ହେ ଭଗବାନ ! ମୃତ୍ୟୁ ବି ଏମିତି ଆସେ ଆପଣ ଏହି ଭିଡିଓ ଦେଖିବା ପରେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ ,ବାସ୍ତବରେ ଜୀବନର ମୂଲ୍ଯ କେତେ ସମୟ……ଦୟାକରି ଏହି ଭିଡିଓ ଶେଷ ପ୍ରର୍ଯ୍ୟନ୍ତ ଦେଖନ୍ତୁ…..
ଆପଣ ମାନେ ଜାଣି ଥିବେ ଆମ ଓଡିଆ ରେ ଏକ କଥା ଅଛି , ଯାହାକୁ ରଖିବେ ଅନନ୍ତ , କି କରି ପାରେ ବଳବନ୍ତ ।ଆପଣ ମାନେ ବି ଏମିତି ଦୃଶ୍ୟ ଦେଖି ଥିବେ ଯେ ମଣିଷ ନିଶ୍ଚିନ୍ତ ରେ ମୃତ୍ୟୁ ମୁଖରୁ ବର୍ତି ଯାଇଛନ୍ତି ।ଏମାନଙ୍କୁ ଦେଖିଲେ ଲାଗେ ଯଏ ଏମାନଙ୍କ ଭାଗ୍ୟ ବହୁତ ଟାଣ । ନଚେତ୍ ମରଣ ମୁହଁ ରୁ ଫେରିବା ବହୁତ କମ୍ ଲୋକଙ୍କ ଭାଗ୍ୟ ରେ ଥାଏ ।ଏ କ୍ଷେତ୍ରରେ ଭଗବାନ ଏମାନଙ୍କୁ ସାହା ହୁଅନ୍ତି । ଯେମିତି ଆଜି ଏକ ବହୁତ ବଡ ଅଘଟଣ ହେଉ ହେଉ ରହି ଯାଇଛି । ଜଣେ ବ୍ୟକ୍ତି ରେଳ ଧାରଣା ରେ ଟ୍ରେନ୍ ଆଗରୁ ନିଶ୍ଚିତ ମରଣରୁ ବର୍ତି ଯାଇଛନ୍ତି ।ପୁଣି ଟ୍ରେନ୍ ଧୋକା ଖାଇ ବି ସେ ବଞ୍ଚି ଯାଇଛନ୍ତି ।
ଏପରି ଏକ ଘଟଣା ଘଟିଛି କେନ୍ଦୁଝର ର ଟାଉନ୍ ଥାନା ଅନ୍ତର୍ଗତ କବି ତରା ରେଲ୍ୱେ କ୍ରସିଂ ରେ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇ ଯାଇଛନ୍ତି ଜଣେ ବ୍ୟକ୍ତି ।ସୁଚନା ଅନୁସାରେ ଏକ ମାଲ ବାହୀ ଟ୍ରେନ୍ ଯିବା ପାଇଁ ଗେଟ୍ ପଡିଥିବା ବେଳେ ,ଗେଟ୍ ଭିତରକୁ ପଶି ଯାଇଥିଲେ ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ।
ଷ୍ଟେସନ୍ ନିକଟ ଥିବାରୁ ମାଲ ବାହୀ ଟ୍ରେନ୍ ଟି ନିଜର ବେଗ କମ୍ କରି ଦେଇଥିଲା ଏବଂ ବ୍ୟକ୍ତି ଜଣକ ଟ୍ରେନ୍ ଆଗରେ ପଡିଗଲେ ।କାରଣ ତାଙ୍କୁ ଧୋକା ଦେଇଥିଲା ଲୌହ ଦାନବ ।ହେଲେ ଆୟୁଷ ପୁରି ନ ଥିଲା ଏହି ମାନସିକ ଭିନ୍ନ କ୍ଷମ ମାନବର ଏବଂ ତାହା ର ଭାଗ୍ୟ ମଧ୍ୟ ଟାଣ ଥିଲା ।
ତେଣୁ ସୌଭାଗ୍ୟ ର କଥା ହେଉଛି ଯେ ବ୍ୟକ୍ତି ଜଣକ ରେଳ ଲାଇନ ର ଦୁଇ ଧାରଣା ମଧ୍ୟ ରେ ପଡିଗଲେ ।ଏହା ଦେଖି ଟ୍ରେନ୍ ଚାଳକ ଶୀଘ୍ର ବ୍ରେକ୍ ମାରି ଟ୍ରେନ୍ ଟିକୁ ଅଟକାଇ ଦେଇଥିଲେ ।ଆଉ ବ୍ୟକ୍ତି ଜଣକ ରହି ଯାଇଥିଲେ ଠିକ୍ ଟ୍ରେନ୍ ତଳେ ଓ ଧାରଣା ମଝିରେ ।
ଯାହା ଫଳ ରେ ଥାଙ୍କର ବେଶି କିଛି ନ ହୋଇ ସାମାନ୍ୟ ଆଘାତ ପାଇଛନ୍ତି ।ଟ୍ରେନ୍ ଟି ଅଟକାଇବା ପରେ ସଂପୃକ୍ତ ବ୍ୟକ୍ତି ଙ୍କୁ ଧାରଣା ମଝିରୁ ଉଦ୍ଧାର କରା ଯାଇଥିଲା । ତା ପରେ ସେହି ମାନସିକ ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ପଠା ଯାଇଛି । ତେବେ ଏ ପର୍ଯ୍ୟନ୍ତ ସେହି ବ୍ୟକ୍ତିର ପରିଚୟ ମିଳି ନାହିଁ ।
ତେବେ ଏମିତି ଦୁର୍ଘଟଣା କୁ ସାମ୍ନା ନ କରିବାକୁ ଆପଣ ଯଥେଷ୍ଟ ସତର୍କ ହୋଇ ରୁହନ୍ତୁ । ଯଦି ଆପଣ ଦେଖୁଛନ୍ତି , କୌଣସି ବ୍ୟକ୍ତି ରେଳ ଧାରଣା ରେ ବୁଲୁ ଛନ୍ତି କିମ୍ବା ବିପଦଜନକ ଭାବେ ପାରି ହେଉଛନ୍ତି ତେବେ ସେମାନଙ୍କୁ ବାରଣ କରନ୍ତୁ , ସେମାନଙ୍କୁ ତାଗିଦ୍ କରନ୍ତୁ ,ନଚେତ୍ ଅକାଳ ରେ କାହାର ଜୀବନ ଚାଲିଯିବ । କାରଣ ମଣିଷ ଜୀବନ ଏମିତି ରେ ମିଳିଯାଏ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।