ଗାଡ଼ି ଭିତରୁ ନବଜାତକୁ ଫିଙ୍ଗି ଦେଇ ମା’ ସହ ଦୁଷ୍କର୍ମ କଲେ ଦୃବୁତ୍ତ
ଆମ ସମାଜ ଦିନକୁ ଦିନ ଏତେ ମାତ୍ରାରେ କଳୁଷିତ ହୋଇ ଗଲାଣି ଯେ ଯାହାକୁ ବର୍ଣ୍ଣନା ମଧ୍ୟ କରି ହେବ ନାହିଁ | ପ୍ରତିଦିନ କିଛି ନା କିଛି ଅଘଟଣ ଦେଖିବା ପାଇଁ ମିଳୁଛି, କେତେ କିଏ ଚୋରି ଡକାୟତ କରୁଛି ତ ପୁଣି କେତେ ବେଳେ କିଏ କାହାକୁ ହତ୍ୟା କରୁଛି ତ ପୁଣି ଆଉ କିଏ ନିଜ ଶାରୀରିକ ସୁଖ ମେଣ୍ଟେଇବା ପାଇଁ ନାବାଳିକା କୁ ମଧ୍ୟ ଅତି ନୃଶଂସ ଭାବରେ ଦୁଷ୍କର୍ମ କରୁଛି | ଆମ ସମାଜ ର ଟେକନୋଲୋଜି ଏତେ ଆଗକୁ ବଢ଼ିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଆମ ସମାଜ ରେ ଗୋଟେ ନାରୀ ନିଜଜୁ ସୁରକ୍ଷିତ ମନେ କରି ପାରିଲା ନାହିଁ |
ସେ ଯଦି ଏକାକୀ କେଉଁ ସ୍ଥାନକୁ ଯାଉଛି ତେବେ ମନରେ ଗୋଟିଏ ଦୁଷ୍କର୍ମ ର ଭୟ ରହୁଛି, ଏହା ସହିତ ବାପା ମା ମଧ୍ୟ ଝିଅ ଜନ୍ମ କରିବାକୁ ଡରିଲେଣି କାରଣ ସେମାନେ ବି ଜାଣିଛନ୍ତି ଝିଅ ଟି ବଡ଼ ହେଲା ପରେ ଦୁଷ୍କର୍ମ ର ଶିକାର ହେବ | କିନ୍ତୁ ବର୍ତ୍ତମାନ ଯେଉଁ ଘଠଣା ଟି ସାମ୍ନାକୁ ଆସିଛି ତାହା ଜାଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ । ତେବେ ଚାଲନ୍ତୁ ଜାଣିବା ସଂମ୍ପୂର୍ଣ୍ଣ ଘଟଣା ବିଷୟରେ,
ଗାଡି ଭିତରେ ମାଁ କୁ ଦୁଷ୍କର୍ମ କରିଲେ । 10 ମାସର ଛୁଆ କୁ କୋଳରୁ ଛଡାଇ ବାହାରକୁ ଫିଙ୍ଗି ଦେଲେ । ମହିଳା ଜଣଙ୍କ ଚିତ୍କାର କରି ଚାଲି ଥିଲେ ହେଲେ ନର ରାକ୍ଷାସ ମାନେ କିଛି ବି ଶୁଣୁ ନଥିଲେ । ଘଟଣା ଅନୁସାରେ ସମୟ ଥିଲା ସକାଳ ପ୍ରାୟ ଭୋର 6 ଟା । ମହିଳା ଜଣ ଙ୍କ ଗାଡି କୁ ଅପେକ୍ଷା କରି ରହିଥିଲେ ।
ଗାଡି ଆସିବା ପରେ ଗାଡିରେ ବସି ନିଜ ଗନ୍ତବ୍ୟ ସ୍ଥଳ ଅଭିମୂଖେ ବାହାରି ପଡିଲେ କିନ୍ତୁ କିଛି ବାଟ ଗଲା ପରେ ଗାଡିରେ ବସି ଥିବା ନର ରାକ୍ଷାସ ମାନଙ୍କ ହାବୁଡ ରେ ପଡି ଯାଇଥିଲେ ଉକ୍ତ ମହିଳା ଜଣଙ୍କ । ପ୍ରଥମତଃ ଦୁଷ୍କର୍ମ କରିବାକୁ ଆରମ୍ଭ କରି ଥିଲେ ହେଲେ ଛୁଆ ଟି କାନ୍ଦିବାରୁ ତାକୁ ଅତି ନୃଶଂସ ଭାବରେ ଗାଡିରୁ ବାହାରକୁ ଫିଙ୍ଗି ଦେଲେ । ଆଉ ତାପରେ ବାରମ୍ବାର ଗଣ ଦୁଷ୍କର୍ମର ଶିକାର ହୋଇଥିଲେ ମହିଳା ଜଣଙ୍କ । ଛୁଆଟିର ମଧ୍ୟ ରାସ୍ତା ଉପରେ ହିଁ ମୃତ୍ୟୁ ହୋଇଯାଇଥିଲା ।
ତେବେ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ବାଲଘରରେ । ମାଣ୍ଡବି ଥାନାରେ ହୋଇଥିବା ଅଭିଯୋଗ ମୁତାବିକ ଗତ ଶନିବାର ମହିଳା ଜଣଙ୍କ ପାସେରେ ଯିବା ଲାଗି ନିଜ 10 ମାସର ଶିଶୁକୁ ଧରି ବେଲହର ଠାରେ ଗାଡିକୁ ଅପେକ୍ଷା କରିଥିଲେ ।
ଏହି ସମୟରେ ଏକ କାର ସେଠାରେ ଲାଗିଥିଲା କାର ମଧ୍ୟରେ କିଛି ମହିଳା ଏବଂ ପୁରୁଷ ଯାତ୍ରୀ ବସିଥିଲେ । କିଛି ବାଟ ଗଲା ପରେ ମହିଳା ଯାତ୍ରୀମାନେ ଓହ୍ଲାଇ ଯାଇଥିଲେ । ଏହାପରେ ଡ୍ରାଇଭର ଏବଂ ପଛରେ ବସିଥିବା 3ଜଣ ପୁରୁଷ ମହିଳାଙ୍କୁ ଅସଦାଚରଣ କରିବାକୁ ଆରମ୍ଭ କରିଦେଇଥିଲେ ।
ଜଣଜଣ କରି ଦୁଷ୍କର୍ମ କରି ଚାଲିଥିଲେ ଏତିକିରେ ତାଙ୍କ ମନ ଭରି ନଥିଲା ଯେ କାର ଭିତରୁ ଛୁଆଟିକୁ ଫୋପାଡି ଦେଇଥିଲେ । ଏହାପରେ ଛୁଆକୁ ବଞ୍ଚେଇବାକୁ ଯାଇ ମାଁ ଜଣଙ୍କ ମଧ୍ୟ ଗାଡିରୁ ବାହାରକୁ ଡେଇଁ ପଡିଥିଲେ । ଘଟଣା ସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ବେଳେ ମହିଳା ଜଣଙ୍କ ଗୁରୁତର ଭାବରେ ଆହାତ ହୋଇଛନ୍ତି । ତେବେ କାର ଡ୍ରାଇଭରକୁ ଚିହ୍ନଟ କରି ଆଇପିସି ଧାନା 304 ଏବଂ 354 ଆଧାରରେ ମାମଲା ରୁଜୁ କରାଯାଇଛି । ପୋଲିସ ଏହାକୁ ଦୃଢତାର ସହିତ ନେଇ ତଦନ୍ତ ଆରମ୍ଭ କରିଛି ଅନ୍ୟ 3ଜଣ ଏବେ ଫେରାର ଥିବା ବେଳେ ସେମାନଙ୍କୁ ଖୋଜୁଛି ପୋଲିସ ।