ଦେଖନ୍ତୁ viral ଭିଡିଓ ! ନଳକୂପ ଖୋଳୁଖୋଳୁ ବାହାରିଲା ଭରିଭରି ସୁନା ,ସମସ୍ତ ବଲାଙ୍ଗୀରରେ ଚାଞ୍ଚଲ୍ୟ

ପାଣି ପାଇପ ରୁ ବାହାରୁଛି ଭରି ଭରି ସୁନା ଯାହାକି ଗାମୁଛା ଦେଖାଇ ପାଣିରୁ ଲୋକ ମାନେ ସୁନା ଛାଣି ନେଉଛନ୍ତି | ନଳକୂପ ଖୋଳୁ ଖୋଳୁ ହଠାତ ସୁନା ଖଣି ବାହାରିଲା ଯାହାକୁ ଦେଖି ଏବେ ପୁରା ଗାଁ ଏବେ ଆଶ୍ଚର୍ଯ୍ୟ | ସୁନା ଖଣି ପାଇଁ ଗାଁ ରେ ପୋଲିସ ଓ ସରକାରୀ ବାବୁ ଙ୍କର ଗାଡ଼ି ଲାଗି ଯାଇଛି, ଏମିତି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଛି ବଲାଙ୍ଗୀର ଜିଲ୍ଲା ଥୋବ୍ରାଖୋଲ ଥାନା ଅନ୍ତର୍ଗତ ଛାଞ୍ଚାଣବାହାଲି ଗାଁ ରେ |

ଏହି ଦୃଶ୍ୟ କୁ ଭଲ କରି ଦେଖିଲେ ଆପଣ ନିଜେ ହିଁ ଜାଣି ପାରିବେ ଦେଖିବାକୁ ମିଳିଛି କି ପାଇପ ରୁ ପାଣି ବାହାରୁଛି ଆଉ ପାଇପ ପାଖରେ କିଛି ଲୋକ ଗାମୁଛା ଦେଖାଇ ଛିଡା ହୋଇଛନ୍ତି | ତେବେ ଏମାନେ ହେଉଛନ୍ତି ସମସ୍ତେ ସରକାରୀ ଅଧିକାରୀ ଆଉ ଏମିତି ଗାମୁଛା ଦେଖାଇବାର କାରଣ ହେଉଛି ସେହି ପାଇପ ରୁ ବାହାରୁ ଥିବା ପାଣି ମଧ୍ୟରୁ ସୁନା ମଧ୍ୟ ବାହାରୁଛି |

ବାଲି ଗୁଣ୍ଡ ସହ ମିଶି ଚିକମିକ ହୋଇ ସୁନାର ଗୁଣ୍ଡ ବାହାରୁଛି ଆଉ ଏ ହେଉଛି ସେହି ପାଇପ ରୁ ବାହାରୁ ଥିବା ସୁନା ଯାହାକି ସେହି ବାଲିରେ ସୁନାର ଗୁଣ୍ଡ ସବୁ ମିଶି କରି ରହିଛି ଆଉ ତାହା ଚିକମିକ ଦେଖା ଯାଉଛି | ଖବର ମୁତାବକ ଉକ୍ତ ଗାଁ ର ମହମ୍ମଦ ଜାଵେତ ତାଙ୍କ ବିଲରେ ଚାଷ ପାଇଁ ଏକ ନଳକୂପ ଖୋଳୁ ଥିଲେ, 200 ରୁ 300 ଫୁଟ ଖୋଳିଲା ପରେ ସେହି ମାଟି ମିଶା ପାଣିରୁ ସୁନା ବାହାରି ଥିଲା |

ପ୍ରଥମେ ସେ କିଛି ଜାଣି ପାରି ନଥିଲେ କିନ୍ତୁ ପାଣିଟି ଯେତେ ବେଳେ ସେହି ବିଲରୁ ଶୁଖି ଯାଇଥିଲା ସେତେ ବେଳେ ସେହି ମାଟି ଉପରେ ଚିକମିକ ହୋଇ ସୁନା ପଡ଼ି ଥିବାର ଦେଖିବା ପାଇଁ ପାଇଥିଲେ |

 ଯାହା ପରେ ସେ ପୁଣି ପାଇପ କୁ ଲଗାଇ ପାଣିକୁ ଛାଣିଲା ପରେ ସେହି ବାଲି ମିଶା ଗୁଣ୍ଡରୁ ସୁନା ବାହାରୁ ଥିବାର ଦେଖିବା ପାଇଁ ପାଇଥିଲେ | ଯାହା ପରେ ଜାଵେତ ତହସିଲଦାର ଙ୍କୁ ଜଣାଇ ଥିଲେ, ସୂଚନା ପାଇବା ପରେ ସରକାରୀ ଲୋକେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ, ତେବେ ସୁରକ୍ଷା ଦୃଷ୍ଟିରୁ ସେଠାରେ ଥାନା ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି|

ଯଦି ଦେଖିବା ଏହା ପୂର୍ବରୁ ମଧ୍ୟ ଓଡ଼ିଶା ରେ ସୁନା ବାହାରୁ ଥିବାର ଘଟଣା ସବୁବେଳେ ଚର୍ଚ୍ଚା କୁ ଆସିଛି, ସେପଟେ ଲୋକେ ଗନ୍ଧମାର୍ଦ୍ଧନ ପର୍ବତ ରେ ମଧ୍ୟ ସୁନା ବାହାରୁ ଥିବାର ଲୋକେ ଚର୍ଚ୍ଚା କରୁଛନ୍ତି | ତେବେ ଏଭଳି ଏକ ଖବର ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଯିଏ ବି ଶୁଣୁଛି ସେ କେବଳ ଆଶ୍ଚର୍ଯ୍ୟ ହେଉଛି |