଏସଏମ କୋର୍ଡ ଦେବାକୁ ହେବ | ଏହି ନିୟମ କୁ ଏବେ ବାଧ୍ୟତା ମୂଳକ କରା ଯାଇଛି | ତେବେ ପୂର୍ବରୁ କରଦାତା ଙ୍କୁ ଏଥିପାଇଁ କେବଳ ଦୁଇ ଅଙ୍କ ବିଶିଷ୍ଟ କୋର୍ଡ ଦେବାକୁ ପଡୁଥିଲା, ନଭେମ୍ବର ଆରମ୍ଭ ରୁ ଏହି ସବୁ ନିୟମ ପରିବର୍ତ୍ତନ ହେବାକୁ ଯାଉଛି |