ଅଜବ ଘଟଣା ! ନିଜ ସ୍ତ୍ରୀ କୁ ତାଙ୍କ ପ୍ରେମିକ ସହିତ ବିବାହ କରେଇଲେ ସ୍ୱାମୀ, ଆଉ ତାପରେ ଯାହା ହେଲା…..

ବେଳେବେଳେ ଏମିତି ଅଜିବ ଘଟଣା ସବୁ ଆମ ସାମ୍ନା କୁ ଆସିଥାଏ ତାହା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଦୁନିଆରେ ସମ୍ପର୍କର ମୂଲ୍ୟବୋଧ ର ଗୁରୁତ୍ଵ କେତେ ମାତ୍ରାରେ ରହିଛି। ସମ୍ପର୍କ ର ମୂଳଦୁଆ କୁହା ଯାଉଥିବା ବିଶ୍ୱାସ ଓ ଭଲ ପାଇବା ଏକ ଏମିତି ଜିନିଷ ତାହା କୌଣସି ବି ପରିସ୍ଥିତିରେ ମଣିଷକୁ ତା ଆଡ଼କୁ ଆକର୍ଷିତ କରିଥାଏ। ତେବେ ଏହା ଛଳନାତ୍ମକ ଭାବରେ ହୋଇ ଥାଉ କିମ୍ବା ବାସ୍ତବତା ପୂର୍ଣ୍ଣ ହୋଇଥାଉ।

ପ୍ରେମ ରେ ଯେତେବେଳେ ମଣିଷ ଥରେ ପଡି ଯାଇ ଥାଏ ସେତେବେଳେ ଦୁନିଆର କୌଣସି ଜିନିଷରେ ତାର ଆଉ ମନ ଲାଗେ ନାହିଁ କିମ୍ବା ସେ ନିଜକୁ କୌଣସି ଥିରେ ଖୁସି କରାଇ ପାରେନି।

ସବୁବେଳେ ମନ ଖୋଜୁଥାଏ ସେହି ପ୍ରେମକୁ। ସବୁବେଳେ ଆନ୍ଦୋଳିତ ହୁଏ ମନ ସେହି ପ୍ରେମ ପାଖକୁ ଫେରି ଯିବା ପାଇଁ। ଦୁନିଆର କୌଣସି ବନ୍ଧନ ତାହାକୁ ଆବଦ୍ଧ କରି ରଖି ପାରେ ନାହିଁ।

ସେହିପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ରେ କାନପୁର ରେ।ଏଠାରେ ନବ ବିବାହିତା ସ୍ତ୍ରୀ କୁ ତାର ନିଜ ସ୍ଵାମୀ ପୁଣି ତାର ପ୍ରେମିକ ସହିତ ବିବାହ କରାଇ ଦେଇଛନ୍ତି। ଯେଉଁ ଘଟଣା ସେହି ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କାରଣ ଏହା ପ୍ରାୟତଃ କମ୍ ଦେଖିବାକୁ ମିଳେ ଯେ ନିଜେ ସ୍ବାମୀ ତାର ସ୍ତ୍ରୀ ର ଖୁସି ପାଇଁ ସ୍ତ୍ରୀ ର ବାହାଘର ତାର ପ୍ରେମିକ ସହିତ କରାଉଛି।

ଏଠାରେ ଏହି ବାହାଘରରେ ସ୍ତ୍ରୀ ସାଜିଲେ କନ୍ୟା ଏବଂ ସ୍ବାମୀ ବାପା ସାଜି କଲେ ସ୍ତ୍ରୀ ର କନ୍ୟାଦାନ।ଏହା ସହିତ ତାର ଶଶୁର ସାଜିଛନ୍ତି ଭାଇ ଏବଂ ଶାଶୁ ସାଜିଛନ୍ତି ଭଉଣୀ ଏବଂ ଏହି ବାହାଘରରେ ସମ୍ମତି ପୂର୍ବକ କରାଇଛନ୍ତି ନିଜ ବୋହୂର ବାହାଘର ତାର ପୂର୍ବ ପ୍ରେମିକ ସହିତ ବହୁତ୍ ଧୁମ୍ ଧାମରେ।

ତେବେ ବିବାହ ପରେ ସ୍ବାମୀ ଜଣଙ୍କ ଯାହାଙ୍କ ନାମ ଅଜିତ ସେ ଅନୁଭବ କରିଥିଲେ ଯେ ତାଙ୍କ ସ୍ତ୍ରୀ ଶାନ୍ତି ତାଙ୍କୁ ସହଯୋଗ କରୁ ନାହାନ୍ତି।ଏହାପରେ ସେ ଜାଣି ବାକୁ ପାଇଲେ ତାଙ୍କ ସ୍ତ୍ରୀ ଘଣ୍ଟା ଘଣ୍ଟା ଧରି ତାଙ୍କ ପୂର୍ବ ପ୍ରେମିକ ସହିତ କଥା ହେଉଛନ୍ତି। ତାଙ୍କୁ ବହୁତ୍ ମନେ ପକାଉଛନ୍ତି।ସେ ତାଙ୍କ ବିନା ରହି ପାରୁ ନାହାଁନ୍ତି।

ଏହାପରେ ସ୍ବାମୀ ନିଷ୍ପତ୍ତି ନେଇଥିଲେ କି ସେ ତାଙ୍କ ସ୍ତ୍ରୀ କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେବେ। ଶେଷରେ ତାଙ୍କ ପରିବାରକୁ ମଧ୍ୟ ସ୍ବାମୀ ଅଜିତ ବୁଝାଇଥିଲେ ଏବଂ ସେମାନେ ମଧ୍ୟ ଏଥିରେ ରାଜି ହୋଇଥିଲେ।ତାପରେ ସ୍ବାମୀ ଜଣଙ୍କ ସମସ୍ତ ପ୍ରକାରର ବାହାଘରର ଆୟୋଜନ କରି ନିଜ ସ୍ତ୍ରୀ କୁ ତାଙ୍କ ପୂର୍ବ ପ୍ରେମିକ ସହିତ ବିବାହ କରାଇଲେ। ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।