ଦେଖନ୍ତୁ ଭିଡ଼ିଓ । ନଦୀରେ ବୁଡ଼ି ଯାଉଥିଲା ମଣିଷ କୁ ଉଦ୍ଧାର କଲା ହାତୀ, ଭିଡ଼ିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ….

କୁହା ଯାଏ ସବୁଠାରୁ ଶ୍ରେଷ୍ଠ ଯିବ ହେଉଛି ମଣିଷ । ତା ଛଡା ମଣିଷ ଭଗବାନ ଙ୍କ ର ଏମିତି ଏକ ସୃଷ୍ଟି ଯିଏ ଠିକ୍ ଭୁଲ୍ ଭଲ ମନ୍ଦ ଆଦି ବିଷୟ ରେ ଜାଣି ପାରେ । ଅର୍ଥାତ୍ ମଣିଷ କୁ ଭଗବାନ ବରଦାନ ସଦୃଶ୍ୟ ବିଚାର ଶକ୍ତି ଦେଇଛି । କିନ୍ତୁ ଅଧିକାଂଶ ସମୟରେ ମଣିଷ ଏହାର ଉଚିତ୍ ବ୍ୟବହାର କରି ପାରେ ନାହିଁ ଏହାର ଅନେକ ଉଦାହରଣ ଆମକୁ ଦେଖିବାକୁ ମିଳିଛି ।

ତେବେ ସୋସିଆଲ ମିଡ଼ିଆ ରେ ସେୟାର ହୋଇଥିବା ଏମିତି ଏକ ଭିଡିଓ ବିଷୟରେ ଆମେ ଆପଣ ଙ୍କୁ କହିବାକୁ ଯାଉଛୁ ଯାହା କୁ ଦେଖିଲେ ଆପଣ ଭଗବାନ ଙ୍କ ସୃଷ୍ଟି ଉପରେ ଗର୍ବ କରିବେ । ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ଭିଡିଓ ରେ ;

ତେବେ ଭିଡିଓ ଟିରେ ଜଣେ ବ୍ୟକ୍ତି ପାଣି ରେ ବୁଡି ଯାଉଛି ଆଉ ତାକୁ ଜଣେ ହାତୀ ବଞ୍ଚାଇବା ର ଦେଖିବାକୁ ମିଳିଛି । ଲାଗୁଛି ଯେମିତି ମଣିଷ ଠାରୁ ଅଧିକ ଜ୍ଞାନୀ ଓ ଦୟାଳୁ ପାଲଟି ଯାଇଛି ଏହି ହାତୀ ଟି ।ନଦୀ ପାଣି ସୁଅ ରେ ମଣିଷ ଟି ଭାଷୀ ଯାଉଛି , ଏହି ଘଟଣା କୁ ଦେଖି ହାତୀ ଟି ବିଚଳିତ ହୋଇ ଯାଉଛି ଆଉ ତିଳେ ମାତ୍ର ଡେରି ନକରି ବ୍ୟକ୍ତି ଟିକୁ ଉଦ୍ଧାର କରିବା ପାଇଁ ପାଣି ଭିତରକୁ ପଶି ଯାଇଛି ।

ହାତୀ ଟି ମଣିଷ କୁ ଉଦ୍ଧାର କରିବା ପାଇଁ ଯେପରି ତତ୍ପର ହୋଇ ପଡିଛି । ତା ସହିତ ଅନ୍ୟ ହାତୀ ଥିଲେ ମଧ୍ୟ ସେ କାହାକୁ ଅପେକ୍ଷା ନକରି ପାଣି ଭିତରକୁ ପଶି ଯାଇଛି ଆଉ ତରବର ହୋଇ ମଣିଷ ଆଗକୁ ଆଗେଇ ଚାଲିଛି । ଖାଲି ସେତିକି ନୁହେଁ ହାତୀ ଟି ପ୍ରାଣ ପଣେ ଚେଷ୍ଟା କରିଛି ମଣିଷ ଟିକୁ ବଞ୍ଚାଇବା ପାଇଁ ।

ଶେଷରେ ସେ ସେହି ଭାଷୀ ଯାଉଥିବା ବ୍ୟକ୍ତି ପାଖରେ ପହଞ୍ଚି ଯାଉଛି । ଆଉ ବ୍ୟକ୍ତି ଟିକୁ ଉଦ୍ଧାର କରିବା ରେ ସଫଳ ହୋଇ ଥିବାର ଦୃଶ୍ୟ ମଧ୍ୟ ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ । ହାତୀ ଭିତରେ ଥିବା ଏହି ଭାବନା ଆଜିକାଲି ମଣିଷ ମାନଙ୍କ ଭିତରେ ଦେଖିବା ପାଇଁ ମିଳୁ ନାହିଁ । ତେବେ ମଣିଷ ନିଜର ସୁବିଧା ପାଇଁ ସବୁବେଳେ ପଶୁ ମାନଙ୍କ ସହିତ ଅସଦାଚରଣ କରି ଆସିଛି।

ତେବେ ପଶୁ ହେଲେ ମଧ୍ୟ ହାତୀ ଟି ମଣିଷ ପ୍ରତି ଯେଉଁ ଆଚରଣ ଦେଖାଇ ଅଛି ତାହା ଆଜିକାଲି ର ମଣିଷ ମାନଙ୍କ ପାଇଁ ଗୋଟିଏ ପ୍ରକାର ଉଦାହରଣ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।