ଦେଖନ୍ତୁ Shocking ଭିଡ଼ିଓ ନାବାଳିକା ପ୍ରେମିକା ଜିଦ କରି କହୁଛି ମୁ ତୋ ସ୍ତ୍ରୀ ହେବି ନେହେଲେ ମରିବି..

ବୟସ ଭୁଲି ପ୍ରଥମେ ପ୍ରେମ କଲେ ଆଉ ଏବେ ଫସି ଗଲେ ଆଉ ରାତି ଅଧରେ ଘରେ ପଶି ଥିଲେ ହେଲେ ସକାଳେ ପୁଲ ନାମ ନେଲେ | ଦୁଇ ପ୍ରେମିକ ଓ ପ୍ରେମିକା ଦୀର୍ଘ ଦୁଇ ବର୍ଷ ଧରି 100 ସ୍ପିଡ଼ ରେ ପ୍ରେମ ପକ୍ଷୀ ଙ୍କ ପ୍ରେମ ଗାଡ଼ି ଗଡୁ ଥିଲା | ହେଲେ ରାତାରାତି ଟ୍ରାଫିକ ସିଗନାଲ ଗାଁ ଲୋକେ ଓ ପରିବାର ଦେଖାଇଲେ, ଏବେ ଦୁଇ ପ୍ରେମିକ ଛୁ ଆଉ ଦୁଇ ପ୍ରେମିକା ମୁହଁ ଲୁଚାଇ ବସିଛନ୍ତି | ପ୍ରେମ ଗଳି ର ଦୁଇ ପ୍ରେମୀ ଯୁଗଳ ଏମାନେ ବୋଧେ ପ୍ରେମର ମାନେ କଣ ତାହା ବୁଝି ସାରିଲେଣି | ସେଥିପାଇଁ ବୋଧ ହୁଏ ସେମାନେ ନିଜର ବୟସ ଭୁଲି ଗଲେ ପାଠ ପଢିବା ବୟସ ରେ ପ୍ରେମ ବର୍ଷା ରେ ଓଦା ହେଲେ ଆଉ ଜଣେ ଜଣଙ୍କ ବିନା ରହି ପାରିବେ ନାହିଁ କଥା ମଧ୍ୟ ଦେଲେ |

ବୟସ କହିବାକୁ ଗଲେ ଖୁବ କମ କିନ୍ତୁ ଏହି ବୟସ ରେ ଏମାନଙ୍କୁ ପ୍ରେମ ରୋଗ ହୋଇ ଥିଲା | ରାତି ରାତି ପ୍ରେମ କରି ଦିନ ହେଉ ଯାଉ ଥିଲା ହେବନି ବା କେମିତି ନୂଆ ନୂଆ ପରା ପ୍ରେମ କରୁ ଥିଲେ |

କେତେ କଣ ଭାବି ଥିଲେ ବାହା ହେବେ ଘର ସଂସାର କରିବେ ହେଲେ ସବୁକିଛି ବଦଳି ଗଲା ଗୋଟିଏ ରାତିରେ ଖେଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା | ଗୋଟିଏ ଗାଁ ର ଦୁଇ ଭଉଣୀ ଆଉ ପାଖ ଗାଁ ର ଦୁଇ ଯୁବକ ଙ୍କୁ ହୃଦୟ ଦେଇ ଦେଲେ | ନୂଆ ନୂଆ ପ୍ରେମ ଭାରି ମିଠା ଲାଗିଲା ପ୍ରଥମ ପ୍ରଥମ କଥା ମନକୁ ଛୁଇଁ ଗଲା ଦିନେ ନ ଦେଖିଲେ ଆଖିକୁ ନିଦ ହେଉ ନଥିଲା | ଦୁଇ ପ୍ରେମୀ ଯୁଗଳ ପରିବାର କୁ ଲୁଚାଇ ପ୍ରେମ କଲେ ହେଲେ ଏହି ମିଠା ମିଠା ପ୍ରେମରେ ପିମ୍ପୁଡି ଲାଗିଗଲା |


ଦୁଇ ପ୍ରେମିକ ପ୍ରେମିକା ଙ୍କୁ ଦିନେ ଦେଖା କରିବେ ବୋଲି ନିଷ୍ପତି ନେଲେ ଆଉ ସିଧା ଯାଇଁ ପ୍ରେମିକା ଙ୍କ ଘର ଆଗରେ ପହଞ୍ଚି ଗଲେ ଆଉ ତାପରେ ଯାହା ହେଲା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ | ଘଟଣା ଅନୁଯାଇ ରାତି ଅଧରେ ପ୍ରେମିକା ଘରେ ଦୁଇ ଯୁବକ ପଶି ଥିଲେ ଦେଖା ହେଲା ସତ କିନ୍ତୁ ଏତିକି ବେଳେ ଦୁଇ ପ୍ରେମୀ ଯୁଗଳ ଗାଁ ଲୋକଙ୍କ ହାବୁଡ଼ା ରେ ପଡ଼ି ଗଲେ |

ଏମିତି କିଛି ହେଲା ଯେ ଶେଷରେ କଥା ଯାଇଁ ଥାନାରେ ପହଞ୍ଚି ଗଲା ଆଉ ଏବେ ଦୁଇ ଭଉଣୀ ପ୍ରେମିକ ଙ୍କ ଘର ଆଗରେ ଧାରଣା ରେ ବସିଛନ୍ତି | ଭଦ୍ରକ ଜିଲ୍ଲା ଧାମନଗର ଥାନା ଚୂଡ଼ାକୁଟି ପଞ୍ଚାୟତ ରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି |

ତେବେ ଏହି ଚାରି ଜଣଙ୍କୁ ରାତି ଅଧରେ ଏକା ସାଙ୍ଗରେ ଦେଖି ଗାଁ ଲୋକ ଦୁଇ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ଦେଇ ଥିଲେ ଆଉ ପରେ ପୋଲିସ କୁ ଖବର ଦେଇ ଥିଲେ | ଆଉ ପୋଲିସ ପ୍ରେମୀ ଯୁଗଳ ଙ୍କୁ ଥାନାକୁ ଆଣି ଆପସ ବୁଝାମଣା କରି ଛାଡ଼ି ଦେଇ ଥିଲେ |

ହେଲେ ଆଜି ଦୁଇ ଭଉଣୀ ପ୍ରେମିକ ଙ୍କ ଘର ଆଗରେ ପହଞ୍ଚି ଥିଲେ ଆଉ ଜିଦ କରି ଥିଲେ କି ଆମକୁ ବାହା ହୁଅ ତମ ଘରର ବୋହୂ କର | ହେଲେ ପୁଅ ଆଉ ପୁଅର ପରିବାର ଲୋକେ ଘରେ ତାଲା ପକାଇ କେଉଁ ଆଡେ ଚାଲି ଯାଇଛନ୍ତି ଆଉ ଶେଷରେ କିଛି ଉପାୟ ନ ପାଇ ଦୁଇ ଭଉଣୀ ସେହି ଘରର ସାମ୍ନାରେ ଧାରଣା ରେ ବସି ରହିଛନ୍ତି | ତେବେ ଏଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।