ନଷ୍ଟ୍ରାଡାମସ୍ ଙ୍କ ଭୟଙ୍କର ଭବିଷ୍ୟବାଣୀ,୨୦୨୧ ରେ ପୃଥିବୀକୁ ଆସିବାକୁ ଯାଉଛି ଏହିସବୁ ବିପଦ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…..

କିଛିଦିନ ପରେ ବିଦାୟ ନେବ ବର୍ଷ ୨୦୨୦।ଆଉ ଆସିବ ନୂତନ ବର୍ଷ ୨୦୨୧ କିଛି ନୂତନ ଆଶା ଏବଂ ନୂଆ ରଙ୍ଗ ନେଇ।ତେବେ ଏହି ନୁଆ ବର୍ଷ କିପରି ରହିବ ବିଶ୍ଵ ବାସୀ ଙ୍କ ପାଇଁ। ଏହିବର୍ଷ କିଛି ସମସ୍ୟା ରହିଛି କି ନାହିଁ, କିଛି ବିପତ୍ତି ହେବାକୁ ଯାଉଛି କି ନାହିଁ, ଦେଶ- ଦେଶ ମଧ୍ୟରେ ଯୁଦ୍ଧ ସମ୍ଭାବନା ରହିଛି କି ନାହିଁ, ଏମିତି ଅନେକ କଥାକୁ ନେଇ ଲୋକଙ୍କ ମଧ୍ୟରେ କଳ୍ପନା ଜଳ୍ପନା ଲାଗି ରହିଛି।

ଏବେ ଏହିସବୁ ପ୍ରଶ୍ନ ଉପରୁ ପରଦା ହଟିବାକୁ ଯାଉଛି। କାରଣ ଫ୍ରାନ୍ସ ରେ ଜନ୍ମିତ ମାଇକେଲ ନୋସଟ୍ରାଡାମସ୍ ଙ୍କ ଭବିଷ୍ୟ ବାଣୀ ଏବେ ସାମ୍ନା କୁ ଆସିଛି।

ତେବେ ୪୬୫ ବର୍ଷ ତଳେ ମାଇକେଲ ନୋସଟ୍ରାଡାମସ୍ କରିଥିବା ଏହି ଭବିଷ୍ୟ ବାଣୀ ଏବେବି ବିଶ୍ୱବାସୀ ଙ୍କୁ ଚକିତ କରେ। ତାଙ୍କର ଲେଶ୍ ପ୍ରଫେଶିଜ୍ ନାମକ ଏକ ବହିରେ ମୋଟ ୬୩୩୮ ଟି ଭବିଷ୍ୟବାଣୀ ରହିଛି। ତା ମଧ୍ୟରୁ ୭୦ ପ୍ରତିଶତ ଭବିଷ୍ୟବାଣୀ ସତ ସାବସ୍ତ୍ୟ ମଧ୍ୟ ହେବାର ନଜିର ରହିଛି।

୨୦୨୦ ମସିହାରେ ଭୟାନକ ଭାବରେ ବ୍ୟାପିଥିବା ମହାମାରୀ କରନା ଭାଇରସ କୁ ମଧ୍ୟ ନୋଲଟ୍ରାଡାମସ୍ ଙ୍କ ଭବିଷ୍ୟ ବାଣୀ ସହିତ ଯୋଡ଼ା ଯାଇଛି। ତା ମଧ୍ୟରୁ ଅନେକ ସତ ପ୍ରମାଣିତ ମଧ୍ୟ ହୋଇଛି।ତେବେ ୨୦୨୧ ମସିହା ପାଇଁ ମଧ୍ୟ ଏହି ଭବିଷ୍ୟ ବକ୍ତା ତାଙ୍କ ପୁସ୍ତକରେ କିଛି ଉଲ୍ଲେଖ କରି ଛନ୍ତି। ଆସନ୍ତୁ ଜାଣିବା ସେସବୁ କଣ ରହିଛି?

ନୋସଟ୍ରାଡାମସ୍ ଙ୍କ ଭବିଷ୍ୟବାଣୀ ଅନୁସାରେ ରୁଷିଆର ଜଣେ ବୈଜ୍ଞାନିକ ଜୈବିକ ଅସ୍ତ୍ର ପ୍ରସ୍ତୁତ କରିବେ ଏବଂ ଏହା ସହ ସେ ଏକ ଭଇରାସ୍ ମଧ୍ୟ ତିଆରି କରିବେ। ଯାହାକି ମଣିଷ ଶରୀରକୁ ସର୍ବନାଶ କରିଦେବ। ଧୀରେ ଧୀରେ ଏହା ମଣିଷ ଶରୀରକୁ ଭୟାନକ ସ୍ଥିତି କୁ ନେଇଯିବ ଏବଂ ନଷ୍ଟ କରିଦେବ।

ଏହାପରେ ପୃଥିବୀରେ ଭୂମିକମ୍ପ ଆଦି ହେବା ସହ ମହାମାରୀ ବ୍ୟାପିବ।ଏହା ଫଳରେ ଏସବୁ ପୃଥିବୀ ର ଧ୍ଵଂସ ହେବାର ସଂକେତ ଦେବ।ତେବେ ଆପଣ ତ ଜାଣିଛନ୍ତି ଏବେ କରନା ମହାମାରୀ ସାରା ବିଶ୍ୱକୁ କବଳିତ କରି ସାରିଛି। ସେହିପରି ଆଉ ଏକ ମହାମାରୀ ଏବେ ସାରା ବିଶ୍ୱକୁ ବ୍ୟାପିବାର ଆଶଂକା ରହିଛି।

ଏହି ମହାମାରୀ ମୋଟ ଜନସଂଖ୍ୟା ର ଏକ ବଡ଼ ଅଂଶକୁ ଲୋପ କରିଦେବ। ଏମିତି କି ଆଉ କେତେଟା ଦିନ ପରେ ଆସୁଥିବା ୨୦୨୧ ଅନେକ ଘଟଣା ଘଟେଇବ। ସୂର୍ଯ୍ୟଙ୍କ ପ୍ରଭାବ ପୃଥିବୀକୁ ଅନେକ କ୍ଷତିଗ୍ରସ୍ତ କରିବ। ଏହାସହ ପୃଥିବୀ ର କେତେକ ଅଂଶ ସମୁଦ୍ର ଗର୍ଭ ରେ ଲୀନ ହୋଇଯିବ ବୋଲି କହିଛନ୍ତି ନୋସଟ୍ରାଡାମସ୍।ଆଉ ଜଳବାୟୁ ପରିବର୍ତ୍ତନ ପାଇଁ ଯୁଦ୍ଧ ସ୍ଥିତି ବି ଉପୂଜିପାରେ। ଆଉ ଭିନ୍ନ ଭିନ୍ନ ପ୍ରାକୃତିକ ସମ୍ବଳ ପାଇଁ ଦେଶ ଦେଶ ମଧ୍ୟରେ ଯୁଦ୍ଧ କାରଣରୁ ଅନେକ ଦେଶ ଛାଡ଼ି ପଳାୟନ କରିବାର ସମ୍ଭାବନା ମଧ୍ୟ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।