ନିଜ ଜୀବନକୁ ବାଜି ଲଗାଇ କୁକୁରର ଜୀବନ ବଞ୍ଚାଇଲେ ହୋମଗାର୍ଡ ,ସମାଜରେ ଏଭଳି ବ୍ୟାକ୍ତିଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

ସମଗ୍ର ଦୁନିଆ ବର୍ତ୍ତମାନ ସ୍ୱାର୍ଥପର ବୋଲି କହିଲେ ତାହା ଆଦୋୖ ଭୁଲ ହେବ ନାହିଁ । କାରଣ ଯିଏ ସ୍ୱାର୍ଥପର ସେ ନିଜେ ବି ଜାଣିଛି ଯେ ସେ ସ୍ୱାର୍ଥପର ବୋଲି । ଆଜିକା ଦୁନିଆରେ ଏହା ଏକ ସାଧାରଣ ବିଷୟ ପାଲଟି ଗଲାଣି । ଏହି ସମସ୍ୟା କେବଳ କେତେ ଜଣଙ୍କର ନୁହେଁ ବରଂ ୯୯ ପ୍ରତିଶତ ମାନବ ସମାଜର ଅଟେ ।

ଲୋକେ ଅନୁରୋଧ ନିଜର ସ୍ୱାର୍ଥ କୁ ପୂରଣ କରିବା ପାଇଁ ଏତେ ତଳକୁ ଖସି ଯାଉଛନ୍ତି ଯାହାକି ପୀଡ଼ିତ ମଣିଷ ଆଉ କାହା ଠାରୁ ସାହାଯ୍ୟର ଆଶା କରିବାକୁ ମଧ୍ୟ ୧୦୦ ଥର ଭାବିବେ । ତେବେ ଏତେ ଜଣ ସ୍ୱାର୍ଥପର ଲୋକଙ୍କ ଦୁନିଆରେ ଭଲ ମଣିଷ ହୁଏତ ବିଲୁପ୍ତ ହୋଇ ଯାଇଛନ୍ତି କିନ୍ତୁ କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦିଅନ୍ତି ଅନ୍ୟର ସାହାଯ୍ୟ କରିବାକୁ । ନିଜକୁ କଷ୍ଟ ଦେବାକୁ ମଧ୍ୟ ପଛାନ୍ତି ନାହିଁ ।

ଠିକ ସେହିପରି ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଜନ୍ମରୁ ଅନ୍ୟଙ୍କୁ ସାହାଯ୍ୟ କରି ହିଁ ଖୁସି ହୋଇଥାନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକ ଘଟଣା ବିଷୟରେ କହିବୁ ଯେଉଁଠି ଜଣେ ହୋମଗାର୍ଡ ନିଜ ଜୀବନକୁ ବାଜି ଲଗାଇ ଏକ କୁକୁରର ଜୀବନକୁ ବଞ୍ଚାଇଛନ୍ତି । ତେଣୁ ସେହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ଆପଣ ମାନେ ଜାଣିଛନ୍ତି ଯେ ଆଜିକାଲି ମଣିଷ ଅପେକ୍ଷା ପଶୁ ମାନେ ଅଧିକ ବିଶ୍ୱସ୍ତ ହୋଇଥାନ୍ତି । ବିଶେଷ କରି କୁକୁର । ତେଣୁ ସୂଚନା ଅନୁଯାୟୀ ତେଲେଙ୍ଗାନା ର ନଗର କର୍ଣ୍ଣଲ ଠାରେ ବଡ଼ ବନ୍ୟା ହୋଇଥିଲା । ଯେଉଁ ବନ୍ୟା ସମୟରେ ଏକ କୁକୁର ବୁଦା ମଧ୍ୟରେ ଫସି ରହିଥିଲା ।

ପାଣି ସ୍ରୋତ କାରଣରୁ ବାହାରକୁ ଆସି ପାରୁନଥିଲା । ତେଣୁ ସେଠାକାର ଜଣେ ହୋମଗାର୍ଡ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ସେହି କୁକୁରର ଜୀବନ ବଞ୍ଚାଇବାକୁ । ସୂଚନା ଅନୁଯାୟୀ ସେହି ବ୍ୟକ୍ତି ଙ୍କର ନାମ ହେଉଛି ମୋଜିତ ଯିଏ କି ଜଣେ ହୋମ ଗାର୍ଡ ଥିଲେ । ସେ କୁକୁର ଟିକୁ ବଞ୍ଚାଇବାକୁ ଖୁବ ଉଦ୍ୟମ କରିଥିଲେ । ତେଣୁ ସେ ଏକ ଜେସିବି କୁ ଆଣି ବନ୍ୟାର ପ୍ରଖର ଜଳ ସ୍ରୋତ ମଧ୍ୟକୁ ପଶିବାକୁ ମଧ୍ୟ ପଛେଇ ନଥିଲେ ।

ଏବଂ ନିଜର ଉଦ୍ୟମରେ କୁକୁରଟିର ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ । ଏଭଳି ଏକ ଉଦାହରଣ ଆପଣଙ୍କୁ ଏକ ଶିକ୍ଷା ଦେଇଥାଏ ଯେ କିପରି ଆଜିକା ଯୁଗରେ ମଧ୍ୟ ଏପରି ପରର ଉପକାର କରୁଥିବା ବ୍ୟକ୍ତି ରହିଛନ୍ତି ।

କିନ୍ତୁ ଏହା ଆପଣ ବି ଭଲ ଭାବରେ ଜାଣିଥିବେ ଯେ ଯଦି ଏକ କୁକୁରକୁ ଆପଣ ଖାଇବାକୁ ଦେଇ ପାଳିବେ ତେବେ ସମୟ ଆସିଲେ ସେହି କୁକୁର ହିଁ ନିଜ ଜୀବନକୁ ପାଣି ଛଡ଼େଇ ଆପଣଙ୍କ ଜୀବନ ବଞ୍ଚାଇବାକୁ ମଧ୍ୟ ପଛେଇ ଯିବନାହିଁ । ଏହା ପ୍ରମାଣିତ ମଧ୍ୟ ଯେ କୁକୁର ସବୁଠାରୁ ଅଧିକ ବିଶ୍ୱସ୍ତ ଅଟେ ଯେତିକି ଆଜିକା ସମୟରେ ମଣିଷ ନୁହେଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।