ନାବାଳକ ପୁଅ ସହିତ ସମ୍ବନ୍ଧ ରଖୁଥିଲେ ମାଆ, ବାପା ଙ୍କୁ ଘଟଣା ବିଷୟରେ କହିବା ପରେ…

ମାଆ ଏମିତି ଜଣେ ମଣିଷ ଯିଏ କି ଦୁନିଆର ସମସ୍ତ ଦୁଃଖ କଷ୍ଟ କୁ ସହି ମଧ୍ୟ ନିଜ ସନ୍ତାନର ଖୁସି ଓ ସମୃଦ୍ଧି କାମନା କରିଥାଏ। ଦୁନିଆର ଯେତେ ବଡ଼ ସମସ୍ୟା ଓ ଦୁଃଖ ଜଞ୍ଜାଳ ହେଉ ମାଆ କେବେବି ନିଜ ପିଲା ମାନଙ୍କ ଉପରେ ସେସବୁ କୁ ପଡ଼ିବା ପାଇଁ ଦିଏନାହିଁ। ମାଆ ଶବ୍ଦଟି ହେଉଛି ଦୁନିଆର ସବୁଠାରୁ ସୁନ୍ଦର ଏବଂ ନିଆରା ଶବ୍ଦ ଅଟେ। ମାଆ ଆଉ ପୁଅର ସମ୍ପର୍କ ମଧ୍ୟ ଏକ ନିଆରା ସମ୍ପର୍କ ଅଟେ। ଯେଉଁ ସମ୍ପର୍କ ଭିତରେ ଭରି ରହିଥାଏ  ।

ନିଃସ୍ୱାର୍ଥପର ପ୍ରେମ, ଆବେଗତା, ସ୍ନେହ ମମତା,ଭଲପାଇବା, ଯତ୍ନ ଏବଂ ଗଭୀର ନିବିଡ଼ତା। ତେବେ କିଛି କ୍ଷେତ୍ରରେ ଏଭଳି ସମ୍ପର୍କ ରେ ମଧ୍ୟ ତିକ୍ତତା ସୃଷ୍ଟି ହେଉଛି ଏବଂ ଏହି ସମ୍ପର୍କର ମର୍ଯ୍ୟାଦା ମଧ୍ୟ ଛିନ୍ନ ହେଉଛି। ଯାହା ବାସ୍ତବରେ ବିଡମ୍ବନା ର ବିଷୟ।

ସେହିପରି ଏକ ଘଟଣା ଏବେ ନିକଟରେ ଘଟିଛି ଯାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଲଜ୍ୟା ଜନକ ଅଟେ। ତେବେ ଏହି ଘଟଣାଟି ହେଉଛି ବ୍ରିଟେନ ର। ସେଠାକାର ଏକ ଖବର କାଗଜରେ ପ୍ରକାଶିତ ରିପୋର୍ଟ୍ ଅନୁସାରେ ଫେଶଳ ହିଲ୍ ଅଞ୍ଚଳରେ ଏହିଭଳି ଏକ ନିନ୍ଦନୀୟ ଘଟଣା ଘଟିଥିଲା। ଜଣେ ୩୮ ବର୍ଷୀୟା ମହିଳା ତାର ସାବତ ପୁଅର ଜନ୍ମଦିନରେ ନିଜ ପୁଅକୁ ଉପହାର ଏମିତି ଦେଲେ ଯେ ଆପଣ ଜାଣିଲେ ଅବାକ୍ ହୋଇଯିବେ।

କାରଣ ଏହି ଉପହାର ଟି ସେମିତି ପ୍ରକାରର ଥିଲା।ଏହି ମହିଳା ଜଣଙ୍କ ୧୬ ବର୍ଷର ପୁଅ ସହିତ ୨ ବର୍ଷ ଧରି ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ପୁଅର ଜନ୍ମଦିନରେ ଉପହାର ଦେବା ପରିବର୍ତ୍ତେ ସେ ତାକୁ ନିଜର ଶିକାର ବନାଇ ଦେଇଥିଲେ।

ତେବେ ଯାହା ସୂଚନା ରହିଛି ଘଟଣା ସ୍ୱରୂପ କୌଣସି କାରଣରୁ ଏକ ସାଉଣ୍ଡ ରେକର୍ଡ ର ମାଧ୍ୟମରେ ବାପା ଏହି ଘଟଣା ବିଷୟରେ ଅବଗତ ହୋଇ ପାରିଥିଲେ।ସେ ଏହାପରେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଅନୁସନ୍ଧାନ ମଧ୍ୟ କରିଥିଲେ ଓ ସ୍ତ୍ରୀର ଏହି କାରନାମା ବିଷୟରେ ପ୍ରତ୍ୟକ୍ଷ ପ୍ରମାଣ ପାଇଲେ।ଏହାପରେ ତାଙ୍କର ୧୬ ବର୍ଷର ପୁଅ ମଧ୍ୟ ଏ ବିଷୟରେ ବାପାଙ୍କୁ ସବୁ ଅବଗତ କରାଇଲା। ପୁଅର କହିବା ଅନୁସାରେ ତାର ସାବତ ମାଆ ତାକୁ ଏସବୁ କରିବା ପାଇଁ ବାଧ୍ୟ କରିଥିଲେ ଏବଂ ତାଙ୍କ ସହିତ ଜୋର୍ ଜବରଦସ୍ତ ଏହିଭଳି ଅନୈତିକ ସମ୍ବନ୍ଧ ବନାଉଥିଲେ।

ତେବେ ଶେଷରେ ପୁଅର କଥା ଶୁଣି ବାପା ତାଙ୍କର ସନ୍ଦେହ ଦୂର କରି ପୋଲିସ୍ ପାଖରେ ଅଭିଯୋଗ କରିବାକୁ ମନସ୍ଥ କଲେ ଏବଂ ଅଭିଯୋଗ ମଧ୍ୟ କରିଥିଲେ। ନିଜ ସ୍ତ୍ରୀ ବିରୋଧରେ ସେ ଏତଲା ଦେବା ପରେ ପୋଲିସ ଘଟଣାର ଯାଞ୍ଚ କରି ଅଭିଯୁକ୍ତ ମହିଳା ଜଣଙ୍କୁ ଗିରଫ କରି ଥାନାକୁ ନେଇଥିଲେ।ଏହାପରେ ଏହି ମହିଳାଙ୍କୁ ୫ ବର୍ଷର ଜେଲ୍ ଦଣ୍ଡ ମଧ୍ୟ ଶୁଣା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।