ଦେଖନ୍ତୁ ଭିଡ଼ିଓ ! ନାବାଳିକାକୁ ଦୁଷ୍କର୍ମ ଘଟଣା ନୂଆ ମୁଡ । ଏହି ଘରେ ୨୨ ଦିନ ଧରି ଦୁଷ୍କର୍ମ କରିଥିଲେ ଦୃବୁର୍ତ୍ତ, ଆଉ ତା ପରେ……

ସମାଜରେ ବଢି ଚାଲିଛି କ୍ରୁରତା ସାଙ୍ଗକୁ ଅନୈତିକତା। ବାରମ୍ବାର ସାମ୍ନା କୁ ଆସୁଛି ଅନେକ ଲଜ୍ୟାକର ଘଟଣା ଯାହା ସମସ୍ତଙ୍କୁ ମର୍ମାହତ କରୁଛି। ଶିକ୍ଷିତ ସମାଜରେ ଏହିଭଳି କିଛି ଅଭଦ୍ର କାର୍ଯ୍ୟ ଘଟିବାର ଲାଗିଛି ଯାହା ଅତି ଘୃଣ୍ୟ ଏବଂ ନିନ୍ଦନୀୟ। ସେହିଭଳି ଏବେ କଟକରେ ଅନୁରୂପ ଘଟଣା ଘଟିଛି। ସୁଚନା ମୁତାବକ ଏଠାରେ ନାବାଳିକାକୁ ୨୨ ଦିନ ଧରି ଏକ ଘରେ ରଖି ଦୁଷ୍କର୍ମ କରା ଯାଇଛି।

ଏଭଳି ଅଭିଯୋଗ ହୋଇଛି କଟକ ଚାଉଳିଆଗଞ୍ଜ ଥାନାରେ। ଯାହାକୁ ନେଇ ଏବେ ସ୍ଥିତି ସରଗରମ ରହିଛି ଏବଂ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି। ସ୍ଥାନୀୟ ଲୋକ ମାନଙ୍କର ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି।

ତେବେ ଏହିଭଳି ଏକ ନିନ୍ଦନୀୟ ଏବଂ ଲୋମହର୍ଷଣକାରୀ ଘଟଣା କିଭଳି ପ୍ରଶାସନ ର ଆଢୁଆଳରେ ଘଟିଗଲା ଏବଂ ଗାଆଁ ଲୋକେ ବି ଏହାର ପତ୍ତା ପାଇଲେ ନାହିଁ ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ମିଳିଥିବା ସୂଚନା ଅନୁସାରେ ଏଠାରେ ଯେଉଁ ଅଭିଯୋଗ ହୋଇଛି ସେହି ଅନୁସାରେ ଏଠାରେ ଯେଉଁ ଦୁଷ୍କର୍ମ ର ଶିକାର ହୋଇଛନ୍ତି ନାବାଳିକା ଜଣଙ୍କ ସେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର।

ଏହି ନାବାଳିକା ଜଣଙ୍କ ମାସେ ତଳେ ଘରୁ ରାଗି ପଲାଇ ଆସିଥିଲେ ବାହାରକୁ।ତାଙ୍କର ପରିବାର ଲୋକେ କୌଣସି କାରଣରୁ ଗଣ୍ଡଗୋଳ ଏବଂ ମାରପିଟ୍ କରିବା ପରେ ସେ ଘରୁ ଆସି କଟକ ସ୍ଥିତ ପ୍ରଫେସରପଡ଼ା ରେ ରହୁଥିବା ତାଙ୍କର ବଡ଼ଭଉଣୀ ଭିଣୋଇଙ୍କ ଘରେ ରହୁଥିଲେ।

ଏଠାରେ ମଧ୍ୟ ସେମାନଙ୍କ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା।ଏହାପରେ ସେମାନେ ମଧ୍ୟ ଗାଳିଗୁଳଜ କରି ଘରଛାଡ଼ି ଚାଲିଯିବାକୁ ଧମକ ଦେବାରୁ ସେ ଘରଛାଡ଼ି ଓଏମ୍‌ପି ଛକରେ ବସ୍‌କୁ ଅପେକ୍ଷା କରିଥିବା ସମୟରେ ସନ୍ତୋଷ ବେହେରା ନାମକ ଜଣେ ଯୁବକ ଏହି ନାବାଳିକାଙ୍କୁ ଆଶ୍ରୟ ଦେବାର ବାହାନା କରି ସେଠାରେ ରାକା ନାମକ ଆଉ ଜଣେ ଯୁବକଙ୍କ ଚିକେନ୍ ଫାର୍ମକୁ ନେଇଥିଲା।

ସେଠାରେ ଉଭୟେ ମିଶି ୨୨ ଦିନ ଧରି ଧମକ ଚମକ ଦେବା ସହ ଦୁଷ୍କର୍ମ କରିଥିଲେ ଏହି ନାବାଳିକା ଜଣଙ୍କୁ। ଯାହାଙ୍କୁ ନେଇ ଏବେ ସେଠାରେ ଖବର ପ୍ରକାଶ ପାଇବା ପରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।ତେବେ ପୋଲିସ ଏହି ଚିକେନ ସେଣ୍ଟର୍ କୁ ଠାବ କରିବା ସହିତ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଚାଇଲ୍ଡ଼ ଲାଇନ୍‌କୁ ହସ୍ତାନ୍ତର କରିଛି ଏବଂ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

କିନ୍ତୁ ଗ୍ରାମର ଲୋକେ ଏବେ ଏହି ଚିକେନ ସେଣ୍ଟର୍ କୁ ଭାଙ୍ଗି ଦେବାକୁ ଦାବି କରିଛନ୍ତି।ଏହି ଘଟଣା ପରେ ସେମାନେ ନିନ୍ଦିତ ହୋଇଛନ୍ତି ଏବଂ ଗାଆଁ ର ସମ୍ମାନ ମଧ୍ୟ ହାନି ହୋଇଛି। ତେଣୁ ଦୋଷୀ ମାନଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସହିତ ଦୋକାନ କୁ ଭାଙ୍ଗି ଦେବା ପାଇଁ ସ୍ଥାନୀୟ ଅଂଚଳର ଲୋକମାନେ ଦାବି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।