ନିଆରା ବାହାଘର ! ଉଭୟ ହେଉଛନ୍ତି ଦିବ୍ୟାଙ୍ଗ କିନ୍ତୁ ମନ୍ଦିରରେ ହେଲା ମହାମିଳନ , ଦୟାକରି ଏହି ସୁନ୍ଦର ଯୋଡି ଙ୍କୁ ନିଶ୍ଚିତ ଆର୍ଶିବାଦ ଦିଅନ୍ତୁ ଏବଂ ସକରାତ୍ମକ ଚିନ୍ତାଧାରା ଆଣନ୍ତୁ….

ଯେଉଁ ଆଖି ଦ୍ୱାରା ସେ କେବେବି ଦୁନିଆ ଦେଖିନାହାନ୍ତି ନିଜର ସୁଖର ମୂହୂର୍ତ୍ତରେ ସେହି ଆଖି ପାଇଁ ପଦେଟିଏ ଗୀତ ଗାଉଛନ୍ତି ଚୌଦ୍ୱାର ଖଡି ବ୍ରହ୍ମପୁର ଗ୍ରାମର ଦୃଷ୍ଟିବାଧିତ ଯୁବକ ମୁନ୍ନା ନାୟକ । ଭଗବାନ ସିନା ଦୃଷ୍ଟି ଶକ୍ତି ଛଡାଇ ନେଇଛନ୍ତି ହେଲେ ମନର ଉତ୍ସାହକୁ କେବେ ଭାଙ୍ଗି ପାରିନାହାନ୍ତି । ଜୀବନର ପ୍ରତିଟି ମୂହୂର୍ତ୍ତକୁ ସେ କୌଣସି ସାଧାରଣ ମନୁଷ୍ୟ ରୂପରେ ମଧ୍ୟ ଅଧିକ ଖୁସିରେ ଉପଭୋଗ କରିଆସିଛନ୍ତି ।

ମୁନ୍ନା କହିଛନ୍ତି କି ଏହି ବିବାହ ହେଉଛି ଏକ ପବିତ୍ର ବନ୍ଧନ ଏହାକୁ ନେଇ କରି ସମସ୍ତେ ବହୁତ ଖୁସି ଥାଆନ୍ତି ତେଣୁ ସେ ମଧ୍ୟ ବହୁତ ଖୁସି ଅଛନ୍ତି । ମୁନ୍ନା ରନିଙ୍ଗ ଟ୍ରେନରେ ବିଜନେସ କରନ୍ତି ତେବେ ସେହି ବିଜନେସକୁ ନେଇ କରି ଆଗକୁ ସେ ସଂସାରରେ ସୁଖମୟ ଜୀବନ ଯାତ୍ରା କରିପାରିବେ ବୋଲି ଆଶା ରଖିଛନ୍ତି ।

ମୁନ୍ନାଙ୍କର ପାଇଁ ଆଜି ବହୁତ ଖୁସିର ଦିନ ଚାଲିଛି ଭୋଜିଭାତ ଏବଂ ଘରେ ବନ୍ଦୁବାନ୍ଧବ ଭର୍ତ୍ତି । ତାଙ୍କର କନ୍ୟା ସାଜିଛନ୍ତି ଶିମିଳିହାଣ୍ଡ ଗ୍ରାମର ଦିବାକର ନାୟକଙ୍କର ଝିଅ ରିନୁ । ରିନୁ ମଧ୍ୟ ଜଣେ ଦୃଷ୍ଟି ବାଧିତ ଝିଅ , ଜନ୍ମରୁ ସେ ମାତୃହରା ତାଙ୍କର ବାପା ହେଉଛନ୍ତି ରିନୁଙ୍କର ସବୁକିଛି । ରିନୁ ଦଶମ ଶ୍ରେଣୀ ଯାଏ ପାଠ ପଢିଛନ୍ତି ।

ରିନୁ କହିଛନ୍ତି କି ଦୁନିଆକୁ ନଦେଖି ପାରିଲେ ମଧ୍ୟ ସେମାନେ ବହୁତ ଖୁସିରେ ଚଳିପାରିବେ । ସେମାନେ ଯେହେତୁ ଦୃଷ୍ଟିହୀନ ଏବଂ ଦୁହେଁ ଦୁହିଁଙ୍କର ହାତ ଧରିଛନ୍ତି ତେବେ ସମସ୍ତ ପରିସ୍ଥିତିକୁ ସାମ୍ନା କରି ସେ ଚଳିପାରିବେ ।


ମୁନ୍ନାଙ୍କର ଶୈଶବ ମଧ୍ୟ ବହୁତ ଦୁଃଖ ଦାୟକ ଥିଲା ସେ ଯେତେବେଳେ ତିନି ବର୍ଷର ହୋଇଥିଲେ ମା ଚାଲିଗଲେ ଏବଂ ପାଞ୍ଚ ବର୍ଷ ବେଳକୁ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଗଲା । ତେବେ ମୁନ୍ନା ତାଙ୍କ ଅଜାଙ୍କର ଘରେ ରହିକରି ବଡ ହୋଇଛନ୍ତି ଏବଂ ଦଶମ ଶ୍ରେଣୀ ଯାଏ ମଧ୍ୟ ପାଠ ପଢିଛନ୍ତି । ଏେ ସେ ଗୀତ ଗାଇବା ସହ ଟ୍ରେନରେ ଟେସନାରୀ ଜିନିଷ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ।

ମୁନ୍ନା ଏବଂ ରିନୁକୁ ଏକାଠି କରିବାରେ ସହାୟକ ହୋଇଛନ୍ତି ଗ୍ରାମର ଲୋକମାନେ । ଏମାନେ ଆୟୋଜନ କରିଥିଲେ ଏହି ବାହାଘର ଟାଙ୍ଗି ବ୍ଲକର ଉପାଧ୍ୟକ ଏବଂ ଚୌଦ୍ୱାର କଟକ ବିଧାୟକ ଉପସ୍ଥିତ ରହି ବରକନ୍ୟାକୁ ଆର୍ଶିବାଦ କରିଥିଲେ ।

ଜୀବନ କାହା ପାଇଁ କେମିତି ମୁନ୍ନା ଏବଂ ରିନୁ ଏମାନେ ଉଭୟ ଉଭୟଙ୍କୁ କେବେ ଦେଖି ନାହାନ୍ତି କିମ୍ବା ଆଗକୁ ଦେଖି ପାରିବେ ନାହିଁ ମଧ୍ୟ । ମାତ୍ର ଏମାନେ ଶପଥ ନେଇଛନ୍ତି ଦୁହେଁ ଦୁହିଁଙ୍କ ପାଇଁ ଏ ଦୁନିଆର ସାଥୀ ହେବେ ଏବଂ ଆଗକୁ ବଢିବେ ।

ଉଭୟଙ୍କର ମନରେ ପରସ୍ପର ପାଇଁ ପ୍ରଗାଢ ପ୍ରେମ , ଏମାନଙ୍କର ମନରେ କେହି କେବେ ହେଲେ ଦୁଃଖ ମଧ୍ୟ ଦେଖିନାହିଁ । ଈଶ୍ୱର ଏମାନଙ୍କର ଉପରେ ସର୍ବଦା ଆର୍ଶିବାଦ ରଖିଥାନ୍ତି ଏବଂ ଏମାନଙ୍କର ମୁହଁରେ ହସ ଟିକେ ଦେଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।