ନଭେମ୍ବର ୧ ରୁ ଗ୍ୟାସ୍ ଉପଭୋକ୍ତା ମାନଙ୍କ ପାଇଁ ଲାଗୁ ହେଲା ଏହି ନୂଆ ନିୟମ । ଘରେ ଗ୍ୟାସ ଥିଲେ ନିଶ୍ଚୟ ଦେଖନ୍ତୁ……

ଗ୍ୟାସ୍ ସିଲିଣ୍ଡର୍ ଉପଭୋକ୍ତା ମାନଙ୍କ ପାଇଁ ଆସିଲା ବଡ଼ ଖବର। ନଭେମ୍ବର ପହିଲା ରୁ ବଦଳିବାକୁ ଯାଉଛି କିଛି ନିୟମ।ଏଣିକି ଘରୋଇ ଗ୍ୟାସ ସିଲିଣ୍ଡର ହୋମ ଡେଲିଭରୀ ପ୍ରକ୍ରିୟା ପୂର୍ବ ଭଳି ଆଉ ରହିବ ନାହିଁ। ଆପଣଙ୍କ ଏଲପିଜି LPG ସିଲିଣ୍ଡର ଆଗାମୀ ଦିନରେ ଆଉ ବିନା ଓଟିପିରେ ଆଉ ମିଳିବ ନାହିଁ। ଏହାକୁ ନେଇ ବଡ଼ ପରିବର୍ତ୍ତନ ସହିତ ନଭେମ୍ବର ୧ରୁ ଏହାର ଡେଲିଭରୀ ସିଷ୍ଟମ ମଧ୍ୟ ବଦଳିବ। ଆଗାମୀ ଦିନରେ ଓଟିପି ନ ଥିଲେ ମିଳିବ ନାହିଁ ଏଲପିଜି ସିଲିଣ୍ଡର।

ତେବେ କୁହା ଯାଇପାରେ ଚୋରି ରୋକିବା ଓ ଗ୍ରାହକଙ୍କୁ ଜାଣିବା ଲାଗି ତେଲ କମ୍ପାନୀ ନୂଆ ଏଲପିଜି ସିଲିଣ୍ଡରର ନୂତନ ଡେଲିଭରି ସିଷ୍ଟମ ଲାଗୁ କରିବାକୁ ଯାଉଛି।

ଏଥିପାଇଁ ଉପଭୋକ୍ତା ମାନେ ବହୁତ ସୁବିଧା ପାଇବେ। ତେବେ ଏହି ନୂଆ ସିଷ୍ଟମର ନାଁ ଡେଲିଭରୀ ଅନ୍ଥଟିକେସନ କୋଡ ବା ଡିଏସି। ତେବେ ଯାହା ସୂଚନା ରହିଛି ପ୍ରଥମେ ୧୦୦ ଟି ସ୍ମାର୍ଟସିଟିରେ ଏହି ସିଷ୍ଟମ ଲାଗୁ ହେବ। ଏବଂ ଏହା ପରେ ଅନ୍ୟ ସହରରେ ଧୀରେ ଧୀରେ ଏ ପ୍ରକ୍ରିୟା ଲାଗୁ ହେବ। ତେବେ ଜୟପୁରରେ ପ୍ରଥମେ ଏହାର ପାଇଲଟ୍ ପ୍ରୋଜେକ୍ଟରେ କାମ ଚାଲିଛି।

ଏହା ଉପଭୋକ୍ତା ମାନଙ୍କ ପାଇଁ ବହୁତ ସହାୟକ ହେବ।ତେବେ କେବଳ ବୁକିଂ କରିଦେଲେ ସିଲିଣ୍ଡର ଡେଲିଭରି ହେବ ନାହିଁ। ଏଥିପାଇଁ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଏକ କୋଡ ପଠାଯିବ। ଆଉ ଆପଣ ଆପଣଙ୍କ ନମ୍ବରକୁ ଆସିଥିବା ସେହି କୋଡକୁ ଯେତେ ପର୍ଯ୍ୟନ୍ତ ଡେଲିଭରି ବଏକୁ ନ ଦେଖାଇଛନ୍ତି ସେପର୍ଯ୍ୟନ୍ତ ସିଲିଣ୍ଡର ଡେଲିଭରୀ ହେବ ନାହିଁ।

ଯଦି କୌଣସି ଗ୍ରାହକଙ୍କ ମୋବାଇଲ ନମ୍ବର ଅପଡେଟ ନାହିଁ ତେବେ ଡେଲିଭରୀ ବଏ ଙ୍କ ପାଖରେ ଏହାର ଥିବା ଆପ ର ସହାୟତାରେ ସେମାନେ ଏହି ସମସ୍ୟାର ସମାଧାନ ପୂର୍ବକ ସେମାନେ ବାସ୍ତବିକ ସମୟ ମଧ୍ୟରେ ନମ୍ବର ଅପଡେଟ୍ କରି ନେବେ ଓ ଏହା ପରେ କୋଡ ଜେନରେଟ୍ ହୋଇଯିବ ଏବଂ ଆପଣଙ୍କୁ ସିଲିଣ୍ଡର୍ ଦେଲିଭରି କରାଯିବ।ତେଣୁ ଆପଣଙ୍କ ମୋବାଇଲ ନମ୍ୱର୍ ସହିତ ଆପଣ ଆପଣଙ୍କ ଗ୍ୟାସ୍ ସିଲିଣ୍ଡର୍ ର ତଥ୍ୟ କୁ ସଂଯୁକ୍ତ କରନ୍ତୁ।

ଯଦି ଆପଣଙ୍କ ମୋବାଇଲ ନମ୍ବର ଭୁଲ ରହିଛି କିମ୍ବା ଆପଣଙ୍କ ଠିକଣା ଅନୁସାରେ ଏହା ସଠିକ୍ ତଥ୍ୟ ଦେଖାଉ ନାହିଁ ଏବଂ ଆପଣଙ୍କ ପାଖରେ ରହିଥିବା ତଥ୍ୟ ତଥା ଠିକଣା ନ ଥିବା ଗ୍ରାହକଙ୍କ ସମସ୍ୟା ଥିଲେ ଏହା ନୂଆ ନିୟମରେ ବଦଳିଯିବ।

ଆପଣ ସେତେବେଳେ ସିଲିଣ୍ଡର୍ ପାଇବାକୁ ସକ୍ଷମ ହେବେ ନାହିଁ ଏବଂ ଏହା ଦ୍ବାରା ଏଭଳି ଗ୍ରାହକଙ୍କ ସିଲିଣ୍ଡର ଡେଲିଭରି ରୋକି ଦିଆ ଯାଇପାରେ ମଧ୍ୟ। ତେବେ ଏହି ସିଷ୍ଟମ କିନ୍ତୁ କମର୍ସିଆଲ ସିଲିଣ୍ଡର ଉପରେ ଲାଗୁ ହେବ ନାହିଁ ବୋଲି କୁହା ଯାଉଛି।

ତେବେ ଆପଣ ଏଥିପ୍ରତି ସଚେତନ ହୁଅନ୍ତୁ ଏବଂ ଆପଣଙ୍କ ସିଲିଣ୍ଡର୍ ପାଇବାରେ ସମସ୍ୟାରେ ପଡନ୍ତୁ ନାହିଁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।