ଓଡି଼ଶାର No 1 କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…
ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ରହିଛନ୍ତି ସେ ଅଭିନୟ ରେ ହେଉ ଅବା ସଙ୍ଗୀତ ରେ ହେଉ ଆଉ ସମସ୍ତ ଦର୍ଶକ ଙ୍କର ନିଜର ଏକ ପ୍ରିୟ କଳାକାର ମଧ୍ୟ ରହି ଥାଆନ୍ତି | ତେବେ ଏହି ସେଲିବ୍ରେଟି ଙ୍କ ଜୀବନ ଶୈଳୀ ଷ୍ଟାଇଲିସ ଧରଣ ର ହୋଇ ଥାଏ ଆଉ ଏମାନେ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ରହି ଥାଆନ୍ତି | ତେବେ ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ର ସବୁଠୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଙ୍କୁ ତ ବେଶ ଭଲ ଭାବରେ ଜାଣିଛନ୍ତି ଯିଏ କି ତାଙ୍କ କଣ୍ଠ ମାଧ୍ୟମ ରେ ସମସ୍ତ ଙ୍କୁ ବାନ୍ଧି ରଖିଛନ୍ତି |
ନମିତା ଅଗ୍ରୱାଲ ଙ୍କର ବାୟଗ୍ରାଫି ଓ ପୋରସନାଲ ଲାଇଫ :-
୧୯୮୭ ମସିହାରୁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରୁ ଗୀତ ଗାଇବା ଆରମ୍ଭ କରିଥିଲେ | ଆଉ ପିଲା ଦିନରୁ ହିଁ ନେଇଥିଲେ ପ୍ରଶିକ୍ଷଣ ଆଉ ପିଲା ଦିନରୁ ହିଁ ଗୀତ ଗାଇବା ଆରମ୍ଭ କରିଥିଲେ ନମିତା | ଆଉ ନିଜର ସୁ ମଧୁର କଣ୍ଠ ପାଇ ପିଲା ଦିନରୁ ହିଁ ଜିତି ପାରିଥିଲେ ବହୁ ପୁରସ୍କାର ଏବଂ ଶ୍ରୋତାଙ୍କ ଭଲ ପାଇବା |
ଆଉ ଯାହା କୁହାଯାଉଛି କି 10 ବର୍ଷ ବୟସରେ ନିଜର ମ୍ୟୁଜିକ କେରିୟର ଆରମ୍ଭ କରିଥିଲେ | ତାହା ଛଡା ଆକାଶ ବାଣୀ ରେ ମଧ୍ୟ ସେ କାମ କରିଛନ୍ତି ଓ ସେଥିରେ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଥିଲେ | ସେ ଭଜନ ହେଉ କି ଆଲବମ କି କୌଣସି ଫିଲ୍ମ ର ରୋମାଣ୍ଟିକ ଗୀତ ସବୁଥିରେ ସେ ସମସ୍ତ ଙ୍କୁ ଦିୱାନା କରି ରଖି ଥାଆନ୍ତି |
ନମିତା ଅଗ୍ରୱାଲ 1969 ମସିହା ଫେବୃଆରୀ 1 ତାରିଖରେ କଟକ ର ତୁଳସୀପୁର ଠାରେ ଜନ୍ମଗ୍ରହଣ କରିଥିଲେ | ତାହା ସହିତ ନମିତା ଅଗ୍ରୱାଲ ଙ୍କର ବାପା ଙ୍କର ନାଁ ଲକ୍ଷ୍ମୀଧର ଦାସ ହୋଇଥିବା ବେଳେ ମା ଙ୍କର ନାଁ ଅନ୍ନ ଦାମଞ୍ଜଳି ଦାସ ବୋଲି କୁହାଯାଉଛି |
ତେବେ ସେ ନେମାନ ଗ୍ରାମ ରେ ଜନ୍ମ କରିଥିଲେ ଆଉ ତାଙ୍କର 3 ଜନ ଭାଇ ଭଉଣୀ ଅଛନ୍ତି, ଆଉ ଯାହା କୁହାଯାଉଛି କି ତାଙ୍କର ଜେଜେ ବାପା ଙ୍କ ଦ୍ୱାରା ସେ ପ୍ରଥମେ ଭଜନ ଗୀତ ରେ ପ୍ରଥମେ ପାଦ ଦେଇଥିଲେ | ତାହା ପରେ 1992 ରେ ସାଉଣ୍ଡ ଇଞ୍ଜିନିଅର ସୀତାରାମ ଙ୍କୁ ବିବାହ କରିଥିଲେ ନମିତା ଅଗ୍ରୱାଲ |
ଆଉ ତାଙ୍କର ଦୁଇ ପୁଅ ଅଛନ୍ତି ବୋଲି ଆପଣ ମାନେ ସମସ୍ତେ ଜାଣିଛନ୍ତି, ସେ ସୀତାରାମ ଅଗ୍ରୱାଲ ଙ୍କୁ ବିବାହ କରି ଥିଲେ | ଆଉ ନମିତା ଅଗ୍ରୱାଲ ହେଉଛନ୍ତି ସିଦ୍ଧାର୍ଥ ଚ୍ୟାନେଲ ର ମାଲିକ ଆଉ ତାଙ୍କର ଦୁଇ ପୁଅ ଙ୍କୁ ବି ଆପଣ ଦେଖିବାକୁ ନିହାତି ପାଇ ଥିବେ | ତାଙ୍କର ବଡ଼ ପୁଅ ଙ୍କ ନାଁ ରହିଛି ସିଦ୍ଧାର୍ଥ ଓ ସାନ ପୁଅ ଙ୍କର ନାମ ହେଉଛି ସାର୍ଥକ ତାଙ୍କର କୌଣସି ଝିଅ ନାହାଁନ୍ତି | ଏହା ସହିତ ନମିତା ଅଗ୍ରୱାଲ ତାଙ୍କ ପରିବାର କୁ ନେଇ ଅନେକ ଭିଡ଼ିଓ ଓ ଫଟୋ ଉପଲୋଡ କରି ଥାଆନ୍ତି ଯାହା ଦ୍ୱାରା ତାଙ୍କ ପରିବାର ବେସ ଖୁସିବାସ ରେ ଚାଲିଛି ବୋଲି ଜଣା ପଡିଥାଏ |