ନିଶାକୁ ବାରଣ ରିୟାଙ୍କୁ ନିମନ୍ତ୍ରଣ I ଲଭ ମାଷ୍ଟର ଗୀତରେ ଦୁଲୁକିଲା ମଞ୍ଚ,ଝୁମିଲେ ଦର୍ଶକ
ଯେଉଁ ମଞ୍ଚରୁ ନିଶା ମହାରଣା ବିଦାୟ ନେଲେ ସେହି ମଞ୍ଚ ଉପରକୁ ଓଡ଼ିଆ ଅଭିନେତ୍ରୀ ରିୟା ଦେଓ ଉଠିଲେ | ଯେଉଁ ମଞ୍ଚରେ ନିଶା ମହାରଣା ଙ୍କୁ ନାଚିବା ପାଇଁ ମନା କରାଗଲା ସେହି ମଞ୍ଚରେ ରିୟା ଦେଓ ତାଙ୍କର ଜଲବା ଦେଖାଇଲେ | ଅତିଥି କଳାକାର ଆସନ୍ତୁ ଆଉ ଦର୍ଶକ ବି ଖୁସି ହୁଅନ୍ତୁ କିନ୍ତୁ ଯାତ୍ରା ମଞ୍ଚ ଉପରେ ଅଶ୍ଳୀଳତା କୁ ପ୍ରଶ୍ରୟ ଦିଆଯିବ ନାହିଁ, ଏମିତି କିଛି ଯୁକ୍ତି ବାଢ଼ି ସାରିବା ପରେ ନିଶା ମହାରଣା ଙ୍କୁ ମଞ୍ଚ ଉପରକୁ ମନା କରାଯାଇ ଥିଲା |
କାଲି ରାତିରେ ରାଜଧାନୀ ଯାତ୍ରା ର ମଞ୍ଚ ଉପରେ ନିଶା ମହାରଣା ଜଲବା ଦେଖାଇ ଥାଆନ୍ତେ, ମଞ୍ଚ ଉପରୁ ପାଣି ପଡ଼ି ଥାଆନ୍ତା ଆଉ ଟିପ ଟିପ ବର୍ଷା ପାଣିରେ ନିଶା ମହାରଣା ନିଜର ଜଲବା ଦେଖାଇ ଥାଆନ୍ତେ କିନ୍ତୁ ଏହା ପୂର୍ବରୁ ବିବାଦ ଉପୁଜିଲା |
କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ଅଧୀନ ବଡ଼ମୂଳ ବସନ୍ତ ପଡିଆ ରେ ଯାତ୍ରା ଚାଲି ଥିବା ବେଳେ ନିଶା ମହାରଣା ଙ୍କୁ ନେଇ ବିବାଦ ଉପୁଜିଲା ଯାହାକି ମଞ୍ଚ ଉପରକୁ ଯଦି ନିଶା ଉଠିବେ ତେବେ ମଞ୍ଚ ଉପରକୁ କମେଡିଆନ ଦୟାଙ୍କ ସହ ତାଙ୍କ ସାଥି କଳାକାର ମାନେ ଉଠିବେ ନାହିଁ |
ଯାହାକୁ ନେଇ ପ୍ରବଳ ବିରୋଧ କରାଗଲା ଆଉ ଶେଷକୁ ଯେତେ ବେଳେ ଯାତ୍ରା ହେଲା ଠିକ ସେତିକି ବେଳେ ମଞ୍ଚ ଉପରକୁ ଆଉ ନିଶା ମହାରଣା ଉଠିଲେ ନାହିଁ ଆଉ ଓଡ଼ିଆ ଅଭିନେତ୍ରୀ ରିୟା ଦେଓ ତାଙ୍କର ଜଲବା ଦେଖାଇଲେ |
ରିୟା ଦେଓ ବି ନାଚିଲେ ଆଉ ଗୀତ ଗାଇଲେ କିନ୍ତୁ ସେଥିରେ ଅଶ୍ଳୀଳତା ନଥିଲା ଯାହାକି ସେଥିପାଇଁ ତାଙ୍କୁ ସୁଯୋଗ ମିଳିଲା ଆଉ ଜଣଙ୍କୁ ସେଠି ବାରଣ କରାଗଲା | ଶେଷରେ ଯାତ୍ରା ହେଲା ଆଉ ଯାତ୍ରା ମଧ୍ୟ ସୁରୁଖୁରୁରେ ସରିଲା, ଭଲରେ ଭଲରେ ଯାତ୍ରା ସରିଲା ଆଉ ଦର୍ଶକ ବି ଯାତ୍ରା ଦେଖିଲେ |
ଆଉ ସବୁଠାରୁ ବଡ଼ କଥା ହେଉଛି ଗତ କାଲି ନିଶା ମହାରଣା ମଞ୍ଚ ଉପରକୁ ଉଠିବେ ନାହିଁ ଆଉ ତାଙ୍କ ବଦଳରେ ରିୟା ଦେଓ ଯୋଗ ଦେବେ ବୋଲି କମିଟି ପକ୍ଷରୁ ସନ୍ଧ୍ୟାରେ ପ୍ରଚାର କରାଯାଇ ଥିଲା | ଆଉ ମୂଳ ବସନ୍ତ ନିତାଇ ଚୈତନ୍ୟ ଯାତ୍ରା କମିଟି ଦ୍ୱିତୀୟ ରାତିରେ ଆଇଟମ ଗାର୍ଲ ନିଶା ମହାରଣା ଆସି ନଥିଲେ ଯାହାକି ରିୟା ଦେଓଙ୍କୁ ଯାତ୍ରା ମଞ୍ଚରେ ଦେଖିବା ପାଇଁ ମିଳିଥିଲା |
ଏଠାରେ କହି ରଖିବାକୁ ଚାହିଁବୁ କି ଯେ ନିଶା ମହାରଣା ଯଦି ମଞ୍ଚ ଉପରକୁ ଉଠନ୍ତି ତେବେ ଯାତ୍ରା ହେବନି ବୋଲି କଳାକାର ମାନେ ରୋକଠୋକ ମନା କରି ଦେଇ ଥିଲେ | ଆଉ କହି ଥିଲେ କି କେବଳ ନିଶା ମହାରଣା ନୁହେଁ ଏମାନେ କେବଳ ଅଶ୍ଳୀଳ ନୃତ୍ୟ କରି ଲୋକ ପ୍ରିୟ ହେବା ପାଇଁ ଚେଷ୍ଟା କରୁଛନ୍ତି, ଅନ୍ୟ ପଟରେ ନିଶା ମହାରଣା ମଧ୍ୟ ସୋସିଆଲ ମିଡ଼ିଆ ରେ ଯାତ୍ରା କଳାକାର ମାନଙ୍କୁ କଡ଼ା ଭାଷାରେ ଗାଳି ଗୁଲଜ କରିଛନ୍ତି |