ମୃତ୍ୟୁ ପୂର୍ବରୁ ଶେଷ Audio Call- ପୁଅକୁ କହିବ ଭଲରେ ପାଠ ପଢିବ, ତମେ ମେଡ଼ିସିନ ଖାଇ ଭଲରେ ରହିବ..ମୁଁ ଚାଲିଯାଉଛି ସୁଷମା..Good Bye
ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଆସି ପହଞ୍ଚିଛି ଯାହାକି ଆପଣ ସହଜ ରେ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ | ଘଟଣା ଟି ହେଉଛି ଜେଲ ରେ ଥିବା ଗୋବିନ୍ଦ ଫୋନ ରେ ନିଜ ସ୍ତ୍ରୀ ସହିତ କଥା ହେବା ପରେ ଆତ୍ମହତ୍ୟା କରିଛି | ଫୋନ ରେ ସ୍ୱାମୀ ଗୋବିନ୍ଦ ପ୍ରଥମେ କହି ଥିଲେ କି ହେଲୋ ସୁଷମା କେମିତି ଅଛ ଆଉ ସ୍ତ୍ରୀ ଉତ୍ତର ରେ କହି ଥିଲେ ହଁ ମୁଁ ଭଲ ଅଛି ଆଉ ଭାବୁଛି କି ତମେ ବି ଭଲରେ ଥିବ |
ଏହାପରେ ଗୋବିନ୍ଦ ପଚାରି ଥିଲେ କି ପୁଅ କେମିତି ଅଛି ମେଡ଼ିସିନ ସବୁ ଆଣିଲ ତ, ଆଉ ସ୍ତ୍ରୀ କହୁଛନ୍ତି କି ହଁ ସବୁ ଭଲରେ ଅଛି କିନ୍ତୁ ତୁମେ ତ ଜେଲ ରେ ମେଡ଼ିସିନ ପାଇଁ କୁଆଡୁ ପଇସା ଆସିବ କହିଲ, ଗୋଟେ ବର୍ଷ ହୋଇ ଗଲାଣି ଏଠି ଆମେ ବହୁତ ଦୁଃଖରେ ଅଛୁ ଆଉ ପାଖରେ ଟଙ୍କା ପଇସା ବି ନାହିଁ | ଏହାପରେ ଗୋବିନ୍ଦ କହିଲେ କି ଦେଖିକି ଚଳିବ ବାବୁ ର କଲେଜ ଖୋଲି ଯିବ ତାକୁ କହିବ ସେ ମନ ଦେଇକି ପାଠ ପଢିବ | ଆଜି କାହିଁକି ମନ ଟା ଖାଲି ବିଚଳିତ ବିଚଳିତ ଲାଗୁଛି ତୁମ କଥା ଆଉ ପିଲା ଙ୍କ କଥା ମୋର ବହୁତ ମନେ ପଡୁଛି |
ଏହାପରେ ସ୍ତ୍ରୀ କହୁଛନ୍ତି କି କିଛି ଭାବନି ଆଗକୁ ସବୁ ଠିକ ହୋଇ ଯିବ ମନରେ ସେମିତି କିଛି ରଖିବ ନାହିଁ ଆମେ ଏଠି ସବୁ ଭଲରେ ଅଛୁ | ଏହାପରେ ଗୋବିନ୍ଦ କହିଲେ କି ହଉ ସୁଷମା ମୁଁ ଫୋନ ରଖୁଛି ପରେ ଫୋନ କରିବି ତୁମେ ଭଲରେ ଥିବ ସୁଷମା | ଏହାପରେ ସ୍ତ୍ରୀ କହୁଛନ୍ତି କି ଶୀତ ଏଠି ବହୁତ ହେଉଛି ଜେଲ ରେ ତୁମେ ତମର ଯତ୍ନ ନେବ ଠିକ ସମୟରେ ଖାଇବ ରହିଲି | ବାସ ଏଭଳି କିଛି କଥା ହୋଇ ଫୋନ ରଖିବାର କିଛି ଘଣ୍ଟା ପରେ ଜେଲ ରୁ ଫୋନ ଆସିଲା କି ତମ ସ୍ୱାମୀ ଆଉ ଏ ଦୁନିଆଁ ରେ ନାହାଁନ୍ତି | ଘଟଣା ଅନୁଯାଇ ଜେଲ ଭିତରେ ଗୋବିନ୍ଦ ଜୀବନ ହାରି ଦେଇଛନ୍ତି ଆଉ ଏତିକି ଶୁଣି ସ୍ତ୍ରୀ ର ପାଦ ତଳୁ ମାଟି ଖସି ଯାଇଥିଲା |
ହଁ ଆଜ୍ଞା ଏଇଟା ଥିଲା ଗୋବିନ୍ଦ ସାହୁ ର ଶେଷ କଲ, ଯାହାକି କଲରେ ଗୋବିନ୍ଦ ମା ଓ ପୁଅ ଙ୍କର କଥା ପଚାରି ଥିଲା | ପୁଅକୁ ଭଲ ପାଠ ପଢାଇ ଚାକିରୀ କରାଇବା ପାଇଁ କହିଥିଲା ଏବଂ ସ୍ତ୍ରୀ ର ଦେହ ଭଲ ନଥିବାରୁ ସ୍ତ୍ରୀ କୁ ମେଡ଼ିସିନ ଖାଇବା ପାଇଁ ମଧ୍ୟ କହିଥିଲା ଆଉ ବୃଦ୍ଧା ମା କଥା ମଧ୍ୟ ପଚାରି ଥିଲା | ଆଉ ସ୍ତ୍ରୀ ସହିତ କଥା ହେବା ପରେ ଗୋବିନ୍ଦ ଜେଲ ରେ ନିଜ ଜୀବନ ହାରି ଦେଇ ଥିଲା | ରାତିରେ କଥା ହେଲେ ଆଉ ସକାଳେ ଜୀବନ ହାରି ଦେଲେ ଯାହାକି ଏପର୍ଯ୍ୟନ୍ତ ଗୋବିନ୍ଦ ଙ୍କର ମୃତ୍ୟୁ ଉପରୁ ପରଦା ହଟି ପାରୁ ନାହିଁ | ତେବେ ଏଭଳି ଏକ ଖବର ଏବେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗୁଛି |