ମୁହଁ ରେ ବ୍ରଣ ଏବଂ କଳା ଦାଗ ଦୂର କରିବା ପାଇଁ ସହଜ ଘରୋଇ ଉପାୟ ୧୦୦ % ଗ୍ୟାରେଣ୍ଟି – Ramdev Health Tips
ବ୍ରଣ ବା ପିମ୍ପଲ କୁ ଦୁର କରିବା ପାଇଁ ଆଜି ଆମେ ଏକ ଘରୋଇ ସହଜ ଓ ସରଳ ଫେସ୍ ପ୍ୟାକ ପ୍ରସ୍ତୁତ ଶିଖିବା ।।ଏହି ଫେସ୍ ପ୍ୟାକ୍ ର ବ୍ୟବହାର ଦ୍ଵାରା ଆପଣଙ୍କ ମୁହ ରେ ଥିବା ବ ବ୍ରଣ ଓ ଦାଗ ସବୁଦିନ ପାଇଁ ଭଲ ହୋଇଯିବ ।ଏହା ସହିତ କିପରି ଆମେ ଆମ ଫେସ୍ ରୁ ରୀଙ୍କିଲ୍ ଓ କଳା ଦାଗ ଆଦି ଦୂରେଇ ଦେବା ଓ କିପରି ଆମ ସ୍କିନ କୁ ବେବି ସଫ୍ଟ କରିବା । ତେବେ ଏହାକୁ ଆମେ ଆମ ଘରେ କିଛି ମାତ୍ର ଉପାଦାନ ଦ୍ଵାରା ପାଇ ପାରିବେ ।। ତେବେ ଆସନ୍ତୁ ଜାଣିବା ;
ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ନିମ ପତ୍ର । ନିମ ପତ୍ର ରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ସହିତ ଆଣ୍ଟି ଇନ୍ଫ୍ଲାମେନ୍ତରୀ ଗୁଣ ରହିଥାଏ ।
ଯାହା ଆମ ମୁଁହ ରେ ହେଉ ଥିବା କଳା ଦାଗ , ବ୍ରଣ ଓ ଆଖି ତଳ କଳା ପଡ଼ିବା କୁ ଦୂରେଇ ଥାଏ । ତେବେ ପ୍ରଥମେ କିଛି ନିମ ପତ୍ର କୁ ଧୋଇ ଏହାକୁ ଗ୍ରାଇଣ୍ଡର ସାହାର୍ଯ୍ୟ ରେ ପେଶି ଦିଅନ୍ତୁ । ଏହାକୁ ପେଶି ସାରିବା ପରେ ଏକ ପାତ୍ର ରେ ବାହାର କରି ରଖି ଦିଅନ୍ତୁ। ଏହା ପରେ ଏଥିରେ ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ।
ହଳଦୀ ଆପଣ ଙ୍କ ସ୍କିନ ପାଇଁ କେତେ ଉପକାରୀ ଏହା ଆପଣ ଭଲ ଭାବରେ ଜାଣି ଥିବେ। ହଳଦୀ ଗୁଣ୍ଡ ରେ ଆଣ୍ଟି ସେପ୍ତିକ ଗୁଣ ଥାଏ ଯାହା ଦାଗ ଭଲ କରିବା ପାଇଁ ବହୁତ୍ ସାହାର୍ଯ୍ୟ କରିଥାଏ ଓ ହଳଦୀ ପାଇଁ ମୁଁହ ବହୁତ୍ ଗ୍ଲୋ ମଧ୍ୟ କରିଥାଏ । ଏଥିରେ ମିଶାଇବା ପାଇଁ ଆପଣ ଙ୍କୁ ତୃତୀୟ ସାମଗ୍ରୀ ଆବଶ୍ୟକ ଦହି । ଦହି ମୁଁହ କୁ ଗ୍ଲୋ କରାଇବାରେ ଓ ଚିକ୍କଣ ରଖିବାରେ ବହୁତ୍ ସହାୟକ ହୋଇଥାଏ । ତେବେ ଏହି ତିନୋଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ।
ମୁଁହ କୁ ଭଲ ଭାବରେ ଧୋଇ ଏହି ପେଷ୍ଟ କୁ ମୁଁହ ରେ ଓ ବେକ ରେ ଭଲ ଭାବରେ ଲଗାଇ ଦିଅନ୍ତୁ। ତେବେ ଏହାକୁ ଲଗାଇବା ଦ୍ଵାରା ଯଦି ଆପଣଙ୍କ ଆଖି ତଳ କଳା ପଡି ଥାଏ ତାହା ମଧ୍ୟ ଦୁର ହୋଇଯିବ। ଏହା ସହିତ ଆଖିରେ କାକୁଡି ଲଗାଇ 20 ମିନିଟ୍ ଜାଏ ବସନ୍ତୁ । ଆଖି ରେ କାକୁଡି ଲଗାଇଲେ ଏହାର ବହୁତ୍ ଫାଇଦା ହୋଇଥାଏ ନିଦୁଆ ଲାଗିବା କମ୍ ହୋଇଥାଏ , କଳା ଦାଗ ଦୁର ହୋଇଥାଏ ।
ତେବେ ଏହି ଫେସ୍ ପ୍ୟକ ଲଗାଇ 20 ମିନିଟ୍ ପରେ ମୁହଁ କୁ ଭଲ ଭାବରେ ଥଣ୍ଡା ପାଣି ରେ ଧୋଇ ଦିଅନ୍ତୁ । ଦେଖିବେ ଏହାକୁ ଲଗାଇ ସାରିବା ପାରେ ଆପଣ ଙ୍କ ସ୍କିନ ବହୁତ୍ ସଫ୍ଟ ଲାଗିବ ଓ ବହୁତ୍ ଗ୍ଲୋ କରିବା ଆରମ୍ଭ କରିବ ।ଏହାର କୌଣସି ପାର୍ଶ୍ଵ ପ୍ରଭାବ ମଧ୍ୟ ନାହିଁ ଏହାକୁ ଆପଣ ସହଜ ରେ ଘରେ ପ୍ରସ୍ତୁତ କରି ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।