ନିଜ ପୁଅ ଥାଉ ଥାଉ ପୋଷା କୁକୁର ନାମ ରେ ସବୁ ସମ୍ପତ୍ତି କଲେ କୃଷକ, ଘଟଣା ପଛରେ ଥିବା ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ….

ନିଜ ପୁଅ ଥାଉ ଥାଉ ନିଜ ପୋସା କୁକୁର ନାମ ରେ ସମ୍ପତି କରିଦେଲେ ବାପା । ଏମିତି ଏକ ଘଟଣା ବର୍ତ୍ତମାନ ସାରା ଦେଶ ରେ ଚର୍ଚ୍ଚା ର ପାଲଟି ଯାଇଛି। ତେବେ ଘଟଣା ଟି କେଉଁ ଜାଗା ର ଅଟେ କଣ ପାଇଁ ବ୍ୟକ୍ତି ଜଣଙ୍କ ଏପରି କଲେ କାହାଣୀ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ କଣ ରହିଛି ସମ୍ପୂର୍ଣ ଘଟଣା ଆସନ୍ତୁ ଜାଣିବା ; ତେବେ ପ୍ରତିଦିନ ଦିନ ଏମିତି କିଛି ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆମେ ସହଜ ରେ ବିଶ୍ୱାସ କରି ନଥାନ୍ତି ।

ବେଳେ ବେଳେ ଆମ ସାମ୍ନା କୁ ଏମିତି ଖବର ଆସିଥାଏ ଯାହା କୁ ଶୁଣିଲେ କିମ୍ବା ଦେଖିଲେ ଆମେ ବିଶ୍ବାସ କରି ହୁଏ ନାହିଁ । ଏହି ଘଟଣା ମାନଙ୍କୁ ସହଜ ରେ ବିଶ୍ୱାସ କରିବା ସହଜ ହୋଇ ନଥାଏ ।

ସୋସିଆଲ ମିଡ଼ିଆ ରେ ଆଜି କାଲି ଏମିତି ସବୁ ଖବର ଭାଇରାଲ ହେବାରେ ଲାଗିଛି ଯାହା ସାଧାରଣ ଲୋକ ମାନଂକ ର ଭାବନା ବାହାରେ ଅଟେ । ତେବେ ଏହି ଘଟଣା ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି। ଆପଣ ମାନେ ଜାଣି ଥିବେ ସାଧାରଣଃ ପୈତୃକ ସମ୍ପତି ଉପରେ ଛୁଆ ମାନଙ୍କ ଅଧିକାର ଥାଏ । କିନ୍ତୁ ମଧ୍ୟପ୍ରଦେଶ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସାମ୍ନା କୁ ଆସିଛି ।

ମଧ୍ୟପ୍ରଦେଶ ର ଛିଣ୍ଡବଡ ଅଞ୍ଚଳ ର ବାଡ଼ିବାଦା ଗାଁ ରେ ରହୁଥିବା ଓମ୍ ନାରାୟଣ ତାଙ୍କ ଅଧା ସମ୍ପତି କୁ ତାଙ୍କର ନିଜ ପୋଶା କୁକୁର ଜ୍ୟକି ନାମ ରେ କରି ଦେଇଛନ୍ତି । ତେବେ ନିଜ ପୁଅ କୁ ଛାଡି ନିଜ ପୋଷା କୁକୁର ନାମ ରେ ଅଧା ସମ୍ପତି କରିଦେବା ପଛରେ ରହିଛି ଏକ ରୋଚକ କାହାଣୀ । ଓମ୍ ନାରାୟଣ ଏକ ଲିଗାଲ ନୋଟିସ୍ ମାଧ୍ୟମ ରେ ନିଜ ପୋଷା କୁକୁର କୁ ନିଜର ଉତ୍ତରଧିକାରୀ ଭାବରେ ଘୋଷଣା କରିଛନ୍ତି ।

ସେ ଲେଖିଛନ୍ତି ଯେ ମୋର ପତ୍ନୀ ଆଉ ମୋ ପୋଷା କୁକୁର ମୋର ସେବା କରନ୍ତି । ତେଣୁ ସେମାନେ ମୋର ଅଧିକ ପ୍ରିୟ ଓ ନିକଟତର ଅଟନ୍ତି । ମୃତୁ ପରେ ମୋ ସମ୍ପତି ର ସମ୍ପୂର୍ଣ ଉତ୍ତରାଧିକାରୀ ମୋର ପତ୍ନୀ ଚଂପା ବର୍ମା ଓ ପୋଷା କୁକୁର ରହିବେ । ଏହା ସହିତ ମୋ ପର ସମ୍ପତି ଅଧିକାରୀ ମୋ ପୋଷା କୁକୁର ରହିବ।ତେବେ ମିଳିଥିବା ସୂଚନା ଅନୁଯାୟୀ ନିଜ ପୁଅ ଓ ବୋହୂ ଙ୍କ ଅବହେଳା ର ଶିକାର ହୋଇ କୃଷକ ଓମ୍ ନାରାୟଣ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ।

ଓମ୍ ନାରାୟଣ ଆଉ ତାଙ୍କ ପୁଅ ମାନଙ୍କ ଭିତରେ ସବୁଦିନ ବିବାଦ ଲାଗି ରହୁଥିଲା। ତେଣୁ ସେ ତାଙ୍କ ପୁଅ କୁ ସମ୍ପତି ର ଅଧିକାରୀ କରି ନଥିଲେ । ଆଉ ପାରିବାରିକ କଳହ ରୁ ଓମ୍ ନାରାୟଣ ନିଜ ଦୁଇ ଏକର ସମ୍ପତି ନିଜ ପୋଷା କୁକୁର ନାମ ରେ କରି ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।