ଗ୍ରାମ ପଞ୍ଚାୟତ ସ୍ତରରେ ଆସିଲା ପୁଣି ନିଯୁକ୍ତି ସୁଯୋଗ। ସବୁ ଜିଲ୍ଲାର ପ୍ରାର୍ଥୀ କରି ପାରିବେ ଆବେଦନ, ଶୀଘ୍ର ଦେଖନ୍ତୁ…..

ବଲାଙ୍ଗୀର ଜିଲ୍ଲା ତରଫରୁ ଗ୍ରାମ ପଞ୍ଚାୟତ ସ୍ତରରେ ଆସିଲା ପୁଣି ନିଯୁକ୍ତି ସୁଯୋଗ।ଏକ ବଡ଼ ଧରଣର ନିଯୁକ୍ତି ସୃଷ୍ଟି ହୋଇଛି ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର।୩୦ ଟି ଜିଲ୍ଲାର ପ୍ରାର୍ଥୀ ଏହାକୁ ଆବେଦନ କରି ପାରିବେ। ଯଦି ଆପଣ ସର୍ବନିମ୍ନ ଅଷ୍ଟମ ଶ୍ରେଣୀ ପାସ୍ କରିଛନ୍ତି ତେବେ ଆପଣ ଏହି ନିଯୁକ୍ତି ପାଇଁ ଆବେଦନ କରି ପାରିବେ। ଏବଂ ଭିନ୍ନ ଭିନ୍ନ ପଦବୀ ବିଶିଷ୍ଟ ଏହି ଚାକିରି ରେ ଆବେଦନ କରି ଆପଣ ମାନେ ତାର ଫାଇଦା ପାଇ ପାରିବେ।

ଏହି ଚାକିରି ସୁଯୋଗ ବାହାରିଛି ଓଡ଼ିଶା ସରକାରଙ୍କ ତରଫରୁ।ତେବେ ଯଦି ଆପଣ ଅଷ୍ଟମ ପାସ୍, ଦଶମ,+୩ କରିଛନ୍ତି ତେବେ ଆପଣ ଆଦୌ ବିଳମ୍ବ ନକରି ଏହି ପଦବୀ ପାଇଁ ଆବେଦନ କରି ପାରିବେ।

ଏଥିରେ ଆପଣଙ୍କୁ ଭଲ ଦରମା ମଧ୍ୟ ମିଳିବ କାରଣ ଏହା ଏକ ସରକାରୀ ଚାକିରୀ ମଧ୍ୟ ଅଟେ। ବଲାଙ୍ଗୀର ଜିଲ୍ଲା ତରଫରୁ ଆବେଦନ ପାଇଁ ହେଉଥିବା ଏହି ପଦବୀ ଗୁଡ଼ିକରେ ଆପଣ ଅଫିସିଆଲ୍ ମେଲ୍ କୁ ଯାଇ ମେଲ୍ ମାଧ୍ୟମରେ ଏହାର ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ।ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏବଂ ଏଥିପାଇଁ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସମ୍ବନ୍ଧରେ।

ପଦ ନାମ- କାଉନସେଲର, ପାରା ମେଡିକାଲ୍, ହାଉସ୍ ଫାଦାର ଏବଂ ହାଉସ୍ ମୋଦର୍, ହେଲ୍ପ ର, ହାଉସ୍ କିପର।

ପଦବୀ- ଭିନ୍ନ ଭିନ୍ନ ବିଭାଗ ପାଇଁ ପଦବୀ ରହିଛି।

ଶିକ୍ଷାଗତ ଯୋଗ୍ୟତା- ଅଷ୍ଟମ, ଦଶମ, ଦ୍ୱାଦଶ କିମ୍ବା ଯେ କୌଣସି ଷ୍ଟ୍ରିମ ରେ ଗ୍ରାଯୁଏସନ କରିଥିବା ନିହାତି ଦରକାର।କାଉନସେଲର ପାଇଁ ପୋଷ୍ଟ ଗ୍ରାଜୁଏସନ ସାଇକୋଲୋଜି କିମ୍ବା ଫିଯିଓଲୋଜି ରେ ହୋଇଥିବା ଦରକାର।

ଆବେଦନ ତାରିଖ- ଏହି ଚାକିରି ପାଇଁ ଆବେଦନ ର ଶେଷ ତାରିଖ ରହିଛି ୧୦ ଡିସେମ୍ବର ୨୦୨୦।

ଆବେଦନ ମାଧ୍ୟମ- ଉଭୟ ଅନଲାଇନ ଏବଂ ଅଫ୍ ଲାଇନ୍ ରେ ଆବେଦନ କରି ପାରିବେ।

ବୟସ ସୀମା- ଏହି ପଦବୀ ପାଇଁ ଆବେଦନ କରି ବା ପାଇଁ ଆପଣଙ୍କ ବୟସ ୨୧ ବର୍ଷ ସର୍ବନିମ୍ନ ଓ ୪୫ ବର୍ଷ ସର୍ବାଧିକ ହୋଇଥିବା ଦରକାର।

ଦରମା- ୬୦୦୦ ରୁ ୧୭,୫୦୦ ଟଙ୍କା ପର୍ଯ୍ୟନ୍ତ ଦରମା ରହିଛି।

ଚୟନ ପ୍ରକ୍ରିୟା- ମେରିଟ ଅନୁସାରେ ଚୟନ କରାଯିବ।

ଆବେଦନ ପ୍ରକ୍ରିୟା- ତେବେ ବଲାଙ୍ଗୀର ଜିଲ୍ଲା ତରଫରୁ ବାହାରିଥିବା ପଦବୀରେ ଆବେଦନ କରିବା ପାଇଁ ଆପଣ ଏହାର ଅଫିସିଆଲ୍ ୱେବ୍ ସାଇଟ୍ (www.balangir.nic.in) କୁ ଯାଇ ଏହି ବିଭାଗର ଜାରି ହୋଇଥିବା ଏହି ୱେବ୍ ସାଇଟ୍ ରେ କ୍ଲିକ୍ କରି ଏହାର ନୋଟିଫିକେସନ୍ ପାଇବା ସହିତ ଆବେଦନ କରି ପାରିବେ ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ।ଆପଣ ଏହାକୁ ୧୦ ଡିସେମ୍ବର ପୂର୍ବରୁ ନିଶ୍ଚିତ ଭାବରେ ଆବେଦନ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।