ନିଆଁ ରେ ପୋଡ଼ି ହୋଇ ଯାଇଛି ହାତ ଓ ଗୋଡ଼ । 4 ବର୍ଷର କୁନି ଝିଅର ଅର୍ଥ ସାଜିଛି ବାଧକ ଦୟାକରି ଆପଣଙ୍କ ଗୋଟିଏ ସେୟାର ପିଲାଟିର ଜୀବନ ବଞ୍ଚାଇ ପାରିବ

ଦୁନିଆ ରେ ପ୍ରତିଦିନ ହଜାର ହଜାର ଶିଶୁ ଜନ୍ମ ଗ୍ରହଣ କରୁଛନ୍ତି । କିନ୍ତୁ ସମସ୍ତେ ସମାନ ହୋଇ ଜନ୍ମ ଗ୍ରହଣ କରି ନଥାନ୍ତି । ସେମାନଙ୍କ ମଧ୍ୟ ରୁ କିଛି ଶିଶୁ ଙ୍କ ର ହାତ ଭଲ ଭାବରେ ହୋଇ ନଥାଏ ତ କାହାର ଗୋଡ଼।ଏହି ଭଳି ଶିଶୁ ମାନଙ୍କୁ ଆମେ ବିକଳାଙ୍ଗ କହି ଥାଉ ।

ପ୍ରତିଦିନ ହଜାର ହଜାର ବିକଳାଙ୍ଗ ଶିଶୁ ମଧ୍ୟ ଜନ୍ମ ଗ୍ରହଣ କରି ଥାଆନ୍ତି । ତେବେ ଆଜି କାଲି ବିଜ୍ଞାନ ର ଅଗ୍ରଗତି ଯୋଗୁ ଏହି ବିକଳାଙ୍ଗ ଶିଶୁ ମାନେ ପୁଣି ଥରେ ସାଧାରଣ ହୋଇ ରହିଲେଣି । କିଛି ଅପରେସନ ଦ୍ବାରା ସେମାନେ ପୁଣି ଥରେ ଏକ ସାଧାରଣ ମଣିଷ ପରି ସମାଜ ରେ ରହିଲେଣି। କିନ୍ତୁ ଏହା ସମସ୍ତ ଙ୍କ ଭାଗ୍ୟ ରେ ନଥାଏ । ଏହି ସବୁ ସର୍ଜରୀ ଓ ଏହାର ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଥାଏ।

ଭାରତ ରେ ଏମିତି ମଧ୍ୟ ଲୋକ ମାନେ ଅଛନ୍ତି ଯେଉଁ ମାନେ ଦିନ କୁ ଦୁଇ ଥର ଖାଦ୍ୟ ଠିକ୍ ରୂପେ ପାଇ ପାରନ୍ତି ନାହିଁ । ତେବେ ଭାବନ୍ତୁ ଯଦି ଏମିତି ସେମାନଙ୍କ ସହିତ ହୁଏ ଯଦି ଏମିତି ଛୁଆ ଟିଏ ତାଙ୍କ ଘରେ ଜନ୍ମ ହୁଏ ତେବେ କଣ କରିବେ ସେମାନେ ।

ଆଜି ଆମେ ଏହି ଲେଖା ମାଧ୍ୟମରେ ଗୋଟିଏ ଗରିବ ପରିବାର କରୁଣ କାହାଣୀ ବିଷୟ ରେ କହିବୁ । କେଉଁଝର ଜିଲ୍ଲା ଘଟ ଗାଁ ବ୍ଲକ୍ ଅନ୍ତର୍ଗତ ବାଲ୍ଲୀ ଚଡି ଗାଆଁ ର ଏକ ୪ ବର୍ଷର କୁନି ଝିଅ ଜମ୍ବବତି ନାୟକ ଆଜି ଏମିତି ଏକ ଦୁଃଖର ଶିକାର ହୋଇଛି,ଯାହା ତାକୁ ପ୍ରତ୍ୟେକ ଦିନ କଷ୍ଟ ଦେଇ ଚାଲିଛି।ଗୋଟିଏ ସାମାନ୍ୟ ଭୁଲ ପାଇଁ ଆଜି ଝିଅଟିର ହାତ ସହିତ ତାର ଆଙ୍ଗୁଠି ସବୁ ପୋଡ଼ି ହୋଇ ଯାଇଛି।

ତାଙ୍କ ମାଆ ଗୋଟିଏ ଜାଗାରେ ପାଉଁଶ ଗଦା କରି ଥିଲେ ,ମାତ୍ର ସେଥିରେ ନିଆଁ ଅଛି ବୋଲି ସେ ନିଜେ ମଧ୍ୟ ଜାଣି ନଥିଲେ।ସେତେବେଳେ ଝିଅଟି ମାତ୍ର ୧ ବର୍ଷର ହୋଇ ଥିଲା। ତେଣୁ ସେ ଧୀରେ ଧୀରେ ଚାଲି ଚାଲି ଯାଇ ସେହି ପାଉଁଶ ଗଦାରେ ପଡ଼ି ଯାଇ ଥିଲା।ଯାହାଦ୍ୱାରା ଝିଅର ହାତ ଓ ଆଣ୍ଠୁ ଜଳି ଯାଇ ଥିଲା।

ଝିଅର ମାଆ ବିଧବା ହୋଇ ଥିବାରୁ ସେ ଝିଅର ଚିକିତ୍ସା କରାଇ ପାରୁ ନାହାଁନ୍ତି।ଏହି ଖବର ପାଇ ଘଟଗାଁ ବିଡ଼ିଓ ଆସି ସେଠାରେ ପହଞ୍ଚି ଥିଲେ ଓ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ସେହିପରି ଆଉ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି ବୋଲାଙ୍ଗିରୀ ଜିଲ୍ଲା ର ତୁରେକେଲା ବ୍ଲକ୍ କୁର୍ଲି ଗାଆଁ ର କୃପାସିନ୍ଧୁ ରଣା ନାମକ ଜଣେ ଯୁବକ।ସେ ଏମିତି ଏକ ଅଜଣା ରୋଗରେ ପୀଡ଼ିତ ହୋଇଛନ୍ତି, ଯାହା ଦ୍ୱାରା ସେ ୨ ବର୍ଷ ଧରି ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇଛନ୍ତି।

ତାଙ୍କର ଚିକିତ୍ସା ପାଇଁ ସମସ୍ତ ସମ୍ପତ୍ତି ଓ ଟଙ୍କା ସରି ଯାଇ ଥିବା ସତ୍ତ୍ଵେ ତାଙ୍କର ରୋଗ ଭଲ ହୋଇ ପାରୁ ନାହିଁ।ଏବେ ତାଙ୍କୁ ଭଲ ହସ୍ପିଟାଲରେ ଚିକିତ୍ସା ପାଇଁ ତାଙ୍କ ଆଗରେ ଅର୍ଥ ସାଜିଛି ବାଧକ।ତେଣୁ ସରକାର ଯଦି ତାଙ୍କୁ ସାହାଯ୍ୟ କରନ୍ତି ତାହେଲେ ସେ ସେହି ରୋଗରୁ ମୁକ୍ତି ପାଇ ପାରନ୍ତେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।